Categories: ମନୋରଂଜନ

ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କଲେ ଦୀପିକା ପାଦୁକୋନ, ଜାଣନ୍ତୁ କାହିଁକି

ଦିଲ୍ଲୀର ଜବାହାରଲାଲ ନେହରୁ ୟୁନିଭରର୍ସିଟି (JNU) ରେ ହିଂସା ପରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ କ୍ୟାମ୍ପସରେ ପହଞ୍ଚି ହଇଚଇ ସୃଷ୍ଟି କରିଛନ୍ତି। ହିଂସା ବିରୋଧର ପ୍ରଦର୍ଶନକାରୀ ଛାତ୍ରଙ୍କୁ ଦୀପିକାଙ୍କ ସମର୍ଥନ ନେଇ ପ୍ରଶଂସା ହେଉଥିବା ବେଳେ ଦୀପିକାଙ୍କ ବିପକ୍ଷରେ ପ୍ରଶ୍ନ ମଧ୍ୟ ଉଠିଛି। ସୋସିଆଲ ମିଡିଆରେ ଦୀପିକାଙ୍କର ଏହି ନିଷ୍ପତିକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି।

ଦୀପିକାଙ୍କ ଫିଲ୍ମ ‘ଛପାକ’ ଆସନ୍ତା ୧୦ ଜାନୁଆରୀରେ ରିଲିଜ୍‌ ହେବ। ଏହି କାରଣରୁ କିଛି ଲୋକମାନେ ଦୀପିକାଙ୍କୁ JNU ଯିବା ପାଇଁ କହିଥିଲେ। ଏଥିସହ କିଛି ଲୋକମାନେ ଦୀପିକାଙ୍କ ଫିଲ୍ମ ‘ଛପାକ’ ଦେଖି JNU ହିଂସାର ବିରୋଧରେ ସାମିଲ ହେବା ପାଇଁ ଆପତ୍ତି କରିଥିଲେ। ଲୋକପ୍ରିୟ ନିର୍ଦେଶକ ଅନୁରାଗ କଶ୍ୟପ ମଧ୍ୟ ଦୀପିକାଙ୍କର ଏହି ନିଷ୍ପତିକୁ ସମର୍ଥନ କରିବା ସହ ଲୋକମାନଙ୍କୁ ଦୀପିକାଙ୍କ ଆଗାମୀ ଫିଲ୍ମ ‘ଛପାକ’ ଦେଖିବା ପରେ JNU ହିଂସା ବିପକ୍ଷରେ ନିଜର ସମର୍ଥନ ଦେବା ପାଇଁ ଆପତ୍ତି କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ JNU ର ଛାତ୍ର ନେତା ଥିବା କହ୍ନେୟା କୁମାର ଦୀପିକାଙ୍କୁ ଧନ୍ୟବାଦ ଜଣାଇବା ସହ ଲେଖିଛନ୍ତି, ହୋଇପାରେ ଆଜି ଆପଣଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡିପାରେ କିନ୍ତୁ ଆପଣଙ୍କ ଏହି ସାହାସ ପାଇଁ ଆପଣଙ୍କୁ ନିଶ୍ଚିନ୍ତ ଇତିହାସ ମନେ ରଖିବ।

ଅନ୍ୟପଟେ ଦୀପିକାଙ୍କୁ ସମର୍ଥନ ଦେଖି ବିଶେଷକରି ସତ୍ତାଧାରୀ ବିଜେପି ସହ ଜଡିତ ଥିବା ନେତା ଏବଂ ପ୍ରବକ୍ତା ଦୀପିକାକୁ ଘେରିଥିଲେ। ଦିଲ୍ଲୀରୁ ବିଜେପି ନେତା ମନଜିଂଦର ସିଂହ ସିରସା ୧୯୮୪ ମସିହାରେ ସିଖ୍‌ ବିରୋଧୀ ଦଙ୍ଗାକୁ ମନେ ପକାଇ ଦୀପିକାଙ୍କୁ JNU ଯିବା ନେଇ ପ୍ରଶ୍ନ କରିବା ସହ ଟ୍ଵିଟ କରିଛନ୍ତି ‘ଦୀପିକା ଜି, କେବେ ୧୯୮୪ ମସିହାରେ କଂସାଇଖାସନା ପିଡୀତ ପରିବାର ସହ କାହିଁକି ସାକ୍ଷାତ କରିନଥିଲେ? ମଧ୍ୟପ୍ରଦେଶରେ ସିଖଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ କଣ ପାଇଁ କେବେ କିଛି କହିନାହାନ୍ତି। ନନକାନ ସାହିବରେ ହୋଇଥିବା Hate Attack ରେ ମଧ୍ୟ ଗୋଟିଏ ବି ଟ୍ଵିଟ କରିନାହାନ୍ତି। କିନ୍ତୁ ଆଜି ଆପଣ ନିଜର ଲୋକପ୍ରିୟତା ପାଇବା ପାଇଁ JNU ଯାଇଛନ୍ତି। ’

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago