Below header

ପୁଣି ଜୋର ଧରିଲା ବର୍ଷା-ଅନୁଭବ ବିବାଦ, ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

କେନ୍ୟୁଜ ବ୍ୟୁରୋ : ପୁଣି ଜୋର ଧରିଲା ବର୍ଷା-ଅନୁଭବ ବିବାଦ। ସାଂସଦ ଅନୁଭବ ମହାନ୍ତି ଭିଡିଓ ଜାରି କରି ନିଜର କ୍ଷୋଭ ପ୍ରକାଶ କରିବା ପରେ ଅପରାହ୍‌ଣରେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପାରିବାରିକ ବିବାଦ ନେଇ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି। ନିଜ ସଂପର୍କୀୟଙ୍କ ସହ ମହିଳା କମିସନଙ୍କ ଠାରେ ପାରିବାରିକ ସ୍ଥିତି ସଂପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। ପୂର୍ବରୁ ଫେସବୁକ୍‌ରେ ୬ ମିନିଟର ଭିଡିଓ ଜାରି କରିଥିଲେ ଅନୁଭବ।

ବର୍ଷାଙ୍କୁ ଟାର୍ଗେଟ୍‌ କରି ମୋ ସମର୍ଥକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲେ ଚୁପ୍‌ ରହିବିନି ବୋଲି କହିଥିଲେ। ତାଙ୍କ ନୀରବତାକୁ ଦୁର୍ବଳତା ବୋଲି ଭାବି ନେଇଛନ୍ତି ବୋଲି କହିଥିଲେ। ଏବେ କିନ୍ତୁ ତାଙ୍କ ପ୍ରଶଂସକଙ୍କ ପାଇଁ ଆଗରେ ଛିଡା ହେବେ। ବର୍ଷାଙ୍କ ସମର୍ଥକ ଜାଗ୍ରତିଙ୍କ ପ୍ରତି ଅନୁଭବ ଫ୍ୟାନ୍‌ କ୍ଲବ ଫେସବୁକ୍‌ ପେଜ୍‌ରେ ଖରାପ ମନ୍ତବ୍ୟ ଦେବାପରେ ଜାଗୃତି ଫେସ୍‌ବୁକ୍‌ରେ ବର୍ଷାଙ୍କୁ ଇଙ୍ଗିତ କରି ଅସନ୍ତୋଷ ପ୍ରକାଶ କରିଥିଲେ । ଅନୁଭବ ଏକ ଭିଡିଓ ପୋଷ୍ଟ କରି ପରୋକ୍ଷରେ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି । ଲଢିବାର ଅଛି ଯଦି ତାଙ୍କ ସହ ସିଧାସଳଖ ଲକ୍ଷନ୍ତୁ ଫ୍ୟାନ୍‌ ମାନଙ୍କ ସହ ନୁହେଁ ବୋଲି ଅନୁଭବ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.