Below header

ଦମ୍‌ ଅଛିତ ଜାତୀୟ ସଂଗୀତକୁ ବଦଳାଇ କରି ଦେଖାଅ, ବିଜେପିକୁ ମମତାଙ୍କ ଚେତାବନୀ

କୋଲକାତା : ବିଜେପିକୁ ମମତା ବାନାର୍ଜୀଙ୍କ ଚ୍ୟାଲେଞ୍ଜ । ଦମ୍‌ ଅଛିତ ଜାତୀୟ ସଂଗୀତକୁ ବଦଳାଇ ନି ଦେଖାଅ । ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ପତ୍ର ଲେଖିଥିଲେ । ତାର ପ୍ରତିକ୍ରିୟାରେ ମମତା ଏଭଳି ଚେତାବନୀ ଦେଇଛନ୍ତି । ଯଦି ଏଭଳି କିଛି ଦୁଃସାହସ କରାଯାଏ ତେବେ ପଶ୍ଚିମବଙ୍ଗ ଜନତା ଏହାର କଡ଼ା ଜବାବ ଦେବେ । ଭାରତୀୟ ଜନତା ପାର୍ଟି ଦେଶର ଇତିହାସକୁ ବଦଳାଇ ସାରିଲାଣି ଆଉ ଏବେ ଜାତୀୟ ସଂଗୀତକୁ ବି ବଦଳାଇବାକୁ ଚାହୁଁଛି ବୋଲି ମମତା ଅଭିଯୋଗ କରିଛନ୍ତି । ପୁଣି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଇବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାକୁ ମଧ୍ୟ ସେ ଚ୍ୟାଲେଞ୍ଜ ଦେଇଛନ୍ତି ।

ସୂଚନା ଥାଉ କି କେନ୍ଦ୍ର ସରକାରଙ୍କ ସହ ପଶ୍ଚିମବଙ୍ଗ ସରକାରଙ୍କର ସାପ-ନେଉଳ ଭଳି ଶତ୍ରୁତା ରହିଛି । ଏବେ ବିଜେପି ସଭାପତି ଜେପି ନଡ୍ଡାଙ୍କ କାର୍‌ ଉପରକୁ ଆକ୍ରମଣ ଏବଂ ପଶ୍ଚିମବଙ୍ଗରୁ ଆଇପିଏସ୍‌ ଅଧିକାରୀ ପ୍ରତ୍ୟାହାରକୁ ନେଇ ଦୁଇ ପକ୍ଷ ପୁଣି ମୁହାଁମୁହିଁ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗରେ ଥିବା ରିଫ୍ୟୁଜି କଲୋନୀଗୁଡ଼ିକୁ ମାନ୍ୟତା ଦିଆଯିବା ପ୍ରସଙ୍ଗରେ ବିଜେପି ନେତାମାନେ ମମତାଙ୍କୁ ଟାର୍ଗେଟ୍‌ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.