ମନୋରଂଜନ

ଆର୍ଯ୍ଯନଙ୍କ ନୂଆ ଠିକଣା ଆର୍ଥର ଜେଲ, ଯେଉଁଠି ରହୁଥିଲେ କାସବଙ୍କ ଭଳି ଆତଙ୍କବାଦୀ

ବଲିଉଡର କିଙ୍ଗଖାନଙ୍କ ପୁଅ ଆର୍ଯ୍ଯନ ଖାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ତେଣୁ ଆର୍ଯ୍ଯନ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ। ୩ ଅକ୍ଟୋବରରେ ଆର୍ଯ୍ଯନଙ୍କୁ ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟି କେସରେ ଗିରଫ କରାଯାଇଥିଲା।

୮ ଅକ୍ଟୋବରରେ କୋର୍ଟ ଏହି କେସର ଶୁଣାଣି କରି ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଆର୍ଯ୍ଯନଙ୍କ ସହିତ ଅନ୍ଯ ୧୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ସମସ୍ତଙ୍କୁ ବାରାକ ନଂ ୧ରେ ୫ ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି। ଆର୍ଯ୍ଯନ ସେହି ଜେଲରେ ରହିଛନ୍ତି, ଯେଉଁଠି ସଂଜୟ ଦତ୍ତ ଏବଂ କସବ ରହିଥିଲେ।

୧୯୯୩ରେ ସଂଜୟ ଦତ୍ତ ବୋମା ବିସ୍ଫୋରଣ କେସରେ ଏହି ଜେଲରେ ବନ୍ଦୀ ରହିଥିଲେ। ସଂଜୟ ଦତ୍ତଙ୍କୁ ବାରାକ ନଂ୧୦ରେ ରଖାଯାଇଥିଲା। ସେହିପରି ସିନା ବୋରା ହତ୍ଯାକାଣ୍ଡର ପ୍ରମୁଖ ଦୋଷୀ ପିଟର ମୁଖାର୍ଜୀଙ୍କୁ ମଧ୍ୟ ଏହି ଜେଲରେ ବନ୍ଦ ରଖାଯାଇଥିଲା।

ମୁମ୍ବାଇ ହୋଟେଲ ତାଜ ବିସ୍ଫୋରଣରେ ଧରାହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସବଙ୍କୁ ମଧ୍ୟ ଏହି ଜେଲରେ ରଖାଯାଇଥିଲା। ସେହିପରି ଏଠାରେ ଅବୁ ସାଲେମ, ମୁସ୍ତଫା ଡୋସା, ଛୋଟା ରାଜନ ଏବଂ ଅରୁଣ ଗୋବଲୀଙ୍କୁ ଗିରଫ କରାଯାଇ ରଖାଯାଇଥିଲା।

ସୂଚନା ଯୋଗ୍ୟ, କ୍ରୁଜ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଅଧିକ ଗୁମର ଖୋଲିବା ନେଇ ଏନସିବି ଚେଷ୍ଟା ଚଳାଇଛି । ପୂର୍ବରୁ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କର ହେପାଜତ ମିଆଦ ମଧ୍ୟ ବଢ଼ାଯାଇଥିଲା । ଆର୍ଯ୍ୟନଙ୍କୁ ୭ ତାରିଖ ଯାଏ କଷ୍ଟୋଡିରେ ନେଇ ପଚରାଉଚରା କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଏସମୟରେ ଡ୍ରଗସ୍‌ ନେଉଥିବା ସ୍ୱୀକାର କରିଥିଲେ ଜୁନିୟର ଖାନ୍‌ । ଆର୍ଯ୍ୟନଙ୍କ ଫୋନରୁ ଆପତ୍ତିଜନକ ତଥ୍ୟ ଜବତ ହୋଇଛି । ସେ ଡ୍ରଗସ୍‌ ପାଇଁ ବ୍ୟବହାର ସାଙ୍କେତିକ ଭାଷା ବ୍ୟବହାର କରୁଥିବା ନେଇ ମଧ୍ୟ ଖବର ଆସିଥିଲା । ନିଶା ବ୍ୟବସାୟୀଙ୍କ ସହ ସମ୍ପର୍କରେ ଥିଲେ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ କେସ୍‌ ବି ଓକିଲ ସତୀଶ ମାନସିନ୍ଦେ ଲଢ଼ିଥିଲେ।

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

6 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

6 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

9 hours ago