MSME କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୮୯କୋଟି ୪୨ ଲକ୍ଷ ଟଙ୍କାର ସହାୟତା ଘୋଷଣା

କେନ୍ୟୁଜ ବ୍ୟୁରୋ : ଏମଏସଏମଇ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୮୯କୋଟି ୪୨ ଲକ୍ଷ ଟଙ୍କାର ସହାୟତା ଘୋଷଣା। କରୋନା ଦ୍ୱାରା ରାଜ୍ୟର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଧରଣର ଶିଳ୍ପ ପ୍ରଭାବିତ ହୋଇଥିବାରୁ ସ୍ଥିତିରେ ସୁଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହି ପ୍ୟାକେଜ ଦ୍ୱାରା ସବସିଡି, ଜିଏସଟି ଓ ବାର୍ଷିକ ଋଣ ପରିଶୋଧ କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଛି। ରାଜ୍ୟର ମୋଟ ଏକ ଲକ୍ଷ ୭୦ ହଜାର ଏମଏସଏମଇ ଉପକୃତ ହେବେ। ମହିଳାଙ୍କ ଦ୍ୱାରା ପରିଚାଳିତ ୪୦ ପ୍ରତିଶତ କ୍ଷୁଦ୍ର ଉଦ୍ୟୋଗ ପାଇଁ ୧୦୮ କୋଟି ୨୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

ଏହି ଅନୁମୋଦନ ଫଳରେ ଅଣୁ ଓ ଅତିକ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ। ୧୭୫ଟି ଉଦ୍ୟୋଗ ରାଜ୍ୟ ଜିଏସଟିର ଭରଣାଯୋଗ୍ୟ ହୋଇଛନ୍ତି। ଚଳିତ ବର୍ଷ ଏକ ହଜାର ଶିଳ୍ପକୁ ୧୫ ପ୍ରତିଶତ ଅତିରିକ୍ତ ଟପ୍‌ଅପ୍‌ ସବସିଡି ଦିଆଯିବ। ଖାଦ୍ୟ ପ୍ରକ୍ରିୟାକରଣକୁ ଶିଳ୍ପକୁ ମଧ୍ୟ ସବସିଡି ପ୍ରଦାନ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ କେନ୍ଦ୍ରର ୬୦ ପ୍ରତିଶତ ଓ ରାଜ୍ୟର ୪୦ ପ୍ରତିଶତ ସହଭାଗ ରହିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.