Below header

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ୱ, ବିଜେଡି ନିର୍ବାଚନୀ ଇସ୍ତାହାର କମିଟିର ହେଲେ ଅଧ୍ୟକ୍ଷ

ବରିଷ୍ଠ ବିଜେଡି ନେତା ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କୁ ନୂଆ ଦାୟିତ୍ବ । ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଭାବେ ନିଯୁକ୍ତ କରିଛନ୍ତି । ଏହା ସହିତ ତାଙ୍କୁ ଦଳର ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ଦିଆଯାଇଛି ।

ବ୍ରହ୍ମପୁର (କେନ୍ୟୁଜ): ବରିଷ୍ଠ ବିଜେଡି ନେତା ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କୁ ନୂଆ ଦାୟିତ୍ବ । ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଭାବେ ନିଯୁକ୍ତ କରିଛନ୍ତି । ଏହା ସହିତ ତାଙ୍କୁ ଦଳର ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ଦିଆଯାଇଛି ।

ସୂଚନା ଅନୁସାରେ ୨୦୧୯ ବ୍ରହ୍ମପୁର ଲୋକ ସଭା ଆସନ ଜିତିଥିଲେ ବିଜେଡିର ଚନ୍ଦ୍ରଶେଖର ସାହୁ । ଚନ୍ଦ୍ରଶେଖର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ଭୃଗୁ ବକ୍ସିପାତ୍ରଙ୍କଠାରୁ ୯୪,୮୪୪ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ।  ଏହି ବିଜୟ ସହ ଚନ୍ଦ୍ରଶେଖର ଦ୍ୱିତୀୟ ଥର ପାଇଁ ବ୍ରହ୍ମପୁରର ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି ।  ସେ ୨୦୦୪ରେ ପ୍ରଥମ ଥର ପାଇଁ କଂଗ୍ରେସରୁ ଲଢ଼ି ଏମ୍‌ପି ହୋଇଥିଲେ ।  କେନ୍ଦ୍ରର ଉପା ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ ।  ହେଲେ ୨୦୦୯ ଏବଂ ୨୦୧୪ ମସିହାରେ କଂଗ୍ରେସ ଟିକେଟରୁ ଲଢ଼ି ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ପରାସ୍ତ ହୋଇଥିଲେ ।  ୨୦୧୮ ଏପ୍ରିଲ ୪ ତାରିଖରେ ଚନ୍ଦ୍ରଶେଖର କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.