Below header

ରୋଷେଇ ଘରେ ଅତ୍ୟଧିକ ପିମ୍ପୁଡ଼ି ହେଉଛି କି ? ଆପଣାନ୍ତୁ ଏହି ୪ଟି ଉପାୟ

ଯଦି ଆପଣମାନେ ରୋଷେଇ ଘରେ କିଛି ଖାଦ୍ୟ ଖୋଲା ଛାଡିଦିଅନ୍ତି, ତାହେଲେ ସେହି ଜିନିଷରେ ତୁରନ୍ତୁ ପିମ୍ପୁଡ଼ି ଲାଗିଯାଇଥାନ୍ତି । ଅନେକ ଥର ଆପଣମାନେ ବୁଝିପାରିନଥାନ୍ତି ଯେ ଏହି ପିମ୍ପୁଡ଼ି କେଉଁଠୁ ଆସୁଛି । ଏପରି ପରିସ୍ଥିତିରେ ଖାଦ୍ୟକୁ ଏୟାରଟାଇଟ୍ ପାତ୍ରରେ ରଖନ୍ତୁ କିମ୍ବା ସବୁକିଛି ଫ୍ରିଜରେ ରଖନ୍ତୁ । ଯଦି ଏହା କରା ନ ଯାଏ ତେବେ ପିମ୍ପୁଡ଼ି ଖାଦ୍ୟ ନଷ୍ଟ କରିଦିଅନ୍ତି । ତେବେ ଘରୁ ପିମ୍ପୁଡ଼ିକୁ ଘଉଡାଇବା ପାଇଁ ବଜାରରେ ଅନେକ ସ୍ପ୍ରେ ଏବଂ ଅନ୍ୟାନ୍ୟ ଜିନିଷ ମିଳିଥାଏ । ଯାହା ସାହାଯ୍ୟରେ ଆପଣ ଘରୁ ପିମ୍ପୁଡ଼ିକୁ ଦୂର କରିପାରିବେ ।

ଆପଣମାନେ ତ ଜାଣିଥିବେ ଯେ ମିଠା ଦେଖିବା ମାତ୍ରେ ପିମ୍ପୁଡ଼ି ରୋଷେଇ ଘରେ ପହଞ୍ଚିଯାଏ । ଏଥିପାଇଁ କିଛି ଲୋକ ପ୍ରାୟତଃ ନିଜ ରୋଷେଇ ଘରେ ପିମ୍ପୁଡ଼ି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହା ସହ ଯଦି ଆପଣମାନେ ରୋଷେଇ ଘରେ କିଛି ଖାଦ୍ୟ ଖୋଲା ଛାଡିଦିଅନ୍ତି, ତାହେଲେ ସେହି ଜିନିଷରେ ତୁରନ୍ତୁ ପିମ୍ପୁଡ଼ି ଲାଗିଯାଇଥାନ୍ତି । ଅନେକ ଥର ଆପଣମାନେ ବୁଝିପାରିନଥାନ୍ତି ଯେ ଏହି ପିମ୍ପୁଡ଼ି କେଉଁଠୁ ଆସୁଛି । ଏହା ସହ ଘର ଯେତେ ବି ଉଚ୍ଚ ହୋଇଥାଉ, ସେଠାକୁ ପିମ୍ପୁଡ଼ି ପହଞ୍ଚିଯାଆନ୍ତି । ଏପରି ପରିସ୍ଥିତିରେ ଖାଦ୍ୟକୁ ଏୟାରଟାଇଟ୍ ପାତ୍ରରେ ରଖନ୍ତୁ କିମ୍ବା ସବୁକିଛି ଫ୍ରିଜରେ ରଖନ୍ତୁ । ଯଦି ଏହା କରା ନ ଯାଏ ତେବେ ପିମ୍ପୁଡ଼ି ଖାଦ୍ୟ ନଷ୍ଟ କରିଦିଅନ୍ତି । ତେବେ ଘରୁ ପିମ୍ପୁଡ଼ିକୁ ଘଉଡାଇବା ପାଇଁ ବଜାରରେ ଅନେକ ସ୍ପ୍ରେ ଏବଂ ଅନ୍ୟାନ୍ୟ ଜିନିଷ ମିଳିଥାଏ । ଯାହା ସାହାଯ୍ୟରେ ଆପଣ ଘରୁ ପିମ୍ପୁଡ଼ିକୁ ଦୂର କରିପାରିବେ । ତାହେଲେ ଆସନ୍ତୁ ଆଜି ଆମେ ଆପଣଙ୍କୁ ପିମ୍ପୁଡିକୁ ଘଉଡାଇବା ପାଇଁ କିଛି ଉପାୟ ବିଷୟରେ ଜଣାଇବୁ, ଯାହାକୁ ଫଲୋ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ପିମ୍ପୁଡ଼ିକୁ ଘଉଡାଇବା ପାଇଁ ବୋରାକ୍ସ ପାଉଡର : ଆପଣ ପିମ୍ପୁଡ଼ିକୁ ଘଉଡାଇବା ପାଇଁ ବୋରାକ୍ସ ପାଉଡର ବ୍ୟବହାର କରିପାରିବେ । ଏଥିପାଇଁ ୧ ଚାମଚ ବୋରାକ୍ସ ପାଉଡରକୁ ୨ କପ ଚିନି ପାଣିରେ ମିଶାନ୍ତୁ । ଏହା ପରେ ଏକ କଟନ୍‌ ବଲକୁ ପାଣିରେ ଭିଜାଇ ଏକ ଥାଳିରେ ରଖିଦିଅନ୍ତୁ । ଏପରି ଭାବେ ସମସ୍ତ ପିମ୍ପୁଡ଼ି ପ୍ଲେଟକୁ ଆସିବ ଏବଂ ଆପଣ ସେମାନଙ୍କୁ ସହଜରେ ଫିଙ୍ଗି ପାରିବେ ।

