ମନୋରଂଜନ

ଲୋକଙ୍କୁ ସଚେତନ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ବିଜ୍ଞାପନ ସୁଟିଂ ଆରମ୍ଭ କଲେ ଅକ୍ଷୟ, ପାଳନ କଲେ ସବୁ ଗାଇଡ ଲାଇନ

ଲକଡାଉନ ଯୋଗୁଁ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରୀ ଠପ୍‌ ହୋଇପଡିଛି। ଏଥିପାଇଁ ସବୁ ସେଲିବ୍ରିଟି ହାତବାନ୍ଧି ଘରେ ବସିଛନ୍ତି। ଏବେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ସରିଆସୁଥିବା ବେଳେ କିଛି ନିୟମରେ କୋହଳ କରାଯାଇଛି। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶିତ ହୋଇଥିବା ସବୁ ଗାଇଡଲାଇନ ମାନିବାକୁ କୁହାଯାଇଛି। ଏପରି ସ୍ଥଳେ ଖିଲାଡି କୁମାର ସୁଟିଂ ଆରମ୍ଭ କରିଛନ୍ତି।

ସୋମବାର ଖିଲାଡି ଅକ୍ଷୟ କୁମାର ଓ ଚଳଚ୍ଚିତ୍ର ନିର୍ମାତା ଆର୍ ବାଲ୍କି ଏକ ବିଜ୍ଞାପନ ସୁଟିଂ କରିଛନ୍ତି। ଲକଡାଉନ ପରବର୍ତ୍ତୀ ସମୟରେ କିଭଳି ସଚେତନ ରହିବାକୁ ହେବ ଓ ଏଥିପାଇଁ ପ୍ରତିଟି ନାଗରିକର କ’ଣ କ’ଣ ଦାୟିତ୍ବ ରହିଛି, ସେ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ଏକ ଅଭିଯାନ ପାଇଁ ଏହି ବିଜ୍ଞାପନର ସୁଟିଂ ବୋଲି ଆର୍ ବାଲ୍କି କହିଛନ୍ତି। କମଲିସ୍ଥାନ ଷ୍ଟୁଡିଓରେ ଏହି ବିଜ୍ଞାପନର ସୁଟିଂ ହେଉଥିବା ବେଳେ କରୋନା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଉଥିବା ବାଲ୍କି କହିଛନ୍ତି। ସୁଟିଂ ସେଟରେ ସମସ୍ତେ ମାସ୍କ ପିନ୍ଧିବା ସହ କମ୍ରୁ କମ୍ ଲୋକଙ୍କୁ ନେଇ ସୁଟିଂ କରାଯାଇଛି।

ଏହି ବିଜ୍ଞାପନରେ ଲୋକମାନଙ୍କୁ କୁହାଯାଇଛି, ଆମକୁ ଆମ ଜୀବିକାକୁ ଫେରିବାକୁ ପଡ଼ିବ। କିନ୍ତୁ ଦାୟିତ୍ବର ସହ। ନିଜ ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାକୁ ବିଜ୍ଞାପନରେ ସତର୍କ କରାଯାଇଛି। ସୁଟିଂ ସେଟରେ ସାମାଜିକ ଦୂରତା ରକ୍ଷା କରିବା ସହ ସେଟ୍କୁ ସାନିଟାଇଜ୍ କରିବା, ସ୍କ୍ରିନ୍ଗୁଡ଼ିକୁ ବିଶୋଧିତ କରିବା ପରେ ସୁଟିଂ ଆରମ୍ଭ ହୋଇଛି।

Swagatika

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

17 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

35 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

44 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago