Below header

ବୀଭତ୍ସ ହତ୍ୟାକାଣ୍ଡ : ତଣ୍ଟି କାଟି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ବେକ ହାତ କାଟି ହତ୍ୟା । ପୁରୀ ଚକ୍ରତୀର୍ଥ ରୋଡରେ ବୀଭତ୍ସ ହତ୍ୟାକାଣ୍ଡ । ଚକ୍ରତୀର୍ଥ ରୋଡ ଏକ ମେଡିକାଲ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ବିଳମ୍ବିତ ରାତିରେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ତେବେ ନିଶା କାରବାରକୁ ନେଇ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ପୁରୀ (କେନ୍ୟୁଜ): ବେକ ହାତ କାଟି ହତ୍ୟା । ପୁରୀ ଚକ୍ରତୀର୍ଥ ରୋଡରେ ବୀଭତ୍ସ ହତ୍ୟାକାଣ୍ଡ । ଚକ୍ରତୀର୍ଥ ରୋଡ ଏକ ମେଡିକାଲ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ବିଳମ୍ବିତ ରାତିରେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ତେବେ ନିଶା କାରବାରକୁ ନେଇ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ।

ଘଟଣା ସ୍ଥଳୀରେ ସମୁଦ୍ରକୂଳ ଥାନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ୟକ୍ତି ଜଣଙ୍କ କିଏ ତାଙ୍କ ନାଁ କଣ ଏବଂ କିଏ ତାଙ୍କୁ ଏଭଳି ହତ୍ୟା କଲା ଏନେଇ ସମୁଦ୍ରକୁଳ ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ନିଜର ତଦନ୍ତ ଆରମ୍ଭ କରିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.