ସାମ୍ନାକୁ ଆସିଲା ଭାରତୀଙ୍କ ପୁଅର ନାମ, ଭିଡିଓରେ ସଂକେତ ଦେଇ କହିଲେ କମେଡି କୁଇନ୍
କମେଡିଆନ୍ ଭାରତୀ ସିଂ ପୁଅ ଏବଂ ସ୍ୱାମୀଙ୍କ ସହିତ ହସଖୁସିରେ ରହିଛନ୍ତି। ଭାରତୀ ୨ ମାସ ପୂର୍ବେ ମା’ ହୋଇଥିଲେ। ଦୁଇ ମାସ ବିତିଗଲେ ମଧ୍ୟ ଭାରତୀ ନିଜ ପୁଅର ନାମ ପ୍ରକାଶ କରୁନଥିଲେ। ଏବେ ପୁଅର ନାମ ପ୍ରକାଶ କରିଛନ୍ତି ଭାରତୀ।
ଭାରତୀ ନିଜ ପୁଅକୁ ଗୋଲା କହି ଡାକନ୍ତି କିନ୍ତୁ ପ୍ରକୃତରେ ତାଙ୍କ ନାମରେ ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଏକ ଭିଡିଓ ଭାରତୀ ସେୟାର କରିଛନ୍ତି।ଯେଉଁଥିରେ ସେ କହିଛନ୍ତି, ମୋ ପୁଅ ତା ମା’ ଏବଂ ବାପାଙ୍କୁ କାମ କରିବା ଦେଖିବାରେ ଅଭ୍ୟସ୍ତ। ତେଣୁ ‘ଲକ୍ଷ୍ୟ’ ଜନ୍ମ ହେବା ଆଗରୁ କାମ କରୁଥିଲା। ଭାରତୀଙ୍କ ଏପରି ଷ୍ଟେଟମେଣ୍ଟରୁ ଜଣାପଡୁଛି, ଭାରତୀ ତାଙ୍କ ପୁଅ ନାମ ଲକ୍ଷ୍ୟ ରଖିଛନ୍ତି।
View this post on Instagram
ଭାରତୀ ନିଜ ପୁଅ ନାମ ପ୍ରିୟଙ୍କାଙ୍କ ଭଳି ବହୁତ ସାଧାରଣ କିନ୍ତୁ ଅର୍ଥବୋଧକ ରଖିଛନ୍ତି। ଲକ୍ଷ୍ୟର ଅର୍ଥ ଉଦ୍ଦେଶ୍ୟ। ସୂଚନାଯୋଗ୍ୟ, ଭାରତୀ ଏପର୍ଯ୍ୟନ୍ତ ନିଜ ପୁଅଙ୍କ ଚେହେରା କାହାକୁ ଦେଖାଇନାହାନ୍ତି। ଭାରତୀ ଏବଂ ହର୍ଷ ‘ହୁନରବାଜ ଏବଂ ଦ ଖତରା ଶୋ’ରେ ଦେଖିବାକୁ ମିଳିଥିଲେ। ଭାରତୀ ନିଜ ପିଲାକୁ ଜନ୍ମ ଦେବାର ମାତ୍ର ୧୧ ଦିନରେ କାମ ଆରମ୍ଭ କରିଥିଲେ। ଏହା ଦେଖି ସମସ୍ତେ ଭାରତୀଙ୍କର ପ୍ରଶଂସା ମଧ୍ୟକରିଥିଲେ।
ଭାରତୀ ଏପ୍ରିଲ ୩ ତାରିଖରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପିଲା ଜନ୍ମ ହେବାର ୩ ଦିନ ପରେ ଭାରତୀ ଏବଂ ହର୍ଷଙ୍କ ପ୍ରଥମ ଫ୍ୟାମିଲି ଫଟୋ ସାମ୍ନାକୁ ଆସିଥିଲା। ଏହି କମେଡି ଦମ୍ପତି ନବଜାତ ପୁତ୍ରକୁ ଧରି ହସପିଟାଲରୁ ଘରକୁ ଯାଉଥିବା ନଜର ଆସିଥିଲେ। ଭାରତୀ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ନେଇ ହର୍ଷ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଫଟୋ ସେୟାର କରି ହର୍ଷ ଲେଖିଥିଲେ ‘ଇଟ୍ସ ଏ ବେବି ବୟ’। ହର୍ଷ ଏବଂ ଭାରତୀୟ ପିଲା ହେବା ଖବର ଶୁଣି ତାଙ୍କର ଅନେକ ଫ୍ୟାନ୍ସ ଏବଂ ସେଲିବ୍ରିଟିମାନେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଥିଲେ।
View this post on Instagram
ଇନଷ୍ଟାଗ୍ରାମରେ ଯେଉଁ ଫଟୋ ଭାରତୀ ସେୟାର କରିଥିଲେ, ସେଥିରେ ସେ ପିଲାକୁ ହାତରେ ଧରି ଛାତିରେ ଲଗାଇଥିବା ନଜର ଆସିଥିଲେ। କିନ୍ତୁ ପିଲାର ମୁହଁ ଦେଖାଇନଥିଲେ। ଏହା ସହିତ କ୍ୟାପସନ ଲେଖିଥିଲେ, ଲାଇଫ ଲାଇନ୍। ଏହି ଫଟୋରେ ଭାରତୀ ଗୋଲାପୀ ରଙ୍ଗର ଆଉଟ୍ଫିଟ୍ ପିନ୍ଧିଛନ୍ତି। ସେ ଏହି ଫଟୋ ନିଜ ବ୍ଲଗରେ ସେୟାର କରିଛନ୍ତି।