Below header

ଆଧୁନିକ ଯୁଗର ଶ୍ରବଣ କୁମାର, ସ୍କୁଟରରେ ବସାଇ ମା’ଙ୍କୁ ପ୍ରାୟ ୪୮ ହଜାର କିଲୋମିଟର କରାଇଲେ ତୀର୍ଥ ଯାତ୍ରା

ଆଜିକାଲି ବୁଢା ବାପା ମା ଙ୍କୁ ସମୟ ଦେବା ପାଇଁ ପୁଅ, ଝିଅଙ୍କ ପାଖରେ ସମୟ ନାହିଁ । ନିଜ କାମ ତଥା ଆଧୁନିକ ଜୀବନ ଶୈଳୀରୁ ଫୁରସତ ମିଳିଲେ ତ ବାପା ମାଙ୍କ କଥା କିଏ ଚିନ୍ତା କରିବ । ଅଧିକାଂଶ ଲୋକ ସେହି ବୃଦ୍ଧା ବାପା ମା’ ଙ୍କୁ ଅତି ଦୟନୀୟ ଅବସ୍ଥାରେ ଘରର କୌଣସି କୋଣରେ ପକାଇ ରଖୁଛନ୍ତି ଅଥବା କୌଣସି ବୃଦ୍ଧାଶ୍ରମରେ ଛାଡି ଦେଉଛନ୍ତି । କାହା କାହା ଘରେ ତ ବାପା ମାଙ୍କୁ କିଏ ପାଖରେ ରଖିବ ସେ ନେଇ ପୁଅ ମାନଙ୍କ ଭିତରେ କଳି ଲାଗିରହୁଛି । କିନ୍ତୁ ଏଭଳି ଏକ ସମୟରେ ନିଜ ମା’ଙ୍କୁ ସ୍କୁଟରରେ ବସାଇ ତୀର୍ଥ ଯାତ୍ରା କରାଇବା କଥା ହୁଏତ ସମସ୍ତଙ୍କୁ ଚକିତ କରିପାରେ । କିନ୍ତୁ ଏ କଥା ଶତ ପ୍ରତିଶତ ସତ୍ୟ । ଏଭଳି ଏକ ଅସାଧାରଣ କାମ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ମହୀଶୂରର ଡ଼ି.କୃଷ୍ଣା କୁମାର ।

ଡ଼ି.କୃଷ୍ଣା କୁମାର ନିଜ ୭୦ ବର୍ଷୀୟ ମାଙ୍କୁ ସ୍କୁଟରରେ ବସାଇ ପ୍ରାୟ ୪୮, ୧୦୦ କିଲୋମିଟରର ବୁଲାଇ ତୀର୍ଥ କରାଇଛନ୍ତି। ତାଙ୍କର ଏହି କାହାଣୀ ସୋସିଆଲ ମିଡ଼ିଆରେ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି । ଏମିତିକି ପ୍ରଖ୍ୟାତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା କୃଷ୍ନାଙ୍କ ଏହି ଅନନ୍ୟ ପ୍ରୟାସକୁ ଖୁବ ପ୍ରଂଶସା କରିବା ସହ ତାଙ୍କୁ ଏକ ଗାଡି ଉପହାର ଦେବେ ବୋଲି ମଧ୍ୟ ସ୍ଥିର କରିଛନ୍ତି । ଏହା ସହ ନିକଟରେ ଡ଼ି. କୃଷ୍ଣ କୁମାରଙ୍କ ଏହି କାହାଣୀକୁ ନନ୍ଦୀ ଫାଉଣ୍ଡେସନର ସିଇଓ ମନୋଜ କୁମାର ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ବାସ୍ତବରେ ଏହି କାହାଣୀର ଆରମ୍ଭ ହୋଇଥିଲା ଏହି ପରି । ଡ଼ି.କୃଷ୍ଣ କୁମାରଙ୍କ ମା ମହୀଶୁରରେ ବସବାସ କରନ୍ତି ।

