ମନୋରଂଜନ

RGVଙ୍କ ଫିଲ୍ମ ‘ଥ୍ରୀଲର’ରେ ଅପ୍ସରାଙ୍କ ସହ ରୋମାନ୍ସ କରିବେ ଓଡ଼ିଆ ପୁଅ ରକ୍, ସାମ୍ନାକୁ ଆସିଲା ଫଟୋ

ବଲିଉଡରେ ଏଣ୍ଟ୍ରି କଲେ ଓଡ଼ିଆ ପୁଅ। ପୁଣିଥରେ ଓଡ଼ିଶାର ଜଣେ ପୁଅକୁ ନିଜ ଫିଲ୍ମରେ ବ୍ରେକ ଦେଲେ ବଲିଉଡ ଫିଲ୍ମ ନିର୍ମାତା ରାମଗୋପାଳ ବର୍ମା। ନିଜ ଫିଲ୍ମ ‘ଥ୍ରୀଲର’ ପାଇଁ ଓଡ଼ିଶାରୁ ନାୟକ ବାଛିଲେ RGV । ନବରଙ୍ଗପୁରର ରକ କଚି (Rock kacchi) ଙ୍କୁ ନାୟକ ଭାବେ ବାଛିଛନ୍ତି ବର୍ମା । ରାଉରକେଲାର ଅପ୍ସରା ରାଣୀଙ୍କ ବିପକ୍ଷରେ ନାୟକ ହେବେ ରକ୍‌। ନବରଙ୍ଗପୁର ଜିଲ୍ଲାର ରକ୍‌ ଏବେ ମହାରାଷ୍ଟ୍ରର କୋହ୍ଲାପୁରରେ ରହୁଛନ୍ତି। ଏବେ ଫିଲ୍ମର କେତେକ ଫଟୋ ସାମ୍ନାକୁ ଆସିଛି। ଫଟୋରେ ଉଭୟ ଅପ୍ସରା ଓ ରକଙ୍କ ହଟ୍ ଅନ୍ଦାଜ ଦେଖିବାକୁ ମିଳିଛି।

 

ରାମଗୋପାଳ ବର୍ମାଙ୍କ ଆଗାମୀ ଥ୍ରୀଲର ଚଳଚ୍ଚିତ୍ରର ଲିଡ୍ ରୋଲରେ କାମ କରି ଜିଲ୍ଲା ପାଇଁ ଗର୍ବ ଓ ଗୌବର ଆଣିଛନ୍ତି ରକ। ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଜନ୍ମିତ ଓ୍ୱାଜିଦ୍ ରକଙ୍କ ପିଲାଦିନ କଟିଥିଲା ଉମରକୋଟରେ। ଦଶ ବର୍ଷ ଯାଏଁ ଉମରକୋଟରେ ରହି ବଡ଼ ହୋଇଥିଲେ ରକ।

ବ୍ୟବସାୟିକ କାରଣରୁ ବାପା ଓ ମାଆଙ୍କ ସହ ସେ ମହାରାଷ୍ଟ୍ରର କୋଲ୍ଲାପୁର ଚାଲି ଯାଇଥିଲେ। ସେଠାରେ ସେ ମଡେଲିଂ ପ୍ରତି ଆକୃଷ୍ଟ ହୋଇଥିଲେ। ୨୦୧୬-୧୭ ରେ ସେ କଲେଜରେ Mr University ହାସଲ କରିଥିଲେ। ୨୦୧୮ରେ Mr ମହାରାଷ୍ଟ୍ର ଟାଇଟଲ ଜିତିଥିଲେ। କୋଲ୍ଲାପୁର ଠାରେ ନିଜର ରେସ୍ତୋରାଁ ଖୋଲି ବ୍ୟବସାୟ କରିବା ସହ ମଡେଲିଂ କରୁଥିଲେ। ଏହି ସମୟରେ ରାମଗୋପାଳଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା।

ସୂଚନାଯୋଗ୍ୟ ଯେ ଥ୍ରୀଲର ଫିଲ୍ମ ପାଇଁ ଓଡ଼ିଶାରୁ ଝିଅ ବାଛିଥିବା ନେଇ ରାମଗୋପାଳ ନିଜ ସୋସିଆଲ ମିଡିଆରେ ଜଣାଇଥିଲେ। ଅପ୍ସରାଙ୍କ ଯୋଗୁଁ ସେ ଓଡ଼ିଶାକୁ ଚିହ୍ନିଥିବା ଏଥିରେ ଲେଖିଥିଲେ। ଏହାପରେ ବିବାଦକୁ ଟାଣି ହୋଇ ଆସିଥିଲେ RGV। ଏହି ମନ୍ତବ୍ୟ ଯୋଗୁଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

WCW 11

Recent Posts

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

4 seconds ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

18 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

24 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

30 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

39 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

1 hour ago