Categories: ମନୋରଂଜନ

ରିୟାଲିଟି ସୋ’ ରେ ଶେହେନାଜ୍‌ଙ୍କୁ ଚାପୁଡା ମାରିଲେ ଗୋପୀ ବୋହୂ, ଜାଣନ୍ତୁ କାହିଁକି

ଆରମ୍ଭରୁ ହିଁ ‘ବିଗ୍ ବସ୍ ୧୩’ରେ ବିବାଦ ଦେଖିବାକୁ ମିଳୁଛି। ସବୁଥର ପରି ଏଥର ମଧ୍ୟ ବିଗ୍ ବସ୍ ଏପିସୋଡ୍କୁ ଟିକେ ମଜାଦାର କରିବା ପାଇଁ ଭିନ୍ନ ଭିନ୍ନ ଟାସ୍କ ସବୁ କରାଉଛନ୍ତି। ଆଉ ସେହି ଟାସ୍କ ଜିତିବା ପାଇଁ ଘରର ସସଦସ୍ୟମାନେ ସବୁ ସୀମା ପାର୍ କରିଯାଉଛନ୍ତି। ନିକଟରେ ଏକ ଟାସ୍କରେ କଥା ଏତେ ବଢ଼ିଗଲା ଯେ ଦେବୋଲିନା ଶେହେନାଜଙ୍କୁ ଚାପୁଡ଼ା ମାରିବାକୁ ମଧ୍ୟ ପଛାଇନାହାନ୍ତି। କିନ୍ତୁ ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି।

ଦେବୋଲିନାଙ୍କର ଏଭଳି କାରନାମା ଦର୍ଶକଙ୍କୁ ନିରାଶ କରିଛି। ସୋସିଆଲ ମିଡିଆରେ ଶେହେନାଜ୍‌ଙ୍କ ଫ୍ୟାନ୍ସ ଏନେଇ ଦେବୋଲିନାଙ୍କୁ ଅନେକ ସମାଲୋଚନା କରୁଛନ୍ତି। ଅନେକ ୟୁଜର୍ ମାନେ ଦେବୋଲିନାଙ୍କୁ ସୋ’ ରୁ ବାହାର କରିବା ପାଇଁ ପତିକ୍ରିୟା ରଖିବା ସହ ସେ ପାଗଳ ହୋଇଯାଇଛନ୍ତି ବୋଲି ଲୋକମାନେ ସୋସିଆଲ ମିଡିଆରେ କମେଣ୍ଟ ଦେଇଛନ୍ତି। ସେହିପରି ଆଉ ଜଣେ ଲେଖିଛନ୍ତି ଯେ ଶେହେନାଜ୍ ମଧ୍ୟ ଦେବୋଲିନାଙ୍କୁ ଚାପୁଡ଼ା ମାରିବା ଉଚିତ୍।

ଗତ ମଙ୍ଗଳବାର ଏପିସୋଡ୍ରେ ନୋମିନେସନ୍ ଟାସ୍କ ହୋଇଥିଲା ଯେଉଁଥିରେ ଅସୀମ ରିୟାଜ ଓ ଆରତୀ ସିଂହ ସୁରକ୍ଷିତ ହୋଇଯାଇଥିଲେ। ଘରର ଅନ୍ୟ ସଦସ୍ୟମାନଙ୍କୁ କିନ୍ତୁ ଏଥିରୁ ସୁରକ୍ଷିତ ହେବା ପାଇଁ ‘ସାପ ସିଡ଼ି’ର ଟାସ୍କ କରିବାକୁ ଦିଆଯାଇଥିଲା। ଯିଏ ଯେତେ ଶୀଘ୍ର ସିଡ଼ି ତିଆରି କରିବ ସେ ନୋମିନେସନ୍ ରେ ସୁରକ୍ଷିତ ହୋଇଯିବ। ଏହି ଟାସ୍କରେ ସିଦ୍ଧାର୍ଥ ଶୁକ୍ଲା, ଦେବୋଲିନା ଓ ଶେହେନାଜ୍ଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଥିଲା। ଝଗଡ଼ା ଏତେ ମାତ୍ରରେ ବଢିଯାଇଥିଲା ଯେ ଦେବୋଲିନା ରାଗରେ ଶେଷରେ ଶେହେନାଜ୍ ଙ୍କୁ ଚାପୁଡା ମାରି ଦେଇଛନ୍ତି।

KNews Bureau

Recent Posts

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପରେ ଆକ୍ରମଣ, ୬ ଯବାନ ଆହତ

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୬ ଜଣ ଯବାନ ଆହତ…

21 mins ago

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମୋହନ ମାଝୀଙ୍କ ପାଇଁ ଆସିଲା ବଡ ଦୁଃଖଦ ଖବର

ଭୁବନେଶ୍ଵର (କେନ୍ୟୁଜ): ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ପାଇଁ ଦୁଃଖଦ ଖବର । ମୁଖ୍ୟମନ୍ତ୍ରୀ…

24 mins ago

ପୁଣି ଥରେ ଦାଦନ ଦୁଃଖ: ୨୫୦ଶ୍ରମିକଙ୍କୁ ଅଧା ରାସ୍ତାରେ ଛାଡି ପଳାଇଲା ବସ୍

ଜୟପୁର (କେନ୍ୟୁଜ): ଅମାନୁଷିକତା ଭଳି ଗୋଟିଏ ବସରେ ଟାଇଁ ଟାଇଁ ଖରାରେ ଆସିଲେ ୨୫୦ ଦାଦନ ଶ୍ରମିକ । ରାସ୍ତାରେ…

35 mins ago

ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ: ଯୁଗଳ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼, ୪୦ ପ୍ଲାଟୁନ ଫୋର୍ସ ମୁତୟନ

ସମ୍ବଲପୁର/ ଚାନ୍ଦବାଲି (କେନ୍ୟୁଜ); ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ହେଉଛି ଶେଷ ଦିନ ।  ଗତକାଲି ବିଳମ୍ବିତ…

1 hour ago

ଶପଥ ଗ୍ରହଣ ସମାରୋହ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଦିନ ୨ରୁ ଜୟଦେବବିହାର-ନାଲକୋ ଛକ ରାସ୍ତା ବନ୍ଦ

ଭୁବନେଶ୍ୱର (କେନ୍ୟୁଜ): ଆଜି ନୂଆ ସରକାରର ଶପଥ ଗ୍ରହଣ ସମାରୋହ। ଅପରାହ୍ଣ ୫ଟାରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ।…

1 hour ago

ନୂଆ ସରକାରରେ କେଉଁ ଜିଲ୍ଲାର ବିଧାୟକଙ୍କୁ ମିଳିବ ମନ୍ତ୍ରୀ ପଦ ? ତାଲିକାରେ ଅଛି ଏସବୁ ନାଁ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବିଜେପି ସରକାରରେ କିଏ ହେବେ ମନ୍ତ୍ରୀ ? କେଉଁ ଜିଲ୍ଲାରୁ କେଉଁ ବିଧାୟକଙ୍କୁ ମିଳିବ ମନ୍ତ୍ରୀ…

2 hours ago