Categories: ମନୋରଂଜନ

ମୋଦିଙ୍କୁ କିଛି ଏପରି ପ୍ରଶ୍ନ ପଚାରିଥିଲେ ଅକ୍ଷୟ କୁମାର, ଭାଇରାଲ୍ ହେଉଛି ଭିଡିଓ

ଗତ ଏପ୍ରିଲ ୨୧ ରେ ଅଭିନେତା ଅକ୍ଷୟ କୁମାର ନିଜର ଟ୍ବିଟର ଆକାଉଣ୍ଟରେ କିଛି କ୍ୟାପସନ ଲେଖି ଟ୍ବିଟ କରିଥିଲେ, ଯାହା ପରେ ୟୁଜରଙ୍କୁ ବିଶ୍ବାସ ହୋଇନଥିଲା। ଅକ୍ଷୟ କୁମାର ଟ୍ବିଟରେ ଲେଖିଥିଲେ ‘ଏଭଳି ଘଟଣା ସମ୍ପର୍କରେ ଜଣାପଡ଼ିଲା ଏବଂ ଏଭଳି କିଛି ହୋଇଥିଲା ଯାହା ମୁଁ କେବେ କରିନଥିଲି, ଆମେ ଦୁଇଜଣ ଉତ୍ସାହିତ ଥିବା ସହ ନର୍ଭସ ମଧ୍ୟ ଥିଲୁ।’ ଏହା ଲେଖିବା ପରେ ସେ ଲୋକମାନଙ୍କୁ ଅପଡେଟସର ଅପେକ୍ଷା କରିବା ପାଇଁ କହିଥିଲେ। ଚଳିତ ଲୋକସଭା ନିର୍ବାଚନ ପରିବେଶରେ ଅଭିନେତା ଅକ୍ଷୟ କୁମାର ଏହି ଟ୍ବିଟ ଦ୍ବାରା ଲୋକମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରିଥିଲା ।

କିଛି ସମୟ ପରେ ଏହି ଟ୍ବିଟରେ ପାଖାପାଖି ଏକ ହଜାରରୁ ଅଧିକ ଲାଇକ ଆସିଥିଲା। ରାଜନୀତିରେ ଅକ୍ଷୟ କୁମାର ପାଦ ଦେବାକୁ ଯାଉଛନ୍ତି ବୋଲି ମଧ୍ୟ ଏହି ଖବର ସୋସିଆଲ ମିଡିଆରେ ଶୁଣିବାକୁ ମିଳିଛି। ଲୋକମାନଙ୍କ କହିବା ଅନୁଯାୟୀ ଅକ୍ଷୟ ନିଜର କୋ-ଷ୍ଟାର ଉର୍ମିଲା ମାତୋଣ୍ଡକରଙ୍କ ଭଳି ରାଜନୀତିରେ ଯୋଗ ଦେବାକୁ ଯାଉଛନ୍ତି। ଏହାପରେ ଅକ୍ଷୟ କୁମାରଙ୍କର ଏପରି କିଛି ଭିଡିଓ ଦେଖିବାକୁ ମିୂଳିଛି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗର ଆଇନ ସମ୍ପର୍କରେ ଆଲୋଚନା କରିବାର ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଭିନେତା ଅକ୍ଷୟ କୁମାରଙ୍କ ଏହି ସମ୍ପର୍କରେ ଆଲୋଚନା ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଦୁଇଜଣଙ୍କ ମଧ୍ୟରେ ଲୋକସଭା ନିର୍ବାଚନକୁ ନେଇ ଏକ ଗମ୍ଭୀର ରାଜନୈତିକ ବାର୍ତ୍ତା ଆଲୋ ଚନା ହୋଇଥିଲା, ଯାହା ଆଜି ପ୍ରସାରିତ ହୋଇସାରିଛି।

ରିପୋର୍ଟ ଅନୁଯାୟୀ ଟ୍ବିଟରେ ଆଲୋଚନା କରାଯାଇଥିବା ଏହି କଥାକୁ ନିର୍ବାଚନରେ ଆଚାର, ସଂହିତା ଉପରେ ଧ୍ୟାନ ରଖିବା ପାଇଁ ଏହା ଜାରି କରାଯାଇଛି । ଏହି ଭିଡିଓରେ ମଧ୍ୟ ଅଭିନେତା ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀଙ୍କୁ ପୁରାଦିନରେ ୩ ରୁ ୪ ଘଣ୍ଟା ଶୋଇବା ଉପରେ ମଧ୍ୟ ପ୍ରଶ୍ନ ପଚାରିଥିଲେ। ଅକ୍ଷୟଙ୍କର ଏହି ପ୍ରଶ୍ନରେ ପ୍ରଧାନମନ୍ତ୍ରୀ ବହୁତ ସୁନ୍ଦର ଭାବେ ଉତ୍ତରରେ କହିଥିଲେ ‘ଯେତେବେଳେ ମୁଁ ପ୍ରଥମ ଥର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ଦେଖା କରିଥିଲି ସେ ମଧ୍ୟ ଏହି ପ୍ରଶ୍ନ ପଚାରିଥିଲେ କି ଆପଣ ଏଭଳି କାହିଁକି କରନ୍ତି, ଏବଂ ଆଜି ମଧ୍ୟ ତାଙ୍କର ମୋର ସାକ୍ଷାତ ହେଲେ ସେ ମତେ କୋର ଶୋଇବାର ଟାଇମ ବଢିଛି କି ନାହିଁ ପଚାରିଥାନ୍ତି?

ରିପୋର୍ଟ ଅନୁଯାୟୀ ଅଭିନେତା ଅକ୍ଷୟ କୁମାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟରେ ଆଲୋଚନା ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି।

KNews Bureau

Recent Posts

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

2 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

3 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

9 mins ago

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

26 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

31 mins ago

ପୃଥିବୀ କେତେ ବର୍ଷ ପୁରୁଣା, ଉତ୍ତର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ବୈଜ୍ଞାନିକମାନେ ପୃଥିବୀରେ ନୂତନ ଅନୁସନ୍ଧାନ ଜାରି ରଖିଛନ୍ତି, ଯାହା ମାଧ୍ୟମରେ ଆମେ ଏହାର ଅନନ୍ୟ ରହସ୍ୟ ବିଷୟରେ ନୂଆ…

37 mins ago