ଆପଣ ଯଦି ବିବାହିତା, ତା’ହେଲେ ଏହି ୫ଟି ଜିନିଷକୁ ଭୁଲରେ ବି କେବେ ଅନ୍ୟ ମହିଳାଙ୍କ ସହ କରନ୍ତୁନି ସେୟାର

ବିବାହ ପରେ ମହିଳାଙ୍କର ଅନେକ ସମ୍ପର୍କ ସୃଷ୍ଟି ହୋଇଥାଏ। ଘରେ ନଣନ୍ଦ, ଭାଉଜ, ଶାଶୁ ଏମିତି କେତେ ମହିଳା ଥାଆନ୍ତି, ଯାହାଙ୍କ ସହିତ ନୂଆ ବୋହୂ ତାଙ୍କର ସବୁ ଜିନିଷ ସେୟାର କରିଥାଏ। କିନ୍ତୁ କିଛି ଜିନିଷ ଏମିତି ବି ଅଛି, ଯାହାକୁ କୌଣସି ବି ନବବିବାହିତା ନାରୀ ଅନ୍ୟ ବିବାହିତା ମହିଳାଙ୍କ ସହିତ ବାଣ୍ଟିବା ଉଚିତ ନୁହେଁ। ଏହାଦ୍ୱାରା ସ୍ୱାମୀଙ୍କ ସହିତ ଆପଣଙ୍କର ସମ୍ପର୍କ ଖରାପ ହୋଇଯାଇଥାଏ। ଆସନ୍ତୁ ଜାଣିବା ବିବାହିତା ନାରୀ କେଉଁ କେଉଁ ଜିନିଷକୁ ଅନ୍ୟ ନାରୀକୁ ବାଣ୍ଟିବା ଉଚିତ ନୁହେଁ।

sindoor

୧. ସିନ୍ଦୁର: ସିନ୍ଦୁର ବିବାହିତା ମହିଳାଙ୍କର ଗହଣା ହୋଇଥାଏ। କିନ୍ତୁ କେବେ ବି ନିଜ ସିନ୍ଦୁର ଡବାକୁ ଅନ୍ୟ ମହିଳାଙ୍କ ସହିତ ସେୟାର କରିବା ଉଚିତ ନୁହେଁ। ଏହାଛଡ଼ା ଯେତେବେଳେ ବି ସିନ୍ଦୁର ଲଗାଇବେ ଏକୁଟିଆ ଲଗାଇବେ ଏବଂ ମୁଣ୍ଡରେ ଓଢଣା ଦେଇ ଲଗାଇବେ। ନଚେତ ତାଙ୍କ ସମ୍ପର୍କ ଉପରେ ଅନ୍ୟର ନଜର ଲାଗିଯାଇପାରେ।

sindura

୨. କାଜଲ: ଅନେକ ସମୟରେ ଦେଖାଯାଏ କି, ମହିଳାମାନେ ତାଙ୍କ ନଣନ୍ଦ କିମ୍ବା ସାଙ୍ଗସାଥୀଙ୍କ ସହ କାଜଲ ସେୟାର କରିନିଅନ୍ତି। କିନ୍ତୁ ମନେ ରଖନ୍ତୁ ଏପରି କରିବା ଦ୍ୱାରା ସ୍ୱାମୀଙ୍କ ଭଲ ପାଇବା କମ ହୋଇଯାଇଥାଏ।

mehendi2

୩. ମେହେନ୍ଦୀ: କେତେକ ମହିଳା ଘରେ ନିଜ ହାତରେ ମେହେନ୍ଦୀ ଲଗାନ୍ତି। କିନ୍ତୁ ସେହି ମେହେନ୍ଦୀକୁ ଅଲଗା ମହିଳାଙ୍କ ହାତରେ ଲଗାଇଲେ କୁହାଯାଏ କି, ସ୍ୱାମୀଙ୍କ ପ୍ରେମ ବାଣ୍ଟି ହୋଇଯାଇଥାଏ। ତାଙ୍କ ଆଡ଼କୁ ସ୍ୱାମୀଙ୍କ ଆକର୍ଷଣ କମ ହୋଇଯାଇଥାଏ।

mehendi

୪. ବିନ୍ଦି: ମଥାରୁ ବିନ୍ଦି ବାହାର କରି ଅନ୍ୟ କୌଣସି ମହିଳାଙ୍କୁ ଲଗାଇବା ବି ଶୁଭ ହୋଇ ନ ଥାଏ।

୫. ଚୁଡ଼ି: ନିଜର ପିନ୍ଧା ଚୁଡ଼ି ଏବଂ ପାଉଁଜି ମଧ୍ୟ ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.