Categories: ମନୋରଂଜନ

ପୁଣି ଗରମ ହେବ ନିର୍ବାଚନୀ ମାହୋଲ, ଆସୁଛି ମମତା ବାନାର୍ଜୀଙ୍କ ବାୟୋପିକ୍ Baghini (The Tigress)

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘PM Narendra Modi’ ନେଇ ଥମିନି ଚର୍ଚ୍ଚା । ଏବେ ନିର୍ବାଚନୀ ମାହୋଲକୁ ଆହୁରୀ ଗରମ ହେବାକୁ ଯାଉଛି । ପରଦାକୁ ଆସୁଛି Baghini (The Tigress) । ଫିଲ୍ମରେ ଦେଖିବାକୁ ମିଳିବ ମମତା ବାନାର୍ଜୀଙ୍କ ଜୀବନ କାହାଣୀ । ତେବେ ସବୁଠାରୁ ମଜାଦାର କଥା ହେଉଛି ନିର୍ବାଚନ ଭିତରେ ଏହି ଫିଲ୍ମ ରିଲିଜ୍ ହୋଇପାରୁଛି କି ନା ?

ନିର୍ଦ୍ଦେଶକ ନେହଲ୍ ଦତ୍ତାଙ୍କ କହିବା ଅନୁଯାୟୀ, ତାଙ୍କ ଫିଲ୍ମ ବାୟୋପିକ୍ ନୁହେଁ । ବରଂ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଜୀବନ ଯାତ୍ରା ଦ୍ବାରା ପ୍ରେରିତ ଏକ କାହାଣୀ । ଏହି ଫିଲ୍ମ ମୋଦିଙ୍କ ବାୟୋପିକ୍ ପରି ନୁହେଁ । ଏହା ଏକ ମହିଳା ସଶକ୍ତିକରଣର ଏକ ଭାବନାତ୍ମକ କାହାଣୀ । ଯାହା ମମତା ବାନାର୍ଜୀଙ୍କ ଦ୍ବାରା ପ୍ରେରିତ । ଯେଉଁ ଦେଖା ଯାଇଛି କିଭଳି ଜଣେ ସାଧାରଣ ଝିଅ ମୁଖ୍ୟମନ୍ତ୍ରୀ ହୋଇ ସମ୍ଭାଳୁଛି ରାଜ୍ୟର ଶାସନ ଭାର । କିଭଳି ଏକୁଟିଆ ହଜାରଙ୍କ ସହ ଲଢି ନିଜ ଦମରେ ହୋଇପାରିଛି ପଶ୍ଚିମବଙ୍ଗର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ।

ଫିଲ୍ମଟିର ନିର୍ମାଣ କାର୍ଯ୍ୟ ୨୦୧୫ରେ ଆରମ୍ଭ ହୋଇଥିଲା । ଯାହାକୁ ଏବେ ସେନ୍ସର ବୋର୍ଡରୁ ୟୁନିଭର୍ସାଲ୍ ପ୍ରମାଣପତ୍ର ମିଳିଛି । ଏହି ଫିଲ୍ମଟି କୌଣସି ପ୍ରକାର ରାଜନୈତିକ ଦଳର ପ୍ରଚାର କରିବା ପାଇଁ ନିର୍ମାଣ ହୋଇନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶକ ।

ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ଥିଏଟର ଆର୍ଟିଷ୍ଟ ରୁମା ଚକ୍ରବର୍ତ୍ତି । ରୁମାଙ୍କ କହିବା ଅନୁଯାୟୀ, ଏହି ଚରିତ୍ରକୁ ଜୀବନ୍ତ କରିବା ପାଇଁ ସେ ମମତାଙ୍କ ଅନେକ ଭାଷଣ ଟେଲିଭିଜନରେ ଦେଖିଛନ୍ତି । ଏହା ଅନେକ ପୁରୁଣା ଭିଡିଓ ମଧ୍ୟ ଦେଖିଛନ୍ତି । ତେବେ ଚରିତ୍ର ପାଇଁ ସବୁଠାରୁ ସ୍ବତନ୍ତ୍ର ଥିଲା ତାଙ୍କ ଟ୍ରେଡମାର୍କ ରବର ର ଚପଲ ଏବଂ ଧଳା ସୂତା ଶାଢୀ ପିନ୍ଧିବା ।

ଫିଲ୍ମର ଟ୍ରେଲରେ ମମତାଙ୍କ ସିଙ୍ଗୁର ଏବଂ ନନ୍ଦିଗ୍ରାମର ଆନ୍ଦୋଳନ ମଧ୍ୟ ଦେଖାଯାଇଛି । ଯାହା ଫଳରେ ୨୦୧୧ରେ ମମତାଙ୍କୁ ମିଳିଥିଲା କ୍ଷମତା ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

6 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

14 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

30 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago