ଜେଲରେ ବିଗୁଡୁଛି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା, ଗିରଫ ହେବା ପରେ ୪କେଜିରୁ ଅଧିକ କମିଲାଣି ଓଜନ

ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଟଙ୍କା ହେରଫେର ମାମଲାରେ ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜେଲରେ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହୁନାହିଁ । ଗିରଫ ହେବା ପରେ ଜେଲରେ ତାଙ୍କ ଓଜନ ୪କେଜିରୁ ଅଧିକ କମି ଯାଇଛି । ଏହାକୁ ନେଇ ଡାକ୍ତର ଚିନ୍ତାରେ ରହିଛନ୍ତି ।

ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଟଙ୍କା ହେରଫେର ମାମଲାରେ ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜେଲରେ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହୁନାହିଁ । ଗିରଫ ହେବା ପରେ ଜେଲରେ ତାଙ୍କ ଓଜନ ୪କେଜିରୁ ଅଧିକ କମି ଯାଇଛି । ଏହାକୁ ନେଇ ଡାକ୍ତର ଚିନ୍ତାରେ ରହିଛନ୍ତି ।

ଏନଆଇଏ ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଟଙ୍କା ହେରଫେର ମାମଲାରେ ୨୧ ମାର୍ଚ୍ଚରେ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରାଯାଇଥିଲା । ଏହାପରେ କେଜ୍ରିଓ୍ଵାଲ ଇଡି ହେପାଜରେ ରହିଥିଲେ । ତା’ ପରେ କୋର୍ଟ ତାଙ୍କୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଏହାପରେ କେଜ୍ରିଓ୍ଵାଲ ତିହାର ଜେଲରେ ୨ ନଂ ଜେଲରେ ରହିଛନ୍ତି ।

ତେବେ ନିକଟରେ ଜେଲରେ ଥିବା ବେଳେ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କ ସୁଗାର ଲେବଲ ୪୬କୁ ହ୍ରାସ ପାଇଥିଲା । ଯେଉଁଥିପାଇଁ ଡାକ୍ତର ଚିନ୍ତାରେ ଥିଲେ । ହେଲେ ଏବେ ତାଙ୍କ ଓଜନ ହ୍ରାସ ହେବା ନେଇ ମଧ୍ୟ ଡାକ୍ତର ଚିନ୍ତାରେ ରହିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଅତିଶି ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, ଆସନ୍ତା ଦୁଇ ମାସ ମଧ୍ୟରେ ଆପର ଆଉ ୪ ଜଣ ନେତା ଗିରଫ ହେବେ । ସେମାନଙ୍କ ମଧ୍ୟରେ ସେ ନିଜ ସହିତ ମନ୍ତ୍ରୀ ସୌରଭ ଭରଦ୍ୱାଜ, ବିଧାୟକ ଦୁର୍ଗେଶ ପାଠକ ଓ ସାଂସଦ ରାଘବ ଚଡ୍ଡାଙ୍କୁ ଗିରଫ କରାଯିବ ବୋଲି କହିଥିଲେ । ଅତିଶିଙ୍କୁ ବିଜେପିରେ ସାମିଲ ନ ହେଲେ ଗିରଫ କରାଯିବ ବୋଲି ଧମକ ମିଳିଛି । କିନ୍ତୁ ଆପ୍ ଏଭଳି ଧମକରେ ଭୟ କରିବ ନାହିଁ ବୋଲି ମନ୍ତ୍ରୀ ଅତିଶି କହିଥିଲେ ।

ସେପଟେ ଆପ୍ ନେତା ତଥା ସାଂସଦ ସଞ୍ଜୟ ସିଂଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଆବଶ୍ୟକ ସର୍ତ୍ତାବଳୀ ସହିତ କୋର୍ଟ ତାଙ୍କୁ ମୁକ୍ତ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଇଡି ସହମତିରେ ସଞ୍ଜୟ ସିଂଙ୍କ ଜାମିନକୁ ସହମତି ଦେଇଛି । ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଦୁର୍ନୀତି ମାମଲାରେ ସେ ୬ମାସ ଜେଲରେ ଥିଲେ । ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ ହୋଇଥିଲେ ସାଂସଦ ସଞ୍ଜୟ ସିଂ । ସଞ୍ଜୟ ସିଂଙ୍କୁ ଗତ ବର୍ଷ ଅକ୍ଟୋବର ୪ରେ ଇଡି ଗିରଫ କରିଥିଲା । ୩ମାସ ଜେଲରେ ରହିବା ପରେ ହାଇକୋର୍ଟରେ ଆପ୍ ସାଂସଦ ଜାମିନ ଆବେଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.