Below header

ଭାରତର ନିମନ୍ତ୍ରଣ ରକ୍ଷା କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ, ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋରିସ୍‌ ଜନ୍‌ସନ୍

ନୂଆଦିଲ୍ଲୀ: ୨୦୨୧ର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍ ଯୋଗ ଦେବା ଏକ ପ୍ରକାର ନିଶ୍ଚିନ୍ତ ହୋଇଛି । ଏନେଇ ପୂର୍ବରୁ ଭାରତ ସରକାର ପଠାଇଥିବା ନିମନ୍ତ୍ରଣ ଉପରେ‌ ଜନ୍‌ସନ୍ ସହମତି ଦେଇଥିବା ଜଣାଯାଇଛି । ବ୍ରିଟେନର ବୈଦେଶିକ ସଚିବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସହ ଭାରତ ସାଧାରଣତନ୍ତ୍ର ଦିବସରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଯୋଗ ଦେବା ଗର୍ବର ବିଷୟ ବୋଲି କହିଛନ୍ତି । ଏହା ସହ ଏମିତି ହେଲେ ଏହି ଗସ୍ତ ଜଙ୍କ୍ସନଙ୍କ ପ୍ରଥମ ଭାରତ ଗସ୍ତ ହେବ ବୋଲି ଜଣାଯାଇଛି

ନିଜ ଭାରତ ଗସ୍ତକୁ ନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ଉତ୍ସାହିତ ଥିବା ନେଇ ଜାରି ହୋଇଥିବା ବିବୃତିରେ ଦର୍ଶାଯାଇଛି । ଏହି ଗସ୍ତ ଦ୍ୱାରା ଭାରତ ଓ ବ୍ରିଟେନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସର୍ମ୍ପକ ଅଧିକରୁ ଅଧିକ ସୁଦୃଢ଼ ହେବା ନେଇ ଆଶା କରାଯାଉଛି । ଅନ୍ୟପକ୍ଷରେ, ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ସାଧାରଣତନ୍ତ୍ର ଦିବସରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ନିଶ୍ଚିନ୍ତ ରୂପେ ଶୁଭ ଫଳ ଦେବ । ଏହା ସହ ଭାରତ-ବ୍ରିଟେନ ସମ୍ପର୍କ ଆଗକୁ ବଢ଼ିବ ।

ଭାରତର ନିମନ୍ତ୍ରଣ ରକ୍ଷା କରି ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆସନ୍ତାବର୍ଷ ବ୍ରିଟେନରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ବୈଠକରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। କହିରଖିବା ଉଚିତ ହେବକି, ମଙ୍ଗଳବାର ବ୍ରିଟେନ ବୈଦେଶିକ ସଚିବ ଡୋମିନିକ ରାବ ୪ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.