କେନ୍ଦୁଝର: ଆନନ୍ଦପୁର ଉପଖଣ୍ଡର ଗୋହିରା ଗାଁ, ଯେଉଁଠି ୫୦ ରୁ ଅଧିକ ପରିବାର ସଦସ୍ୟ କିଡନୀ ରୋଗରେ ଆକ୍ରାନ୍ତ

ଆନନ୍ଦପୁର(କେନ୍ୟୁଜ୍): ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବା ପାଇଁ ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି ହେଲେ ପ୍ରକୃତପକ୍ଷେ ତୃଣମୂଳ ସ୍ତରରେ ତାହା କେତେ କାର୍ଯ୍ୟକ୍ଷମ ହେଉଛି କି ନାହିଁ ତାହାର ହିସାବ ପ୍ରାୟ କାହାରି ପାଖରେ ନାହିଁ । ତେବେ ଏମିତି ଏକ ଗାଁ ରହିଛି ଯେଉଁଠି ସରକାରଙ୍କ ଯୋଜନା ପହଁଚିବା ବୋଧେ ସାତ ସପନ । ଯେଉଁ  ଗାଁରେ ଜଣେ ପରେ ଜଣେ କିଡନୀ ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ସହିତ ଆଉ କିଛି କିଡନୀ ଆକ୍ରାନ୍ତ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

kidneyକେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଗୋହିରା ଗାଁ| ଏହି ଗାଁରେ ପାଖାପାଖି ୨୦୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ସମସ୍ତେ ପ୍ରାୟ ଶ୍ରମଜୀବୀ। ଗ୍ରାମରେ ଏମିତି ୫୦ ରୁ ଅଧିକ ପରିବାରର ସଦସ୍ୟ ରହିଛନ୍ତି ଯେଉଁମାନେ କିଡନୀ ରୋଗରେ ଆକ୍ରାନ୍ତ | ଅନେକ ବର୍ଷ ଧରି ଏପରି ପରିସ୍ଥିତି ଲାଗିରହିଥିବା ବେଳେ ୪୦ ରୁ ଅଧିକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିଛନ୍ତି ଏବଂ ୧୦ ରୁ ଅଧିକ ରୋଗୀ ଏବେବି ବଞ୍ଚିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି |

kidnyପୂର୍ବରୁ ଗ୍ରାମବାସୀଙ୍କ ଦ୍ଵାରା ଅନେକ ଥର ଏ ବିଷୟରେ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ତେବେ ପ୍ରଶାସନିକ ସ୍ତରରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଆନନ୍ଦପୁର ଉପଖଣ୍ଡରେ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । କିଡନୀ ରୋଗାଗ୍ରସ୍ତ ଗରିବ ଅଭାବି ପରିବାର ଅନେକ ସମୟରେ କଟକ ଯାଇ ଚିକିତ୍ସା ପାଇବା ଓ ଔଷଧ କିଣିବା ମଧ୍ଯ ସମ୍ଭବପର ନୁହେଁ । ତେଣୁ ଭାଗ୍ୟକୁ ଭରଷା କରି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ।

kidney1ଅନ୍ୟପକ୍ଷରେ ପ୍ରଶାସନିକ ଅଧିକାରୀମାନେ କ୍ୟାମେରା ସାମ୍ନା ରେ ମୁହଁ ଖୋଲିବାକୁ ନାରାଜ ହେଉଥିବା ବେଳେ ଖୁବ ଶୀଘ୍ର ଏଥି ପ୍ରତି ଧ୍ୟାନ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ତେବେ କାହିଁକି ଏହି ନିର୍ଦ୍ଧିଷ୍ଟ ଗ୍ରାମର ଲୋକମାନେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହାର କାରଣ ଖୋଜି ପ୍ରଶାସନିକ ସ୍ତରରେ ଏହାର ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ହୋଇପଡିଛି ।

ଆନନ୍ଦପୁରରୁ ସ୍ଵପ୍ନେଶ୍ଵର ପଣ୍ଡାଙ୍କ ରିପୋର୍ଟ, କେନ୍ୟୁଜ୍

 

Leave A Reply

Your email address will not be published.