Below header

ରାଉରକେଲାରେ ପୁଣି ବଡ଼ ଧରଣର ଜିଏସ୍‌ଟି ଠକେଇ, ଲିଙ୍ଗରାଜ ଟ୍ରେଡିଂ ନାଁରେ ଶହେ କୋଟି ୯ ଲକ୍ଷ ଟଙ୍କାର ଠକେଇ

କେନ୍ୟୁଜ ବ୍ୟୁରୋ : ରାଉରକେଲାରେ ପୁଣି ବଡ଼ ଧରଣର ଜିଏସ୍‌ଟି ଠକେଇ । ଲିଙ୍ଗରାଜ ଟ୍ରେଡିଂ ନାଁରେ ଶହେ କୋଟି ୯ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ । ରାସ୍ତାକଡ଼ ଉଠା ଦୋକାନୀ, ଚାଷୀ, ଡେଲିଭରି ବୟ ଓ ମିସ୍ତ୍ରୀଙ୍କ ପରେ ଜିଏସଟି ଠକେଇରେ ମୋହରା ସାଜିଛନ୍ତି ଜଣେ ପରିବା ଦୋକାନୀ । ରାଉରକେଲାରେ ଜିଏସଟି ବିଭାଗ ପକ୍ଷରୁ ଖୋଳତାଡ଼ ବେଳେ ଏହା ସାମ୍ନାକୁ ଆସିଛି ।

କୋଏଲନଗରରେ ପରିବା ଓ ଚା ଦୋକାନ କରିଥିବା କାର୍ତ୍ତିକ କମିଲାଙ୍କ ଠିକଣାରେ ଲିଙ୍ଗରାଜ ଟ୍ରେଡର୍ସ ନାମକ ଏକ ଫେକ କଂପାନୀ ଖୋଲି ଶହେ କୋଟି ୯ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି । ଲିଙ୍ଗରାଜ ଟ୍ରେଡିଂର ମାଲିକ ଡମରୁ ଧର ଭୂମିଜ ବୋଲି ଉଲ୍ଲେଖ ରହିଛି । ଜିଏସଟି ବିଭାଗ ପକ୍ଷରୁ ଅନୁଧ୍ୟାନ ବେଳେ କାର୍ତ୍ତିକ କମିଲା କହିଛନ୍ତି ତାଙ୍କ ନାଁରେ ରାଉରକେଲାରେ କୌଣସି ଘର କିମ୍ବା ଦୋକାନ ନାହିଁ । ତେଣୁ ସେ କାହାରିକୁ ଘର ଭଡ଼ା ଦେଇନଥିଲେ । ଘରଭଡ଼ା ଚୁକ୍ତିନାମା ସଂପର୍କରେ ସେ କିଛି ବି ଜାଣିନାହାନ୍ତି । ଏଥିରେ ଥିବା ଦସ୍ତଖତ ତାଙ୍କର ନୁହେଁ ବୋଲି ଜିଏସଟି ଅଧିକାରୀଙ୍କୁ କାର୍ତ୍ତିକ କମିଲା କହିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.