ମନୋରଂଜନ

ଆସନ୍ତାକାଲି ଏନସିବିରେ ହାଜର ହେବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଆଜି ରକୁଲ ଓ କରିସ୍ମାଙ୍କୁ କରାଯିବ ଜେରା

ଆସନ୍ତାକାଲି ଏନସିବିରେ ହାଜର ହେବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ । ଆଜି ଏନ୍‌ସିବି ଆଗରେ ହାଜର ହୋଇଥାନ୍ତେ, ହେଲେ ଶନିବାର ହାଜର ହେବା ନେଇ ଜଣାପଡିଛି । ସମନ୍‌ ପାଇବା ପରେ ଗତକାଲି ରାତି ୯ଟାରେ ସ୍ୱାମୀ ରନ୍‌ବୀର କପୁରଙ୍କ ସହ ଦୀପିକା ଗୋଆରୁ ଆସି ମୁମ୍ବାଇରେ ପହଞ୍ଚିଛନ୍ତି । ଡ୍ରଗ୍ସ ଲିଙ୍କ୍‌ ନେଇ ଏନ୍‌ସିବିର ସମନ୍‌ ପରେ ଏବେ ଟେନ୍‌ସନ୍‌ରେ ଦୀପିକା । ଏଥିସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁରଙ୍କୁ ମଧ୍ୟ କାଲି ଏନ୍‌ସିବିରେ ହାଜର ପାଇଁ ସମନ୍‌ ହୋଇଛି ।

ଏହାପୂର୍ବରୁ ମାଆ ଅମ୍ରିତା ସିଂଙ୍କ ସହ ସାରା ଅଲ୍ଲୀ ଖାନ୍‌ ବି ଗୋଆରୁ ମୁମ୍ବାଇ ଫେରିଛନ୍ତି । ଏପଟେ ଆଜି ସାଉଥ୍‌ ଅଭିନେତ୍ରୀ ରକୁଲ ପ୍ରିତ ସିଂ ଏବଂ କରିସ୍ମା ପ୍ରକାଶ ଏନ୍‌ସିବିରେ ହାଜର ହେବେ । ଗତକାଲି ରକୁଲ ହାଇଦ୍ରାବାଦରୁ ମୁମ୍ବାଇ ଫେରିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଗର୍ଲଫେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଡ୍ରଗ୍‌ସ ଲିଙ୍କ୍‌ରେ ଏପର୍ଯ୍ୟନ୍ତ ରିୟାଙ୍କ ସମେତ ୧୬ ଜଣ ଗିରଫ ହେଲେଣି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

45 mins ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

4 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

5 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

5 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

5 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

5 hours ago