ମନୋରଂଜନ

ବଢିଲା ମସ୍ତାନୀଙ୍କ ଅଡୁଆ: ସେହି ହ୍ଵାଟସ୍‌ଆପ୍‌ ଗ୍ରୁପର ଆଡମିନ ଥିଲେ ଦୀପିକା, ଯେଉଁଥିରେ ଲେଖାଥିଲା ‘ମାଲ୍‌ ହୈ କ୍ୟା’

ଡ୍ରଗ୍ସ ବିବାଦକୁ ନେଇ ଫସିଥିବା ଦୀପିକା ପାଦୁକୋନଙ୍କ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଖବର ମୁତାବକ ଦୀପିକା ପାଦୁକୋନ ସେହି ହ୍ଵାଟସଆପ୍‌ ଗ୍ରୁପର ଆଡମିନ ଥିଲେ, ଯେଉଁଥିରେ ଡ୍ରଗ୍ସ ନେଇ କଥାବାର୍ତ୍ତା ଚାଲୁଥିଲା। ନିଜେ ଦୀପିକା ଏହି ଗ୍ରୁପରେ ୨୦୧୭ରେ ଡ୍ରଗ୍ସ ମାଗିଥିଲେ। ସୂଚନାଯୋଗ୍ୟ, ସେହି ଗ୍ରୁପରେ ଜୟା ଶାହ ଏବଂ କରିସ୍ମା ମଧ୍ୟ ସାମିଲ ଥିଲେ। ଏବେ ଏହି କଥା ଚର୍ଚ୍ଚା ହେବା ପରେ ଦୀପିକାଙ୍କ ପାଇଁ ଅଡୁଆ ବଢିପାରେ।

ଆଜି ରାକୁଲପ୍ରୀତ ଏନସିବି ଆଗରେ ହାଜର ହୋଇଥିବା ବେଳେ ଦୀପିକାଙ୍କୁ ଆସନ୍ତାକାଲି ଅର୍ଥାତ୍‌ ଶନିବାର ଦିନ ପଚରାଉଚରା ପାଇଁ ଡାକିବ ଏନସିବି। ସେହିପରି କରିସ୍ମାଙ୍କୁ ଆଜି ପଚରାଉପଚରା କରୁଥିବା ଏନସିବି ହାତରେ ଆଉ ଏକ ତଥ୍ୟ ଲାଗିଛି। ଯେଉଁ ହ୍ଵାଟସଆପ୍‌ ଗ୍ରୁପରେ ‘ମାଲ ହୈ କ୍ୟା’ ଲେଖାଯାଇଥିଲା, ତାହାର ଗ୍ରୁପ ଆଡମିନ ଥିଲେ ଦୀପିକା ପାଦୁକୋନ। ଆଉ ତାଙ୍କର ଏକ ଆକ୍ଟିଭ ରୋଲ ସବୁ ସାମ୍ନାକୁ ଆସିଛି। ଏହି ଆଧାରରେ ଏନସିବି ଏବେ ଦୀପିକାକୁ ଜୋରଦାର ପଚରା ଉଚରା କରିପାରେବୋଲି ଚର୍ଚ୍ଚା ଚାଲିଛି।

ସୂଚନାଯୋଗ୍ୟ, ପୂର୍ବରୁ ଦୀପିକା ପାଦୁକୋନ ଶୁକ୍ରବାର ଅର୍ଥାତ୍‌ ଆଜି ଏନସିବି ଆଗରେ ହାଜର ହେବାକୁ ଥିଲେ। କିନ୍ତୁ ତାଙ୍କୁ ଆଜି ନୁହେଁ ବରଂ କାଲି ଡକାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତାକାଲି ଦୀପିକା, ଶ୍ରଦ୍ଧା ଏବଂ ସାରା ଅଲ୍ଲୀ ଖାନଙ୍କୁ ପଚରାଉଚରା କରିବ ଏନସିବି।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

35 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago