‘ପୁଷ୍ପା’ର ଫ୍ୟାନ୍ସଙ୍କୁ ମିଳିବାକୁ ଯାଉଛି ବଡ଼ ସରପ୍ରାଇଜ୍, ଏହି ଦିନ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ପ୍ରଥମ ଟିଜର
ଫିଲ୍ମ ‘ପୁଷ୍ପା ଲୋକମାନଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ଦର୍ଶକ ଏହାର ଚର୍ଚ୍ଚା ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ କରିଥିଲେ । ଲୋକମାନେ ଏହି ଫିଲ୍ମକୁ ବହୁତ ଭଲ ପାଇବା ଦେଇଥିଲେ । ଫିଲ୍ମରେ ଅଲୁ ଅର୍ଜୁନଙ୍କ ଅଭିନୟ ଲୋକଙ୍କ ମନ ଜିତିଥିଲା ଏବଂ ଏହି କାରଣରୁ ଅଭିନେତାଙ୍କୁ ବହୁତ ପ୍ରଶଂସା କରାଯାଇଥିଲା । ଏପରି ପରିସ୍ଥିତିରେ ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ସିକ୍ୱେଲକୁ ଅପେକ୍ଷା କରିଛନ୍ତି । ନିର୍ମାତାମାନେ ମଧ୍ୟ ଫିଲ୍ମର ସିକ୍ୱେଲ ଘୋଷଣା କରିଛନ୍ତି ।

ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ଲୋକମାନଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ଦର୍ଶକ ଏହାର ଚର୍ଚ୍ଚା ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ କରିଥିଲେ । ଲୋକମାନେ ଏହି ଫିଲ୍ମକୁ ବହୁତ ଭଲ ପାଇବା ଦେଇଥିଲେ । ଫିଲ୍ମରେ ଅଲୁ ଅର୍ଜୁନଙ୍କ ଅଭିନୟ ଲୋକଙ୍କ ମନ ଜିତିଥିଲା ଏବଂ ଏହି କାରଣରୁ ଅଭିନେତାଙ୍କୁ ବହୁତ ପ୍ରଶଂସା କରାଯାଇଥିଲା । ଏପରି ପରିସ୍ଥିତିରେ ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ସିକ୍ୱେଲକୁ ଅପେକ୍ଷା କରିଛନ୍ତି । ନିର୍ମାତାମାନେ ମଧ୍ୟ ଫିଲ୍ମର ସିକ୍ୱେଲ ଘୋଷଣା କରିଛନ୍ତି । ତେବେ ଏହାର ପୋଷ୍ଟର ମଧ୍ୟ ରିଲିଜ୍ କରାଯାଇଥିଲା, କିନ୍ତୁ ଫିଲ୍ମରୁ ଷ୍ଟାରଙ୍କ ଝଲକ ଏପର୍ଯ୍ୟନ୍ତ ସେୟାର କରାଯାଇ ନାହିଁ, କିନ୍ତୁ ବର୍ତ୍ତମାନ ନିର୍ମାତାମାନେ ପ୍ରଶଂସକଙ୍କ ଉତ୍ସାହ ବଢାଇବାକୁ ପ୍ରସ୍ତୁତ ଅଛନ୍ତି । ତେବେ ସେମାନେ କେବଳ ଏକ ବିଶେଷ ଦିନକୁ ଅପେକ୍ଷା କରିଛନ୍ତି, ଯାହା ଖୁବ୍ ଆସିବାକୁ ଯାଉଛି । ଅଲୁ ଅର୍ଜୁନ ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କୁ ଏକ ସରପ୍ରାଇଜ୍ ଦେବାକୁ ଯାଉଛନ୍ତିି । ଏହି ସରପ୍ରାଇଜ୍ ଦେଖିବା ପରେ ‘ପୁଷ୍ପା’ ର ଫ୍ୟାନ୍ସ ଏହି ଫିଲ୍ମ ଦେଖିବାକୁ ବହୁତ ଉତ୍ସାହାର ସହ ଅପେକ୍ଷା କରିଛନ୍ତି ।