ପିମ୍ପୁଡ଼ିକୁ ଘଉଡାଇବା ପାଇଁ ସାବୁନ୍ ପାଣି : ପିମ୍ପୁଡ଼ିକୁ ଘଉଡାଇବା ପାଇଁ ସାବୁନ୍ ପାଣି ମଧ୍ୟ ଏକ ଭଲ ଉପାୟ ହୋଇଥାଏ । ଯେଉଁଠାରେ ପିମ୍ପୁଡ଼ି ହୋଇଥିବେ, ତାକୁ ସାବୁନ୍ ଏବଂ ପାଣି ସହିତ ସଫା କରିଦିଅନ୍ତୁ । ଏଥିପାଇଁ ସାବୁନ୍ ଏବଂ ପାଣିକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ସେଥିରେ ଏକ କପଡା ଭିଜାନ୍ତୁ ଏବଂ ପିମ୍ପୁଡ଼ି ଆସୁଥିବା ସ୍ଥାନକୁ ସଫା କରନ୍ତୁ । ଏପରି ଭାବେ ଆପଣ ରୋଷେଇ କାଉଣ୍ଟର ସଫା କରନ୍ତୁ । ଏହି ଉପାୟରେ ରୋଷେଇ ଘରୁ ପିମ୍ପୁଡ଼ି ସଫା ହୋଇଯିବେ ।

ପିମ୍ପୁଡ଼ିକୁ ଘଉଡାଇବା ପାଇଁ ହଳଦୀ ବ୍ୟବହାର କରୁନ୍ତି : ଅନେକ ଥର ନାଲି ରଙ୍ଗର ପିମ୍ପୁଡ଼ି ରୋଷେଇ ଘରେ ଦେଖାଯାଏ ଏବଂ ସେହି ପିମ୍ପୁଡ଼ି ବହୁତ ଜୋରରେ କାମୁଡ଼ି ମଧ୍ୟ ଥାନ୍ତି । ଏହିପରି ପିମ୍ପୁଡ଼ିକୁ ଘଉଡାଇବା ପାଇଁ ହଳଦୀ ପାଉଡର ବ୍ୟବହାର କରନ୍ତୁ । ହଳଦୀରେ ଏପରି ଗୁଣ ଅଛି ଯାହା ପିମ୍ପୁଡ଼ିକୁ ଦୂର କରିବାରେ ସାହାଯ୍ୟ କରେ । ତେବେ ଯେଉଁ ସ୍ଥାନକୁ ପିମ୍ପୁଡ଼ି ଆସୁଛି ସେହି ସ୍ଥାନରେ ହଳଦୀ ପାଉଡର ପକାଇଦିଅନ୍ତୁ । ଏପରି ଭାବେ ରୋଷେଇ ଘରୁ ପିମ୍ପୁଡ଼ି ଦୂର ହୋଇଯିବେ ।

ପିମ୍ପୁଡ଼ିକୁ ଘଉଡାଇବା ପାଇଁ ଭିନେଗାର : କିଛି ଲୋକ ପିମ୍ପୁଡ଼ିକୁ ଘଉଡାଇବା ପାଇଁ ଭିନେଗାର ମଧ୍ୟ ବ୍ୟବହାର କରନ୍ତି । ଭିନେଗାରକୁ ଏକ ସ୍ପ୍ରେ ବୋତଲରେ ଭରନ୍ତୁ ଏବଂ ପିମ୍ପୁଡ଼ି ଆସୁଥିବା ସ୍ଥାନରେ ଏହାକୁ ଛିଞ୍ଚନ୍ତୁ । ଏପରି ସପ୍ତାହରେ ୧ ରୁ ୨ ଥର ଏହି ସ୍ପ୍ରେ ବ୍ୟବହାର କରନ୍ତୁ, ଏହା ଅନ୍ୟାନ୍ୟ କୀଟନାଶକକୁ ରୋଷେଇ ଘରଠାରୁ ଦୂରରେ ରଖିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.