ରବିବାରକୁ ଖାସ କରି ସମସ୍ତେ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ଖାଲି ତରକାରୀ ଏବଂ ବିରିୟାନୀ କାହିଁକି ସନ୍ଧ୍ଯା ସମୟରେ ଯଦି ସ୍ବାଦିଷ୍ଟ ଚିକେନ୍ ଲଲିପପ୍ ଖାଇବାକୁ ମିଳିଯାଏ ତେବେ ଆଉ କଣ ଦରକାର। ତେବେ ଆପଣଙ୍କ ରବିବାର ସନ୍ଧ୍ଯାକୁ ଚଟପଟା ଏବଂ ସ୍ବାଦିଷ୍ଟ କରିବା ପାଇଁ ଆଜି ଆମେ ଆପଣଙ୍କୁ କିପରି ଘରେ ଚିକେନ ଲଲିପପ୍ ପ୍ରସ୍ତୁତ କରିବେ ତାହାର ପ୍ରଣାଳୀ କହିବାକୁ ଯାଉଛୁ।
ପ୍ରଥମେ ଚିକନେକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏଥିରେ ସୋୟା ସସ୍, ଅଦା ରସୁଣ ବଟା, ଟମାଟୋ ସସ୍ , ଗୋଲମରିଚ ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ୩୦ ମିନିଟ ଫ୍ରିଜରେ ରଖି ଦିଅନ୍ତୁ। ୩୦ ମିନିଟ ପରେ ଏଥିରେ ସାମାନ୍ୟ ହଳଦୀ ଗୁଣ୍ଡ, ମଇଦା , କଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଏକ ଅଣ୍ଡା ଭାଙ୍ଗି ଏଥିରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଗୋଳାଇ ରଖିଥିବା ଚିକେନକୁ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ଗୋଲ ଆକାରର ପିଆଜ ଓ ଲେମ୍ବୁ କାଟି ଏହାର ଚାରି ପାଖରେ ସଜାଇ ଦିଅନ୍ତୁ। ଏହା ପରେ ଖାଆନ୍ତୁ ଓ ମଜା ନିଅନ୍ତୁ।
ଭୁବନେଶ୍ୱର (କେନ୍ୟୁଜ୍) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…
ଯାଜପୁର(କେନ୍ୟୁଜ୍): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…
ଭୁବନେଶ୍ୱର(କେନ୍ୟୁଜ୍): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…
ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…
ଭୁବନେଶ୍ୱର(କେନ୍ୟୁଜ୍): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…
ଭୁବନେଶ୍ୱର(କେନ୍ୟୁଜ୍): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ। ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍। ଦୁଇ ଉପମୁଖ୍ୟମନ୍ତ୍ରୀ। ୮ କ୍ୟାବିନେଟ…