ମନୋରଂଜନ

୧୦୦ କୋଟି କ୍ଲବରେ ସାମିଲ ହେଲା ‘କ୍ରୁ’, ସମଗ୍ର ବିଶ୍ୱରେ ଧମାଲ୍‌ କରୁଛି ଏହି ଫିଲ୍ମ

କରୀନା କପୁର, ତବୁ ଓ କ୍ରିତି ସାନନ୍ ଷ୍ଟାରର୍ ଫିଲ୍ମ ‘କ୍ରୁ’ ସମଗ୍ର ବିଶ୍ୱରେ ଧମାଲ୍‌ କରୁଛି । ରାଜେଶ ଏ କୃଷ୍ଣନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କମେଡି ଫିଲ୍ମକୁ ଦର୍ଶକଙ୍କ ଜବରଦସ୍ତ ରେସ୍‌ପନ୍ସ ମିଳୁଛି । ଏହି କାରଣରୁ ଏବେ ଫିଲ୍ମ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

ଫିଲ୍ମ କ୍ରମାଗତ ଭାବରେ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ସେପଟେ ଏବେ ଫିଲ୍ମ ମାତ୍ର ୯ ଦିନରେ ୧୦୦ କୋଟି ଟଙ୍କା ରୋଜଗାର କରିଛି । ୧୦୦ କୋଟି କ୍ଲବରେ ପ୍ରବେଶ କରିଛି ‘କ୍ରୁ’ ।

ଫିଲ୍ମର ହିରୋଇନ୍ କରୀନା କପୁର ଖାନ ସୋସିଆଲ ମିଡିଆରେ ନିଜେ ଏହି ସୂଚନା ସେୟାର କରିଛନ୍ତି । କରୀନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ‘କ୍ରୁ’ ଓ୍ଵାର୍ଲ୍ଡଓ୍ଵାଇଡ୍‌ ୧୦୪.୮ କୋଟିରୁ ଅଧିକ ଆୟ କରିଛି ।

ଏହା ସହିତ ‘କ୍ରୁ’ ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ପଞ୍ଚମ ଫିଲ୍ମ ହୋଇପାରିଛି । କହି ରଖୁଛୁ, ଏହାପୂର୍ବରୁ ‘ଫାଇଟର’, ‘ତେରୀ ବାତୋଁ ମେଁ ଏସା ଉଲଝା ଜିୟା’, ‘ଆର୍ଟିକଲ୍‌ ୩୭୦’, ‘ସୈତାନ’ ୧୦୦ କୋଟି କ୍ଲବରେ ନିଜର ଜାଗା ସୃଷ୍ଟି କରିଥିଲେ ।

ସେପଟେ ଘରୋଇ ବକ୍ସ ଅଫିସ୍‌ ରୋଜଗାର କଥା ଦେଖିଲେ, ଏହି ଫିଲ୍ମ ଅର୍ଦ୍ଧ ଶତକ ପାର୍‌ କରିଛି । ଶନିବାର କ୍ରୁ ୫.୨୫ କୋଟି ଟଙ୍କା ରୋଜଗାର କରିଛି । ବକ୍ସ ଅଫିସରେ ଏହି ଫିଲ୍ମ ୯ ଦିନରେ ମୋଟ ୫୨.୭ କୋଟି ଟଙ୍କା ଆୟ କରିଛି ।

ଏହି ଫିଲ୍ମରେ ତବୁ, କରୀନା କପୁର ଓ କ୍ରିତି ସାନନଙ୍କ ବ୍ୟତୀତ ଦିଲଜିତ ଦୋସାଞ୍ଜ, କପିଲ ଶର୍ମା, ଶାଶ୍ୱତ ଚାଟାର୍ଜୀ, ରାଜେଶ ଶର୍ମା ଓ କୁଲଭୂଷଣ ଖରବନ୍ଦା ମଧ୍ୟ ନଜର ଆସିଛନ୍ତି । ‘କ୍ରୁ’ର ସୁଟିଂ ଭାରତର ବିଭିନ୍ନ ସ୍ଥାନରେ ହୋଇଥିବା ବେଳେ ଅଧିକାଂଶ ସୁଟିଂ ମୁମ୍ବାଇରେ ହୋଇଛି ।

Roshni

Recent Posts

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

26 mins ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

1 hour ago

ସୁରକ୍ଷିତ ଦେଶ ଯେଉଁଠି ସ୍କୁଲ ହେଉ କି ସପିଂ ମଲ୍‌ ପିଲାମାନେ ଏକା ଯାଆନ୍ତି

ସାଧାରଣତ ଯେତେବେଳେ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି, ଲୋକମାନେ ସେମାନଙ୍କର ସୁରକ୍ଷା ପାଇଁ ଚିନ୍ତିତ ହୁଅନ୍ତି । ଆମେ ସେମାନଙ୍କୁ ଏକୁଟିଆ…

1 hour ago

ଦିଲ୍ଲୀରେ ବିଦ୍ୟୁତ ସଙ୍କଟ, ଦିନ ୨ ଟାରୁ ନାହିଁ କରେଣ୍ଟ

ଡହ ଡହ ଖରାରେ ଜଳୁଛି ସାରା ଦେଶ । ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତି । କିନ୍ତୁ ଏହାରି ଭିତରେ…

2 hours ago

ଶିଶୁ ମନ୍ଦିର ଗୁରୁଜୀରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ମୋହନ ମାଝିଙ୍କ ରାଜନୈତିକ ଜୀବନ ଯାତ୍ରା

(କେନ୍ୟୁଜ) : ଉଠିଲା ପରଦା । ହଟିଲା ସସପେନସ । ସାମ୍ନାକୁ ଆସିଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ।…

3 hours ago

କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ଓଡ଼ିଶାର ନୂଆ ଉପ-ମୁଖ୍ୟମନ୍ତ୍ରୀ

କେନ୍ୟୁଜ (ବ୍ୟୁରୋ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀଙ୍କ ନାମ…

3 hours ago