ସ୍ପେଶାଲ

ଆପଣ ବ୍ୟବହାର କରୁଥିବା ସାନିଟାଇଜର କଣ ସତରେ ଅସଲି, ଜାଣିବା ବହୁତ ସହଜ

କରୋନା ମହାମାରୀ କାରଣରୁ ହ୍ୟାଣ୍ଡ ସାନିଟାଇଜର୍ସ ଆମ ଜୀବନର ଏକ ବହୁତ ବଡ ଅଂଶ ହୋଇଯାଇଛି। ସାନିଟାଇଜରକୁ ଆମେ କରୋନା ଭାଇରସ ସହ ଲଢ଼ିବା ପାଇଁ ଶତୃ ଭଳି ବ୍ୟବହାର କରୁଛୁ। କରୋନା କାଳ ପୂର୍ବରୁ ଯେତେବେଳେ ଆମେ କାମକୁ ଯାଉଥିଲେ କିମ୍ବା ଟ୍ରାଭେଲ କରୁଥିଲେ ସେତେବେଳେ କିଛି ଲୋକ ସାନିଟାଇଜର କଣ ଏକଥା ବିି ଜାଣିନଥିଲେ। କିନ୍ତୁ କରୋନା ଭାଇରସ୍‌ ବ୍ୟାପିବା ପରେ ପ୍ରାୟ ସବୁଦିନ ସାନିଟାଇଜରର ଡିମାଣ୍ଡ ବଢ଼ିବାରେ ଲାଗିଛି।

ତେବେ ବର୍ତ୍ତମାନ ସମୟରେ ସାନିଟାଇଜରର ଡିମାଣ୍ଡ ଦେଖି ଅନେକ କମ୍ପାନୀ ଏହି ସ୍ଥିତିର ଫାଇଦା ଉଠାଇବା ଆରମ୍ଭ କରିଦେଇଛନ୍ତି। ସାନିଟାଇଜର ନାମରେ ଅନେକ ଗଡବଡ ଏବଂ ନକଲି ଉତ୍ପାଦର ମିଶ୍ରଣ ସହିତ ମାର୍କେଟରେ ବିକ୍ରି କରାଯାଉଛି। ବଜାରରେ ଅନେକ ଗୁଡିଏ ସାନିଟାଇଜର ମିଳୁଛି। କିଏ ଦାବି କରୁଛନ୍ତି ଏହା ୯୯ ପ୍ରତିଶତ ଭାଇରସ୍‌ ମାରିପାରିବ ତ ଆଉ କିଏ କହୁଛନ୍ତି ସେମାନେ ବିକ୍ରି କରୁଥିବା ସାନିଟାଇର ସୁଗନ୍ଧିତ। ସେହିପରି ଆଉ କିଛି କମ୍ପାନୀଙ୍କର କହିବା କଥା ଯେ ତାଙ୍କ ସାନିଟାଇଜର ଆଲକହଲ ବେସଡ୍‌। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଆପଣ ଉଚିତ ସାନିଟାଇଜରର ବ୍ୟବହାର କରୁଛନ୍ତି କି ନାହିଁ? ଆପଣ ବ୍ୟବହାର କରୁଥିବା ସାନିଟାଇଜରର କୌଣସି ସାଇଡ୍‌-ଇଫେକ୍ଟ ଅଛି ନା ନାହିଁ? କଣ ଏହି ସାନିଟାଇଜର ଆପଣଙ୍କ ତ୍ୱଚାକୁ ସୁଟ୍‌ କରୁଛି? ଏହି ସବୁ ଦିଗ ପ୍ରତି ଆପଣଙ୍କୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ କାହିଁକିନା ବଜାରରେ ଏବେ ଅନେକ ନକଲି ସାନିଟାଇଜର ବି ମିଳୁଛି।

ଆପଣଙ୍କୁ ସାନିଟାଇଜର କିଣିବା ସମୟରେ ବହୁତ ସାବଧାନତା ରଖିବା ଜରୁରୀ। ସାନିଟାଇଜରରେ ଇଥାଇଲ ଆଲକହଲର ମାତ୍ରା ୭୦ ପ୍ରତିଶତ ରୁ ଅଧିକ ଥିଲେ ତାହା ବହୁତ ଭଲ। ଅନେକ ଥର ଆଲକହଳ ହାତକୁ ଡ୍ରାଏ ବନାଇପାରେ। ଏଥିପାଇଁ ଗ୍ଲିସରୀନ ଯୁକ୍ତ ସାନିଟାଇଜର ଠିକ୍‌ ରହିଥାଏ ଆପଣଙ୍କ ପାଇଁ। ଏହାସହିତ ଯେଉଁମାନଙ୍କର ଆଲର୍ଜି ହୋଇଥାଏ ସେମାନଙ୍କୁ ସୁଗନ୍ଧିତ ବା ବାସ୍ନା ଯୁକ୍ତ ସାନିଟାଇଜର ବ୍ୟବହାର କରିବା ଅନୁଚିତ।

ଘରେ କେମିତି ଜାଣିବେ କେଉଁ ସାନିଟାଇଜର ନକଲି ଆଉ କେଉଁଟା ଅସଲି

ଆପଣ ଘରେ ମଧ୍ୟ ଜାଣିପାରିବେ କେଉଁ ସାନିଟାଇଜରର ବ୍ୟବହାର ଠିକ୍‌ ଆଉ କେଉଁଟା ଭୁଲ। ଏଥିପାଇଁ ଆପଣ ଏକ ଚାମଚ ସାନିଟାଇଜରରେ ଅଟା ନିଅନ୍ତୁ। ଯଦି ଅଟା ଚିପଚିପା ହୋଇଯାଏ ତାହେଲେ ଜାଣନ୍ତୁ ସାନିଟାଇଜର ଭଲ ନାହିଁ ଏବଂ ଯଦି ଅଟା ଶୁଖିଲା ରହିଲା ତାହେଲେ ଏହି ସାନିଟାଇଜର ବ୍ୟବହାର ଉପଯୋଗୀ।

ଏବେ ଆସନ୍ତୁ ଜାଣିବା କେଉଁ କେଉଁ ଦିଗ ପ୍ରତି ଆମକୁ ଧ୍ୟାନ ଦେବା ଉଚିତ

-ନନ ଆଲକହଲ ଉତ୍ପାଦ କୋଭିଡ-୧୯ ବିରୁଦ୍ଧରେ ଉପଯୋଗୀ ନୁହେଁ

-ସାନିଟାଇଜର ଛୋଟ ପିଲାଙ୍କ ଠାରୁ ଦୂରରେ ରଖନ୍ତୁ

-ଇଞ୍ଜେକସନରେ ବିଶାକ୍ତ ପ୍ରଭାବ ହୋଇପାରେ

-ସାନିଟାଇଜର କିଣିବା ସମୟରେ କମ୍ପାନୀର ନାମ ଏବଂ ଏକ୍ସପାୟାରୀ ଡେଟ ନିଶ୍ଚୟ ଦେଖନ୍ତୁ

-ସାନିଟାଇଜର କିଣିବା ପୂର୍ବରୁ ଲୋକଙ୍କୁ ତାହା ଉପରେ ଲେଖାଥିବା ଛାପା ନିର୍ଦ୍ଦେଶକୁ ଧ୍ୟାନରେ ପଢ଼ିବା ଉଚିତ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

5 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago