ରିୟାଲିଟି ସୋ’ ରେ ଶେହେନାଜ୍‌ଙ୍କୁ ଚାପୁଡା ମାରିଲେ ଗୋପୀ ବୋହୂ, ଜାଣନ୍ତୁ କାହିଁକି

ଆରମ୍ଭରୁ ହିଁ ‘ବିଗ୍ ବସ୍ ୧୩’ରେ ବିବାଦ ଦେଖିବାକୁ ମିଳୁଛି। ସବୁଥର ପରି ଏଥର ମଧ୍ୟ ବିଗ୍ ବସ୍ ଏପିସୋଡ୍କୁ ଟିକେ ମଜାଦାର କରିବା ପାଇଁ ଭିନ୍ନ ଭିନ୍ନ ଟାସ୍କ ସବୁ କରାଉଛନ୍ତି। ଆଉ ସେହି ଟାସ୍କ ଜିତିବା ପାଇଁ ଘରର ସସଦସ୍ୟମାନେ ସବୁ ସୀମା ପାର୍ କରିଯାଉଛନ୍ତି। ନିକଟରେ ଏକ ଟାସ୍କରେ କଥା ଏତେ ବଢ଼ିଗଲା ଯେ ଦେବୋଲିନା ଶେହେନାଜଙ୍କୁ ଚାପୁଡ଼ା ମାରିବାକୁ ମଧ୍ୟ ପଛାଇନାହାନ୍ତି। କିନ୍ତୁ ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି।

Devoleenaଦେବୋଲିନାଙ୍କର ଏଭଳି କାରନାମା ଦର୍ଶକଙ୍କୁ ନିରାଶ କରିଛି। ସୋସିଆଲ ମିଡିଆରେ ଶେହେନାଜ୍‌ଙ୍କ ଫ୍ୟାନ୍ସ ଏନେଇ ଦେବୋଲିନାଙ୍କୁ ଅନେକ ସମାଲୋଚନା କରୁଛନ୍ତି। ଅନେକ ୟୁଜର୍ ମାନେ ଦେବୋଲିନାଙ୍କୁ ସୋ’ ରୁ ବାହାର କରିବା ପାଇଁ ପତିକ୍ରିୟା ରଖିବା ସହ ସେ ପାଗଳ ହୋଇଯାଇଛନ୍ତି ବୋଲି ଲୋକମାନେ ସୋସିଆଲ ମିଡିଆରେ କମେଣ୍ଟ ଦେଇଛନ୍ତି। ସେହିପରି ଆଉ ଜଣେ ଲେଖିଛନ୍ତି ଯେ ଶେହେନାଜ୍ ମଧ୍ୟ ଦେବୋଲିନାଙ୍କୁ ଚାପୁଡ଼ା ମାରିବା ଉଚିତ୍।

ଗତ ମଙ୍ଗଳବାର ଏପିସୋଡ୍ରେ ନୋମିନେସନ୍ ଟାସ୍କ ହୋଇଥିଲା ଯେଉଁଥିରେ ଅସୀମ ରିୟାଜ ଓ ଆରତୀ ସିଂହ ସୁରକ୍ଷିତ ହୋଇଯାଇଥିଲେ। ଘରର ଅନ୍ୟ ସଦସ୍ୟମାନଙ୍କୁ କିନ୍ତୁ ଏଥିରୁ ସୁରକ୍ଷିତ ହେବା ପାଇଁ ‘ସାପ ସିଡ଼ି’ର ଟାସ୍କ କରିବାକୁ ଦିଆଯାଇଥିଲା। ଯିଏ ଯେତେ ଶୀଘ୍ର ସିଡ଼ି ତିଆରି କରିବ ସେ ନୋମିନେସନ୍ ରେ ସୁରକ୍ଷିତ ହୋଇଯିବ। ଏହି ଟାସ୍କରେ ସିଦ୍ଧାର୍ଥ ଶୁକ୍ଲା, ଦେବୋଲିନା ଓ ଶେହେନାଜ୍ଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଥିଲା। ଝଗଡ଼ା ଏତେ ମାତ୍ରରେ ବଢିଯାଇଥିଲା ଯେ ଦେବୋଲିନା ରାଗରେ ଶେଷରେ ଶେହେନାଜ୍ ଙ୍କୁ ଚାପୁଡା ମାରି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.