୧ କୁଇଣ୍ଟାଲ୍ ୯୭ କେଜି ଗଞ୍ଜେଇ ଜବତ, ୩ ଗିରଫ

ଗଜପତି ଜିଲ୍ଲା ମୋହନା ଥାନା ପୋଲିସକୁ ବଡ଼ ସଫଳତା । ଜବତ କଲା ୧ କୁଇଣ୍ଟାଲ୍ ୯୭ କେଜି ଗଞ୍ଜେଇ । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ରାମକୃଷ୍ଣ ସାହୁ, ସୁଶାନ୍ତ ସାହୁ ଓ ସନ୍ତୋଷ ଜାନୀ ।

ମୋହନା (କେନ୍ୟୁଜ): ଗଜପତି ଜିଲ୍ଲା ମୋହନା ଥାନା ପୋଲିସକୁ ବଡ଼ ସଫଳତା । ଜବତ କଲା ୧ କୁଇଣ୍ଟାଲ୍ ୯୭ କେଜି ଗଞ୍ଜେଇ । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ରାମକୃଷ୍ଣ ସାହୁ, ସୁଶାନ୍ତ ସାହୁ ଓ ସନ୍ତୋଷ ଜାନୀ ।

ସୂଚନା ଅନୁସାରେ ମୋହନାରୁ ବ୍ରହ୍ମପୁରକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା । ଏହି ସମୟରେ ଗଜପତି ଜିଲ୍ଲା ମୋହନା ଥାନା ପୋଲିସ କମଳାପୁର ଛକରେ ପାଟ୍ରୋଲିଂ କରୁଥିବା ବେଳେ ଗୋଟିଏ ଟ୍ରାକ୍ଟରରୁ ୧ କୁଇଣ୍ଟାଲ୍ ୯୭ କେଜି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କ ହେବ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.