Below header

ଜଷ୍ଟିସ ଏସ୍‌. ମୁରଲୀଧର ହେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

କେନ୍ୟୁଜ ବ୍ୟୁରୋ : ଜଷ୍ଟିସ୍‌ ଏସ୍‌. ମୁରଲୀଧର ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଏ ନେଇ ସୁପ୍ରିମକୋର୍ଟ କଲେଜିୟମରେ ରିଜୋଲ୍ୟୁସନ୍‌ ହୋଇଛି । ରାଷ୍ଟ୍ରପତିଙ୍କ ବିଧିବଦ୍ଧ ଅନୁମୋଦନକୁ ଅପେକ୍ଷା ରହିଛି । ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜଷ୍ଟିସ୍‌ ଏସ୍‌.ମୁରଲୀଧର ଏବେ ପଞ୍ଜାବ-ହରିୟାଣା ହାଇକୋର୍ଟର ବିଚାରପତି ଭାବେ କାମ କରୁଛନ୍ତି ।

୧୯୬୧ ମସିହାରେ ଜନ୍ମ ହୋଇଥିବା ଜଷ୍ଟିସ୍‌ ଏସ୍‌.ମୁରଲୀଧର ୨୦୦୬ ମସିହାରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ହୋଇଥିଲେ । ବିିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ଏହା ପରେ ଗତ ମାର୍ଚ୍ଚ ୬ ତାରିଖରୁ ପଞ୍ଜାବ-ହରିୟାଣା ହାଇକୋର୍ଟର ବିଚାରପତି ଭାବେ କାମ କରିଆସୁଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.