ମନୋରଂଜନ

ସାମ୍ନାକୁ ଆସିଲା ଭାରତୀଙ୍କ ପୁଅର ନାମ, ଭିଡିଓରେ ସଂକେତ ଦେଇ କହିଲେ କମେଡି କୁଇନ୍‌

କମେଡିଆନ୍‌ ଭାରତୀ ସିଂ ପୁଅ ଏବଂ ସ୍ୱାମୀଙ୍କ ସହିତ ହସଖୁସିରେ ରହିଛନ୍ତି। ଭାରତୀ ୨ ମାସ ପୂର୍ବେ ମା’ ହୋଇଥିଲେ। ଦୁଇ ମାସ ବିତିଗଲେ ମଧ୍ୟ ଭାରତୀ ନିଜ ପୁଅର ନାମ ପ୍ରକାଶ କରୁନଥିଲେ। ଏବେ ପୁଅର ନାମ ପ୍ରକାଶ କରିଛନ୍ତି ଭାରତୀ।

ଭାରତୀ ନିଜ ପୁଅକୁ ଗୋଲା କହି ଡାକନ୍ତି କିନ୍ତୁ ପ୍ରକୃତରେ ତାଙ୍କ ନାମରେ ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଏକ ଭିଡିଓ ଭାରତୀ ସେୟାର କରିଛନ୍ତି।ଯେଉଁଥିରେ ସେ କହିଛନ୍ତି, ମୋ ପୁଅ ତା ମା’ ଏବଂ ବାପାଙ୍କୁ କାମ କରିବା ଦେଖିବାରେ ଅଭ୍ୟସ୍ତ। ତେଣୁ ‘ଲକ୍ଷ୍ୟ’ ଜନ୍ମ ହେବା ଆଗରୁ କାମ କରୁଥିଲା। ଭାରତୀଙ୍କ ଏପରି ଷ୍ଟେଟମେଣ୍ଟରୁ ଜଣାପଡୁଛି, ଭାରତୀ ତାଙ୍କ ପୁଅ ନାମ ଲକ୍ଷ୍ୟ ରଖିଛନ୍ତି।

ଭାରତୀ ନିଜ ପୁଅ ନାମ ପ୍ରିୟଙ୍କାଙ୍କ ଭଳି ବହୁତ ସାଧାରଣ କିନ୍ତୁ ଅର୍ଥବୋଧକ ରଖିଛନ୍ତି। ଲକ୍ଷ୍ୟର ଅର୍ଥ ଉଦ୍ଦେଶ୍ୟ। ସୂଚନାଯୋଗ୍ୟ, ଭାରତୀ ଏପର୍ଯ୍ୟନ୍ତ ନିଜ ପୁଅଙ୍କ ଚେହେରା କାହାକୁ ଦେଖାଇନାହାନ୍ତି। ଭାରତୀ ଏବଂ ହର୍ଷ ‘ହୁନରବାଜ ଏବଂ ଦ ଖତରା ଶୋ’ରେ ଦେଖିବାକୁ ମିଳିଥିଲେ। ଭାରତୀ ନିଜ ପିଲାକୁ ଜନ୍ମ ଦେବାର ମାତ୍ର ୧୧ ଦିନରେ କାମ ଆରମ୍ଭ କରିଥିଲେ। ଏହା ଦେଖି ସମସ୍ତେ ଭାରତୀଙ୍କର ପ୍ରଶଂସା ମଧ୍ୟକରିଥିଲେ।

ଭାରତୀ ଏପ୍ରିଲ ୩ ତାରିଖରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପିଲା ଜନ୍ମ ହେବାର ୩ ଦିନ ପରେ ଭାରତୀ ଏବଂ ହର୍ଷଙ୍କ ପ୍ରଥମ ଫ୍ୟାମିଲି ଫଟୋ ସାମ୍ନାକୁ ଆସିଥିଲା। ଏହି କମେଡି ଦମ୍ପତି ନବଜାତ ପୁତ୍ରକୁ ଧରି ହସପିଟାଲରୁ ଘରକୁ ଯାଉଥିବା ନଜର ଆସିଥିଲେ। ଭାରତୀ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ନେଇ ହର୍ଷ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଫଟୋ ସେୟାର କରି ହର୍ଷ ଲେଖିଥିଲେ ‘ଇଟ୍ସ ଏ ବେବି ବୟ’। ହର୍ଷ ଏବଂ ଭାରତୀୟ ପିଲା ହେବା ଖବର ଶୁଣି ତାଙ୍କର ଅନେକ ଫ୍ୟାନ୍ସ ଏବଂ ସେଲିବ୍ରିଟିମାନେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଇନଷ୍ଟାଗ୍ରାମରେ ଯେଉଁ ଫଟୋ ଭାରତୀ ସେୟାର କରିଥିଲେ, ସେଥିରେ ସେ ପିଲାକୁ ହାତରେ ଧରି ଛାତିରେ ଲଗାଇଥିବା ନଜର ଆସିଥିଲେ। କିନ୍ତୁ ପିଲାର ମୁହଁ ଦେଖାଇନଥିଲେ। ଏହା ସହିତ କ୍ୟାପସନ ଲେଖିଥିଲେ, ଲାଇଫ ଲାଇନ୍‌। ଏହି ଫଟୋରେ ଭାରତୀ ଗୋଲାପୀ ରଙ୍ଗର ଆଉଟ୍‌ଫିଟ୍‌ ପିନ୍ଧିଛନ୍ତି। ସେ ଏହି ଫଟୋ ନିଜ ବ୍ଲଗରେ ସେୟାର କରିଛନ୍ତି।

 

Swagatika

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

26 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

37 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

50 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

53 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago