Categories: ରାଜ୍ୟ

କେନ୍ଦୁଝର: ଆନନ୍ଦପୁର ଉପଖଣ୍ଡର ଗୋହିରା ଗାଁ, ଯେଉଁଠି ୫୦ ରୁ ଅଧିକ ପରିବାର ସଦସ୍ୟ କିଡନୀ ରୋଗରେ ଆକ୍ରାନ୍ତ

ଆନନ୍ଦପୁର(କେନ୍ୟୁଜ୍): ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବା ପାଇଁ ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି ହେଲେ ପ୍ରକୃତପକ୍ଷେ ତୃଣମୂଳ ସ୍ତରରେ ତାହା କେତେ କାର୍ଯ୍ୟକ୍ଷମ ହେଉଛି କି ନାହିଁ ତାହାର ହିସାବ ପ୍ରାୟ କାହାରି ପାଖରେ ନାହିଁ । ତେବେ ଏମିତି ଏକ ଗାଁ ରହିଛି ଯେଉଁଠି ସରକାରଙ୍କ ଯୋଜନା ପହଁଚିବା ବୋଧେ ସାତ ସପନ । ଯେଉଁ  ଗାଁରେ ଜଣେ ପରେ ଜଣେ କିଡନୀ ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ସହିତ ଆଉ କିଛି କିଡନୀ ଆକ୍ରାନ୍ତ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଗୋହିରା ଗାଁ| ଏହି ଗାଁରେ ପାଖାପାଖି ୨୦୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ସମସ୍ତେ ପ୍ରାୟ ଶ୍ରମଜୀବୀ। ଗ୍ରାମରେ ଏମିତି ୫୦ ରୁ ଅଧିକ ପରିବାରର ସଦସ୍ୟ ରହିଛନ୍ତି ଯେଉଁମାନେ କିଡନୀ ରୋଗରେ ଆକ୍ରାନ୍ତ | ଅନେକ ବର୍ଷ ଧରି ଏପରି ପରିସ୍ଥିତି ଲାଗିରହିଥିବା ବେଳେ ୪୦ ରୁ ଅଧିକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିଛନ୍ତି ଏବଂ ୧୦ ରୁ ଅଧିକ ରୋଗୀ ଏବେବି ବଞ୍ଚିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି |

ପୂର୍ବରୁ ଗ୍ରାମବାସୀଙ୍କ ଦ୍ଵାରା ଅନେକ ଥର ଏ ବିଷୟରେ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ତେବେ ପ୍ରଶାସନିକ ସ୍ତରରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଆନନ୍ଦପୁର ଉପଖଣ୍ଡରେ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । କିଡନୀ ରୋଗାଗ୍ରସ୍ତ ଗରିବ ଅଭାବି ପରିବାର ଅନେକ ସମୟରେ କଟକ ଯାଇ ଚିକିତ୍ସା ପାଇବା ଓ ଔଷଧ କିଣିବା ମଧ୍ଯ ସମ୍ଭବପର ନୁହେଁ । ତେଣୁ ଭାଗ୍ୟକୁ ଭରଷା କରି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ।

ଅନ୍ୟପକ୍ଷରେ ପ୍ରଶାସନିକ ଅଧିକାରୀମାନେ କ୍ୟାମେରା ସାମ୍ନା ରେ ମୁହଁ ଖୋଲିବାକୁ ନାରାଜ ହେଉଥିବା ବେଳେ ଖୁବ ଶୀଘ୍ର ଏଥି ପ୍ରତି ଧ୍ୟାନ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ତେବେ କାହିଁକି ଏହି ନିର୍ଦ୍ଧିଷ୍ଟ ଗ୍ରାମର ଲୋକମାନେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହାର କାରଣ ଖୋଜି ପ୍ରଶାସନିକ ସ୍ତରରେ ଏହାର ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ହୋଇପଡିଛି ।

ଆନନ୍ଦପୁରରୁ ସ୍ଵପ୍ନେଶ୍ଵର ପଣ୍ଡାଙ୍କ ରିପୋର୍ଟ, କେନ୍ୟୁଜ୍

 

Sonalisa

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

45 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

51 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago