ମନୋରଂଜନ

‘ପୁଷ୍ପା’ର ଫ୍ୟାନ୍ସଙ୍କୁ ମିଳିବାକୁ ଯାଉଛି ବଡ଼ ସରପ୍ରାଇଜ୍‌, ଏହି ଦିନ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ପ୍ରଥମ ଟିଜର

ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ଲୋକମାନଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ଦର୍ଶକ ଏହାର ଚର୍ଚ୍ଚା ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ କରିଥିଲେ । ଲୋକମାନେ ଏହି ଫିଲ୍ମକୁ ବହୁତ ଭଲ ପାଇବା ଦେଇଥିଲେ । ଫିଲ୍ମରେ ଅଲୁ ଅର୍ଜୁନଙ୍କ ଅଭିନୟ ଲୋକଙ୍କ ମନ ଜିତିଥିଲା ଏବଂ ଏହି କାରଣରୁ ଅଭିନେତାଙ୍କୁ ବହୁତ ପ୍ରଶଂସା କରାଯାଇଥିଲା । ଏପରି ପରିସ୍ଥିତିରେ ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ସିକ୍ୱେଲକୁ ଅପେକ୍ଷା କରିଛନ୍ତି । ନିର୍ମାତାମାନେ ମଧ୍ୟ ଫିଲ୍ମର ସିକ୍ୱେଲ ଘୋଷଣା କରିଛନ୍ତି । ତେବେ ଏହାର ପୋଷ୍ଟର ମଧ୍ୟ ରିଲିଜ୍ କରାଯାଇଥିଲା, କିନ୍ତୁ ଫିଲ୍ମରୁ ଷ୍ଟାରଙ୍କ ଝଲକ ଏପର୍ଯ୍ୟନ୍ତ ସେୟାର କରାଯାଇ ନାହିଁ, କିନ୍ତୁ ବର୍ତ୍ତମାନ ନିର୍ମାତାମାନେ ପ୍ରଶଂସକଙ୍କ ଉତ୍ସାହ ବଢାଇବାକୁ ପ୍ରସ୍ତୁତ ଅଛନ୍ତି । ତେବେ ସେମାନେ କେବଳ ଏକ ବିଶେଷ ଦିନକୁ ଅପେକ୍ଷା କରିଛନ୍ତି, ଯାହା ଖୁବ୍‌ ଆସିବାକୁ ଯାଉଛି । ଅଲୁ ଅର୍ଜୁନ ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କୁ ଏକ ସରପ୍ରାଇଜ୍‌ ଦେବାକୁ ଯାଉଛନ୍ତିି । ଏହି ସରପ୍ରାଇଜ୍‌ ଦେଖିବା ପରେ ‘ପୁଷ୍ପା’ ର ଫ୍ୟାନ୍ସ ଏହି ଫିଲ୍ମ ଦେଖିବାକୁ ବହୁତ ଉତ୍ସାହାର ସହ ଅପେକ୍ଷା କରିଛନ୍ତି ।

ତେବେ’ପୁଷ୍ପା: ଦି ରୁଲ୍‌’ର ନିର୍ମାତା ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଏଭଳି ପରିସ୍ଥିତିରେ ଦର୍ଶକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ସାହକୁ ଆହୁରି ବଢାଇବା ପାଇଁ ନିର୍ମାତାମାନେ ଏପ୍ରିଲ ୮ରେ ଏହାର ଦମ୍‌ଦାର ଟିଜର ରିଲିଜ୍ କରିବାକୁ ଯାଉଛନ୍ତି । ଏହା ସହ ସେହି ଦିନ ସାଉଥ୍‌ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଜନ୍ମଦିନ । ଆଲୁ ଅର୍ଜୁନ ତାଙ୍କର କମାଣ୍ଡିଂ ସ୍କ୍ରିନ୍ ପ୍ରୋଜେସ୍‌ ସହିତ ଏହି ବହୁ ପ୍ରତୀକ୍ଷିତ ପାନ୍ ଇଣ୍ଡିଆନ୍ ଫିଲ୍ମ ସହିତ ପୁଣି ଥରେ ରାଜ୍‌ କରିବାକୁ ଯାଉଛନ୍ତି । ଟିଜର ସହିତ ଫିଲ୍ମର ପ୍ରଥମ ଝଲକ ଲୋକଙ୍କ ସାମ୍ନାକୁ ଆସିବାକୁ ଯାଉଛି । ଫିଲ୍ମ ‘ପୁଷ୍ପା’ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ବିଷୟରେ ସେୟାର କରାଯାଇଛି । ତେବେ ଦର୍ଶକ ଉତ୍ସାହାର ସହ ଅପେକ୍ଷା କରାଯାଇଥିବା ଫିଲ୍ମ ‘ପୁଷ୍ପା’ର ଟିଜର ଏପ୍ରିଲ ୮ ରେ ରିଲିଜ ହେବ ।

ଫିଲ୍ମ ‘ପୁଷ୍ପା’ର ଯାଜୁ ପୁଣି ଲୋକଙ୍କ ଉପରେ ଦେଖିବାକୁ ମିଳିବାକୁ ଯାଉଛି । ତେବେ ଫିଲ୍ମ ‘ପୁଷ୍ପା: ଦି ରୁଲ୍‌’ ଅଗଷ୍ଟ ୧୫ ରେ ସାରା ବିଶ୍ୱରେ ସିଲ୍‌ଭର ସ୍କ୍ରିନ୍‌ରେ ମୁକ୍ତିଲାଭ କରିବ । ଆକ୍ସନ୍ ଡ୍ରାମା ‘ପୁଷ୍ପା: ଦି ରୁଲ୍‌’ରେ ଅଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦନା ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର । ଏହି ଫିଲ୍ମରେ ଫାହାଦ୍ ଫସିଲ୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହ ଫିଲ୍ମର ସୁଟିଂ ଶେଷ ପର୍ଯ୍ୟାୟରେ ଚାଲିଛି । ତେବେ ନିକଟରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନା ଏକ ବିବାହ ସିନ୍‌ର ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଉଭୟ ଆନ୍ଧ୍ରପ୍ରଦେଶର ଏକ ମନ୍ଦିରରେ ମଧ୍ୟ ସୁଟିଂ କରୁଥିବାର ନଜର ଆସିଥିଲେ ।

D Sonali

Recent Posts

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

13 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

26 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

44 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

50 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

56 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

1 hour ago