 

krusna kumar

ଥରେ ସେ ନିଜ ପୁଅକୁ ହମ୍ପି ଦର୍ଶନ କରାଇବା ପାଇଁ ଇଚ୍ଛା ଜାହିର କରିଥିଲେ । ମା’ଙ୍କ ଏହି ଇଚ୍ଛାକୁ ପୁରଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ କୃଷ୍ଣା । ଚାକିରୀ ଛାଡି ନିଜ ୨୦ ବର୍ଷ ପୁରୁଣା ବଜାଜ ଚେତକ ସ୍କୁଟରରେ ମା’ଙ୍କୁ ଧରି ବାହାରି ପଡିଲେ । ଏକ ସାକ୍ଷାତକାରରେ କୃଷ୍ନା କହିଥିଲେ କି, ଏକ ଯୌଥ ପରିବାରରେ ବସବାସ କରୁଥିବା ସମୟରେ ତାଙ୍କ ମା’ଙ୍କ ଭୂମିକା କେବଳ ରୋଷେଇ ଘର ପର୍ଯ୍ୟନ୍ତ ହିଁ ସୀମିତ ରହିଯାଇଥିଲା । ସେ ଛୋଟ ବେଳରୁ ମା’ଙ୍କୁ ଏକ କାରାଗାରର ବନ୍ଦୀ ଭାବେ ଜୀବନ ଅତିବାହିତ କରୁଥିବା ଦେଖିଆସିଥିଲେ । ଏମିତିକି ତାଙ୍କ ମା କେବେ ଗାଁ ବାହାରକୁ ମଧ୍ୟ ଯାଇନଥିବା ସେ କହିଥିଲେ।

ଏହା ସହ ପଢନ୍ତୁ: ସିରିଅଲ୍‌ ଦେଲା ପ୍ରେରଣା, ଛୋଟ ବେଳେ ମଇଁଷି ଚରାଉଥିବା ଭାନୁମତୀ ହେଲେ ଆଇଏଏସ୍‌ ଅଧିକାରୀ

ମାଙ୍କ ଏଭଳି ସ୍ଥିତିକୁ ଅନୁଭବ କରି କୃଷ୍ଣା ମନେ ମନେ ଠିକ କରିଥିଲେ କି ମାଙ୍କ ପ୍ରତିଟି ଇଚ୍ଛାକୁ ସେ ପୁରଣ କରିବାକୁ ନିଜେ ପ୍ରାଣ ପଣେ ଚେଷ୍ଟା କରିବେ । ଦେଶର ସବୁ ତୀର୍ଥ କ୍ଷେତ୍ର ଯେମିତି ହେଲେ ବୁଲାଇବେ । ଯେଉଁଥି ପାଇଁ ନିଜ ମାଙ୍କୁ ସ୍କୁଟରରେ ବସାଇ ପ୍ରାୟ ୭ ମାସ ଧରି ବିଭିନ୍ନ ତୀର୍ଥ ସ୍ଥାନ ମାନଙ୍କର ପରିଦର୍ଶନ କରାଇଥିଲେ । କିଛି ନିତ୍ୟ ବ୍ୟବହାର୍ଯ୍ୟ ଦରକାରୀ ଜିନିଷକୁ ସାଥିରେ ନେଇ ସେମାନେ ଯାଉଥିଲେ । ସେମାନେ ଏହି ସମୟରେ ହୋଟେଲରେ ନରହି ମଠ ମାନଙ୍କରେ ହିଁ ରହୁଥିଲେ । ପୁଅର ଏପରି ସେବାରେ ସେ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି ଡ଼ି. କୃଷ୍ନାଙ୍କ ମା । ଏହି ଯାତ୍ରାର ଅନୁଭୂତି ଖୁବ ନିଆରା ଥିଲା ବୋଲି କୃଷ୍ଣା ଓ ତାଙ୍କ ମା’ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.