Below header

କଟକରୁ ପୁଣି ବନ୍ଧୁକ ଓ ବିପୁଳ ପରିମାଣର ଗୁଳି ଜବତ, ୧୨ ଅପରାଧୀ ଗିରଫ

କେନ୍ୟୁଜ ବ୍ୟୁରୋ : କଟକରୁ ପୁଣି ବନ୍ଧୁକ ଓ ବିପୁଳ ପରିମାଣର ଗୁଳି ଜବତ । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ଟି ଗୁଳି ଓ ୩୫ ବନ୍ଧୁକ ଜବତ କରିଛି କମିଶନରେଟ ପୋଲିସ । ଧରାପଡ଼ିଛନ୍ତି ୧୨ ଅପରାଧୀ । ଏମାନେ ସମସ୍ତେ ଧଳ ସାମନ୍ତ ବ୍ରଦର୍ସଙ୍କ ସହଯୋଗୀ ବୋଲି ସୂଚନା ମିଳିଛି। କମିସନରେଟ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରି ସେମାନଙ୍କୁ ଗିରଫ କରିଛି ।

ସେମାନଙ୍କ ନିକଟରୁ ଜବତ କରାଯାଇଛି ଗୋଟିଏ ଇନୋଭା । ଗିରଫ ଅପରାଧୀଙ୍କ ମଧ୍ୟରେ ଜଣେ ହୋମଗାର୍ଡ ଅଛନ୍ତି । ଧଳସାମନ୍ତର ବନ୍ଧୁକ କାରବାରରେ ଏମାନଙ୍କ ସଂପୃକ୍ତି ନେଇ ପୋଲିସ ଛାନଭିନ କରୁଛି । ଆବଶ୍ୟକ ହେଲେ ଡି ବ୍ରଦର୍ସ ଘରେ ପୁଣି ଥରେ ଚଢଉ ହେବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.