Below header

ଦୋହଲି ଗଲା ଅଯୋଧ୍ୟା ରାମମନ୍ଦିରର ଖମ୍ବ, ଇଂଜିନିୟର ମାନଙ୍କ ଆଗରେ ଛିଡା ହେଲା ଏକ ବଡ ଚ୍ୟାଲେଞ୍ଜ

ଶ୍ରୀ ରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । କିନ୍ତୁ ଏଭିତରେ ଦାୟିତ୍ୱରେ ଥିବା ଇଂଜିନିୟର ମାନଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡୁଥିବା ଜଣାଯାଇଛି । ମନ୍ଦିର ନିର୍ମାଣ ଆରମ୍ଭ ପୂର୍ବର ଯାଞ୍ଚ ସମୟରେ ଜଣାଯାଇଛିକି ସେହି ସ୍ଥାନର ୨୦୦ ଫୁଟ ତଳର ମାଟି ଖୁବ ପଥୁରିଆ । ମନ୍ଦିରର ମଜବୂତୀ ପାଇଁ ଯେଉଁ ପ୍ରକାର ମାଟିର ଆବଶ୍ୟକତା ଅଛି ସେହି ଧରଣର ମାଟି ସେଠାରେ ମହଜୂତ ନାହିଁ । ମିଳିଥିବା ସୂଚନା ମୁତାବକ, ଗତ ଏକ ମାସ ହେବ ସେହି ସ୍ଥାନରେ ମାଟି ପରୀକ୍ଷଣ ବା ଫାଇଲିଂ ଟେଷ୍ଟ ଜାରି ରହିଛି । ଆଉ ଏହି ଟେଷ୍ଟ ସମୟରେ ହିଁ ମନ୍ଦିରର ଏକ ଖମ୍ବ ହଲି ଯାଇଥିବା ନେଇ ଇଂଜିନିୟର ମାନେ କହିଛନ୍ତି । କହିରଖିବା ଉଚିତ ହେବକି ମନ୍ଦିର ନିର୍ମାଣ ଦାୟିତ୍ୱରେ ପ୍ରସିଦ୍ଧ ଏଲ ଆଣ୍ଡ ଟି କମ୍ପାନୀ ନିୟୋଜିତ ରହିଛି । ଦାୟିତ୍ୱରେ ଥିବା ଏହି କମ୍ପାନୀକୁ ଆବଶ୍ୟକ ମୁତାବକ ମାଟି ନ ମିଳିବା ପରେ ମନ୍ଦିର ଟ୍ରଷ୍ଟ ସାମ୍ନାରେ ଏକ ନୂଆ ଚ୍ୟାଲେଞ୍ଜ ଛିଡା ହୋଇଥିଲା ।

ଏହା ପରେ ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୁପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସବ କମିଟି ଗଠନ କରାଯାଇ ଏଥିରେ ଦେଶର ନାମୀ ତଥା ପ୍ରତିଷ୍ଠିତ ବିଶେଷଜ୍ଞଙ୍କୁ ସାମିଲ କରାଯାଇଥିଲା । ସରଜୁ ନଦୀ କୂଳବର୍ତ୍ତୀ ସ୍ଥାନ ହୋଇଥିବାରୁ ଓ ସେହି ସ୍ଥାନର ଭୂମିରେ ବାଲିର ପରିମାଣ ଅଧିକ ଥିବାରୁ ଏପରି ପରିସ୍ଥିତି ଉପୁଜିଥିବା ଜଣାଯାଇଛି । ଏହି କାରଣରୁ ବିଶେଷଜ୍ଞ କମିଟି ଓ ମନ୍ଦିର ଟ୍ରଷ୍ଟ ମଧ୍ୟରେ ଦୁଇ ଦିନ ଧରି ବିଚାର ବିମର୍ଷ ହେବା ପରେ ନିଷ୍ପତ୍ତି ନିଆଯାଇଛିକି ନୂଆ ଗଠିତ ହୋଇଥିବା ସବ କମିଟି ପକ୍ଷରୁ ରିପୋର୍ଟ ମିଳିବା ପରେ ନୂଆ ଉପାୟରେ ପୁନଶ୍ଚ ମନ୍ଦିର ଫାଉଣ୍ଡେସନ କାମ ଆରମ୍ଭ ହେବ । ମନ୍ଦିରର ସ୍ଥାୟୀତ୍ୱ କିପରି ଅଧିକରୁ ଅଧିକ ଦୀର୍ଘ ସ୍ଥାୟୀ ହେବ ସେନେଇ ଚେଷ୍ଟା ଜାରି ରହିଛି ।

କହିରଖିବା ଉଚିତ ହେବକି, ଆଗାମୀ ୧୦୦୦ ବର୍ଷ ଯାଏଁ କିପରି ମନ୍ଦିର ଅକ୍ଷୁର୍ଣ୍ଣ ରହି ପାରିବ ସେନେଇ ଯୋଜନାରେ ସାମିଲ କରାଯାଇଥିଲା । ଏହି କାରଣରୁ ଇଟା ବଦଳରେ ପଥରର ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବିଭିନ୍ନ ପୌରାଣିକ ପୃଷ୍ଠଭୂମିରୁ ଜଣାଯାଇଛିକି, ଗୋସ୍ୱାମୀ ତୁଳସୀ ଦାସ ରାମଚରିତ ମାନସ ରଚନା କରିବା ସମୟରେ ସରଜୁ ନଦୀ ରାମ ଜନ୍ମଭୂମି ନିକଟରେ ପ୍ରଭାହିତ ହେଉଥିବା ନେଇ ବିଶ୍ୱାସ ରହିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.