ତେବେ’ପୁଷ୍ପା: ଦି ରୁଲ୍’ର ନିର୍ମାତା ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଏଭଳି ପରିସ୍ଥିତିରେ ଦର୍ଶକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ସାହକୁ ଆହୁରି ବଢାଇବା ପାଇଁ ନିର୍ମାତାମାନେ ଏପ୍ରିଲ ୮ରେ ଏହାର ଦମ୍ଦାର ଟିଜର ରିଲିଜ୍ କରିବାକୁ ଯାଉଛନ୍ତି । ଏହା ସହ ସେହି ଦିନ ସାଉଥ୍ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଜନ୍ମଦିନ । ଆଲୁ ଅର୍ଜୁନ ତାଙ୍କର କମାଣ୍ଡିଂ ସ୍କ୍ରିନ୍ ପ୍ରୋଜେସ୍ ସହିତ ଏହି ବହୁ ପ୍ରତୀକ୍ଷିତ ପାନ୍ ଇଣ୍ଡିଆନ୍ ଫିଲ୍ମ ସହିତ ପୁଣି ଥରେ ରାଜ୍ କରିବାକୁ ଯାଉଛନ୍ତି । ଟିଜର ସହିତ ଫିଲ୍ମର ପ୍ରଥମ ଝଲକ ଲୋକଙ୍କ ସାମ୍ନାକୁ ଆସିବାକୁ ଯାଉଛି । ଫିଲ୍ମ ‘ପୁଷ୍ପା’ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ବିଷୟରେ ସେୟାର କରାଯାଇଛି । ତେବେ ଦର୍ଶକ ଉତ୍ସାହାର ସହ ଅପେକ୍ଷା କରାଯାଇଥିବା ଫିଲ୍ମ ‘ପୁଷ୍ପା’ର ଟିଜର ଏପ୍ରିଲ ୮ ରେ ରିଲିଜ ହେବ ।
ଫିଲ୍ମ ‘ପୁଷ୍ପା’ର ଯାଜୁ ପୁଣି ଲୋକଙ୍କ ଉପରେ ଦେଖିବାକୁ ମିଳିବାକୁ ଯାଉଛି । ତେବେ ଫିଲ୍ମ ‘ପୁଷ୍ପା: ଦି ରୁଲ୍’ ଅଗଷ୍ଟ ୧୫ ରେ ସାରା ବିଶ୍ୱରେ ସିଲ୍ଭର ସ୍କ୍ରିନ୍ରେ ମୁକ୍ତିଲାଭ କରିବ । ଆକ୍ସନ୍ ଡ୍ରାମା ‘ପୁଷ୍ପା: ଦି ରୁଲ୍’ରେ ଅଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦନା ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର । ଏହି ଫିଲ୍ମରେ ଫାହାଦ୍ ଫସିଲ୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହ ଫିଲ୍ମର ସୁଟିଂ ଶେଷ ପର୍ଯ୍ୟାୟରେ ଚାଲିଛି । ତେବେ ନିକଟରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନା ଏକ ବିବାହ ସିନ୍ର ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଉଭୟ ଆନ୍ଧ୍ରପ୍ରଦେଶର ଏକ ମନ୍ଦିରରେ ମଧ୍ୟ ସୁଟିଂ କରୁଥିବାର ନଜର ଆସିଥିଲେ ।
Let the #PushpaMassJaathara begin 💥
𝗧𝗛𝗘 𝗠𝗢𝗦𝗧 𝗔𝗪𝗔𝗜𝗧𝗘𝗗 #Pushpa2TheRuleTeaser out on April 8th ❤️🔥❤️🔥
He is coming with double the fire 🔥🔥#Pushpa2TheRule Grand Release Worldwide on 15th AUG 2024.
Icon Star @alluarjun @iamRashmika @aryasukku #FahadhFaasil… pic.twitter.com/gCPRAxqoPh
— Pushpa (@PushpaMovie) April 2, 2024