Categories: ସ୍ପେଶାଲ

କେଉଁ ଭୁଲ କାରଣରୁ ଭଗବାନ ବିଷ୍ଣୁଙ୍କ ମୁଣ୍ଡ ଶରୀରରୁ ହୋଇଥିଲା ଅଲଗା , ଜାଣିଛନ୍ତି କି ?

ହିନ୍ଦୁ ଧର୍ମର ପୌରାଣିକ ଗ୍ରନ୍ଥ ଅନୁଯାୟୀ ଭଗବାନ ବିଷ୍ଣୁ ପରମେଶ୍ବର ତିନି ପ୍ରମୁଖ ରୂପ ମଧ୍ୟରେ ଜଣେ। ପୁରାଣରେ ଭଗବାନ ବିଷ୍ଣୁଙ୍କୁ ବିଶ୍ବର ପାଳନ କର୍ତ୍ତା କୁହାଯାଇଛି। ତିନି ପ୍ରମୁଖ ରୂପ ମଧ୍ୟରୁ ଅନଯ ଦୁଇ ରୂପ ହେଉଛି ଭଗବାନ ବ୍ରହ୍ମା ଏବଂ ଶିବ। ସେହିପରି ବ୍ରହ୍ମା ସୃଷ୍ଟିର ନିର୍ମାଣ କର୍ତ୍ତା ଏବଂ ଭଗବାନ ଶିବ ସୃଷ୍ଟିର ସଂହାର କର୍ତ୍ତା। କିନ୍ତୁ ଆପଣ ଜାଣିଛନ୍ତି କି ଏହି ତଥ୍ୟ ସହ ଜଡ଼ିତ କେଉଁ ଭୁଲ କାରଣରୁ ଭଗବାନ ବିଷ୍ଣୁଙ୍କ ଶିର ଛେଦନ ହୋଇଥିଲା। ଯଦି ନା ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।

ବିଷ୍ଣୁ ପୁରାଣ ଅନୁଯାୟୀ ଥରେ ଭଗବାନ ବୈକୁଣ୍ଠରେ ଶେଷନାଗଙ୍କ ଉପରେ ବିଶ୍ରାମ କରୁଥିଲେ। ଲକ୍ଷ୍ମୀ ତାଙ୍କ ପାଖରେ ବସି ସେବା କରୁଥିଲେ। କିଛି ସମୟ ପରେ ଯେତେବେଳେ ଭଗବାନ ବିଷ୍ଣୁ ଆଖି ଖୋଲିଲେ ସେତେବେଳେ ତାଙ୍କ ସାମ୍ନାରେ ବସିଥିବା ଦେବୀ ଲକ୍ଷ୍ମୀଙ୍କୁ ଦେଖି ହସିବାକୁ ଲାଗିଥିଲେ। ଭଗବାନଙ୍କ ଏଭଳି ହସିବା ଦେଖି ଦେବୀ ଲକ୍ଷ୍ମୀ ତାଙ୍କ ସୁନ୍ଦରତାର ଉପହାସ କରୁଥିବା ବୁଝିପାରିଥିଲେ। ଯାହା ଫଳରେ ଦେବୀ ଲକ୍ଷ୍ମୀ କ୍ରୋଧ ବଶତଃ ଭଗବାନଙ୍କୁ କହିଥିଲେ-ଯେଉଁ ସୁନ୍ଦର ଚେହେରାର ଆପଣ ଉପହାସ କରୁଥିଲେ, ସେପରି ଆପଣଙ୍କ ଶିର ଶରୀରରୁ ଅଲଗା ହୋଇଯିବ ବୋଲି ଅଭିଶାପ ଦେଇଥିଲେ।

କିଛି ସମୟ ପରେ ଭଗବାନ ବିଷ୍ଣୁ ଏକ ଯୁଦ୍ଧରେ ବହୁତ ଥକି ଯାଇଥିବା କାରଣରୁ ତାଙ୍କୁ ବହୁତ ଜୋରରେ ନିଦ ଆସୁଥିଲା। ଏହି ସମୟରେ ଭଗବାନ ପୃଥିବୀ ପୃଷ୍ଠରେ ଧନୁଶରକୁ ସିଧା କରି ରଖି ସେଥିରେ ମୁଣ୍ଡ ଦେଇ ଶୋଇଯାଇଥିଲେ। ଠିକ ଏହି ସମୟରେ ସ୍ବର୍ଗ ଲୋକରେ ସମସ୍ତ ଦେବା-ବେବୀମାନେ ଏକ ଯଜ୍ଞର ଆୟୋଜନ କରିଥିଲେ ଏବଂ କହିଥିଲେ ଯେଉଁ ପର୍ଯ୍ୟନ୍ତ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର ଏହି ଯଜ୍ଞର ଆହୁତିକୁ ସ୍ବିକାର କରିନାହାନ୍ତି ସେ ପର୍ଯ୍ୟନ୍ତ ଏହି ଯଜ୍ଞ ପୂରଣ ହେବ ନାହିଁ।

ଏହି ଯଜ୍ଞ ଶେଷ ହେବା ପାଇଁ ଯାଉଥିବା ସମୟରେ ଭଗବାନ ବିଷ୍ଣୁଙ୍କୁ ନିଦ୍ରାରୁ ଉଠାଇବା ପାଇଁ ପୁରୋହିତ ଦେବତାମାନଙ୍କୁ ଆଦେଶ ଦେଇଥିଲେ। କିନ୍ତୁ ସମସ୍ତ ଦେବତାଗଣ ଭଗବାନଙ୍କୁ ନିଦ୍ରାରୁ ଜାଗ୍ରତ କରିବା ପାଇଁ ସତ ଚେଷ୍ଟା କରିବା ପରେ ମଧ୍ୟ ବିଫଳ ହୋଇଥିଲେ। ଶେଷରେ ଦେବତାମାନେ ବିବଶ ହୋଇ ଧନୁଶରର ଡୋର କାଟି ଦେଇଥିଲେ। ଯେଉଁ କାରଣରୁ ଭଗବାନ ବିଷ୍ଣୁଙ୍କ ଶିର ଶରୀରରୁ ଅଲଗା ହୋଇଯାଇଥିଲା। ହଠାତ ଏଭଳି ଘଟଣା ଘଟିଯିବାରୁ ସାରା ବିଶ୍ବରେ ହା ହା କାର ଖେଳି ଯାଇଥିଲା। ଶେଷରେ ଦେବତାଗଣ ଆଦିଶକ୍ତିଙ୍କୁ ପ୍ରାର୍ଥନା କରି ଭଗବାନଙ୍କ ପୁନର୍ଜନ୍ମ ପ୍ରାର୍ଥନା କରିଥିଲେ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago