ଗରମ ଲାଗିବାରୁ ଏୟାରପୋର୍ଟରେ ଡ୍ରେସ୍ ଖୋଲିଦେଲେ ଉର୍ଫି, ଭାଇରାଲ ହେଉଛି ଫଟୋ

ଉର୍ଫି ଜାଭେଦ୍ ତାଙ୍କର ଏହି ଅନ୍ଦାଜ ହେତୁ ପ୍ରତ୍ୟେକ ଥର ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଏଥର ପୁଣି ଉର୍ଫି ଏୟାରପୋର୍ଟରେ ସମାନ କାର୍ଯ୍ୟ କରିଛନ୍ତି । ଏଥର ଉର୍ଫି ଜାଭେଦ୍ ତାଙ୍କ ଆଉଟ୍‌ଫିଟ ସହିତ ଏତେ ଏକ୍ସପେରିମେଣ୍ଟ କରିଥିଲେ ଯେ ସେ ଖରା ଦିନରେ ମଧ୍ୟ ଏକ କମ୍ବଳରେ ତିଆରି ଆଉଟ୍‌ଫିଟ ପିନ୍ଧିଥିଲେ ।

ଉର୍ଫି ଜାଭେଦ୍‌ ମନୋରଞ୍ଜନ ଦୁନିଆର ଏକ ଚର୍ଚ୍ଚିତ ନାଁ । ନିଜର ବୋଲ୍ଡ ଲୁକ୍‌ ଏବଂ ବୋଲ୍ଡ ଡ୍ରେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଉର୍ଫି । ବର୍ତ୍ତମାନ ସେ ନା କୌଣସି ସିରିଏଲ୍‌ରେ ନଜର ଆସୁଛନ୍ତି ନା କୌଣସି ଫିଲ୍ମ ତାଙ୍କର ଆସୁଛି, ତଥାପି ଲାଇମ୍‌ଲାଇଟ୍‌ରେ କୌଣସି ବଡ଼ ଷ୍ଟାର୍‌ଙ୍କଠାରୁ ସେ କମ୍‌ରେ ନାହାନ୍ତି । ଉର୍ଫି ଜାଭେଦ୍‌ ତାଙ୍କ ନିଆରା ଫ୍ୟାସନ ସେନ୍ସ ପାଇଁ ଜଣାଯାଇ ଥାଆନ୍ତି ଏବଂ ସବୁବେଳେ ନିଜର ଅଜବ ଆଉଟ୍‌ଫିଟ ପାଇଁ ଚର୍ଚ୍ଚାକୁ ଆସି ଥାଆନ୍ତି ।

ଉର୍ଫି ଜାଭେଦ୍ ତାଙ୍କର ଏହି ଅନ୍ଦାଜ ହେତୁ ପ୍ରତ୍ୟେକ ଥର ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଏଥର ପୁଣି ଉର୍ଫି ଏୟାରପୋର୍ଟରେ ସମାନ କାର୍ଯ୍ୟ କରିଛନ୍ତି । ଏଥର ଉର୍ଫି ଜାଭେଦ୍ ତାଙ୍କ ଆଉଟ୍‌ଫିଟ ସହିତ ଏତେ ଏକ୍ସପେରିମେଣ୍ଟ କରିଥିଲେ ଯେ ସେ ଖରା ଦିନରେ ମଧ୍ୟ ଏକ କମ୍ବଳରେ ତିଆରି ଆଉଟ୍‌ଫିଟ ପିନ୍ଧିଥିଲେ । ଏଥର ଉର୍ଫି ଜାଭେଦ ଏୟାରପୋର୍ଟରେ ନିଜ ଲୁକ ଯୋଗୁଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏୟାରପୋର୍ଟରେ ସେ କମ୍ବଳରେ ତିଆରି ଏକ ଡ୍ରେସ ପିନ୍ଧିଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ ।

ଏଥର ଉର୍ଫିଙ୍କ ଲୁକ୍ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେ ବେବି ପିଙ୍କ କଲରର କମ୍ବଳରେ ତିଆରି ଏକ ଡ୍ରେସ ପିନ୍ଧିଥିଲେ । ଉର୍ଫି ଏୟାରପୋର୍ଟରେ ଏହି ଡ୍ରେସରେ ପୋଜ୍ ମଧ୍ୟ ଦେଇଥିଲେ କିନ୍ତୁ ଗରମ ହେତୁ ସେ ଏହି ଆଉଟ୍‌ଫିଟକୁ ଅଧିକ ସମୟ ପିନ୍ଧି ପାରିନଥିଲେ । ଗରମ ହେତୁ ଉର୍ଫି ଏୟାରପୋର୍ଟରେ ନିଜ ଆଉଟ୍‌ଫିଟ ଖୋଲିଦେଇଥିଲେ ଏବଂ ତାଙ୍କ ସର୍ଟସ-ଟି-ସାର୍ଟ ଲୁକରେ ନଜର ଆସିଥିଲେ । ଉର୍ଫିଙ୍କର ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

ଲୋକମାନେ ଏହି ପୋଷ୍ଟରେ ବହୁତ କମେଣ୍ଟ ମଧ୍ୟ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି- ସେ ସବୁବେଳେ ଏୟାରପୋର୍ଟରେ ରୁହନ୍ତି କି? ଅନ୍ୟ ଜଣେ ଲେଖିଛନ୍ତି – ସେ ଯାହା ବି କରନ୍ତୁ କିନ୍ତୁ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସୂଚନାଯୋଗ୍ୟ, ଉର୍ଫି ବର୍ତ୍ତମାନ ବଲିଉଡରେ ଡେବ୍ୟୁ କରିଛନ୍ତି । ନିକଟରେ ତାଙ୍କର ଡେବ୍ୟୁ ଫିଲ୍ମ LSD 2 ର ଟିଜର ରିଲିଜ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.