କେନ୍ୟୁଜ ବ୍ୟୁରୋ : ପୁଣି ଜୋର ଧରିଲା ବର୍ଷା-ଅନୁଭବ ବିବାଦ। ସାଂସଦ ଅନୁଭବ ମହାନ୍ତି ଭିଡିଓ ଜାରି କରି ନିଜର କ୍ଷୋଭ ପ୍ରକାଶ କରିବା ପରେ ଅପରାହ୍ଣରେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପାରିବାରିକ ବିବାଦ ନେଇ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି। ନିଜ ସଂପର୍କୀୟଙ୍କ ସହ ମହିଳା କମିସନଙ୍କ ଠାରେ ପାରିବାରିକ ସ୍ଥିତି ସଂପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। ପୂର୍ବରୁ ଫେସବୁକ୍ରେ ୬ ମିନିଟର ଭିଡିଓ ଜାରି କରିଥିଲେ ଅନୁଭବ।
ବର୍ଷାଙ୍କୁ ଟାର୍ଗେଟ୍ କରି ମୋ ସମର୍ଥକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲେ ଚୁପ୍ ରହିବିନି ବୋଲି କହିଥିଲେ। ତାଙ୍କ ନୀରବତାକୁ ଦୁର୍ବଳତା ବୋଲି ଭାବି ନେଇଛନ୍ତି ବୋଲି କହିଥିଲେ। ଏବେ କିନ୍ତୁ ତାଙ୍କ ପ୍ରଶଂସକଙ୍କ ପାଇଁ ଆଗରେ ଛିଡା ହେବେ। ବର୍ଷାଙ୍କ ସମର୍ଥକ ଜାଗ୍ରତିଙ୍କ ପ୍ରତି ଅନୁଭବ ଫ୍ୟାନ୍ କ୍ଲବ ଫେସବୁକ୍ ପେଜ୍ରେ ଖରାପ ମନ୍ତବ୍ୟ ଦେବାପରେ ଜାଗୃତି ଫେସ୍ବୁକ୍ରେ ବର୍ଷାଙ୍କୁ ଇଙ୍ଗିତ କରି ଅସନ୍ତୋଷ ପ୍ରକାଶ କରିଥିଲେ । ଅନୁଭବ ଏକ ଭିଡିଓ ପୋଷ୍ଟ କରି ପରୋକ୍ଷରେ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି । ଲଢିବାର ଅଛି ଯଦି ତାଙ୍କ ସହ ସିଧାସଳଖ ଲକ୍ଷନ୍ତୁ ଫ୍ୟାନ୍ ମାନଙ୍କ ସହ ନୁହେଁ ବୋଲି ଅନୁଭବ କହିଛନ୍ତି ।
ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…
ଭାରତୀୟ ଟିମ୍ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…
ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…
ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…
ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…
ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…