ମନୋରଂଜନ

ବ୍ୟାକ୍‌ଲେସ ଡ୍ରେସରେ ଫୁଲ ଭିତରେ ପୋଜ୍‌ ଦେଲେ ଦିଶା, ଫଟୋ ଦେଖି ପାଗଳ ହେଲେ ଫ୍ୟାନ୍ସ

ଦିଶା ପଟାନୀ ନିଜ ଫିଲ୍ମ ଠାରୁ ଲୁକ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ଦିଶାଙ୍କର ଜବରଦସ୍ତ ଫ୍ୟାନ୍ସ ରହିଛନ୍ତି। ଦିଶାଙ୍କ ଗୋଟେ ଫଟୋ ହେଉ ଅବା ଭିଡିଓ ସଙ୍ଗେ ସଙ୍ଗେ ଭାଇରଲ ହୋଇଯାଏ। ସୋସିଆଲ ମିଡିଆରେ ଦିଶା ସବୁବେଳେ ଆକ୍ଟିଭ ରୁହନ୍ତି। ଦିଶା ଏମିତି କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କ ଫ୍ଯାନ୍ ପାଗଳପ୍ରାୟ ହୋଇଯାଇଛନ୍ତି।  ଦିଶା ନିଜର ଏକ ଫଟୋଶୁଟର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ଦିଶା ବହୁତ ସୁନ୍ଦର ଦେଖାଯାଛନ୍ତି।

ଏହି ଫଟୋଶୁଟରେ ଦିଶା ହ୍ଵାଇଟ ରଙ୍ଗର ଡ୍ରେସ ପିନ୍ଧିଛନ୍ତି। ହାଲକା ଏବଂ ଅଳ୍ପ ଗହଣା ପିନ୍ଧି ନିଜ କେଶକୁ ଖୋଲା ରଖିଛନ୍ତି। ଦିଶାଙ୍କ ପଛରେ ଗୋଲାପ ଫୁଲ ଲାଗିଛି। ଆଉ ସେ ହାତରେ ଏକ ଫୁଲ ଧରିଛନ୍ତି। ଦିଶା ଅଲଗା ଅଲଗା ଅନ୍ଦାଜରେ ପୋଜ୍‌ ଦେଇଛନ୍ତି।

ଭିଡିଓକୁ ଲକ୍ଷେରୁ ଅଧିକ ଲୋକ ଲାଇକ୍‌ କରିସାରିଛନ୍ତି। ଦିଶା ଏହି ପୋଷ୍ଟ ସହିତ କିଛି କ୍ୟାପସନ ଲେଖିନାହାନ୍ତି। ଏହାକୁ ଦେଖି ଫ୍ୟାନ୍‌ କହିଛନ୍ତି ‘ସୋ ପ୍ରିଟି ଦିଶା’। ଆଉ କିଏ ଗର୍ଜିଏସ କରିଥିବା ବେଳେ ଆଉ କିଏ ବିୟୁଟି କୁଇନ କହିଛି।

ସୂଚନାଯୋଗ୍ୟ, ଦିଶା ପଟାନୀ ଅପକମିଂ ଫିଲ୍ମ ‘ଏକ ଭିଲେନ ରିଟନର୍ସ’ ରହିଛି। ଏଥିରେ ଦିଶାଙ୍କ ସହିତ ଅର୍ଜୁନ କପୁର ଏବଂ ଜନ ଆବ୍ରାହମ ନଜର ଆସିବେ। ଏହି ଫିଲ୍ମ ‘ଏକ ଭିଲେନ’ର ସିକ୍ୱେଲ।

ପୂର୍ବରୁ ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ବିକିନୀ ଫଟୋ, ବିଚ୍‌ ଫଟୋ, ମିରର ସେଲଫି, ବ୍ୟାୟାମ ବେଳର ଫଟୋ ଅପଲୋଡ୍‌ କରି ଚର୍ଚ୍ଚାରେ ରହିଥାନ୍ତି। ମାତ୍ର ୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥିଲେ ଦିଶା ।  ଯେତେ ସମସ୍ୟା ଆସିଲେ ମଧ୍ୟ ସେ ଘରୁ ସାହାଯ୍ୟ ନେଇନଥିଲେ । ଦିଶାଙ୍କର ସବୁଠାରୁ ବଡ଼ କ୍ରଶ୍ ହେଉଛନ୍ତି ରଣବୀର କପୁର । ପ୍ରତିଦିନ ସ୍କୁଲ୍ ଯିବା ସମୟରେ ସେ ସେହି ବାଟ ଦେଇ ଯାଆନ୍ତି ଯେଉଁପଟେ ରଣବୀରଙ୍କ ପୋଷ୍ଟର ଲାଗିଥାଏ । ଆଉ ସେହି ପୋଷ୍ଟରକୁ ସେଯାଏ ବୁଲି ବୁଲି ଦେଖନ୍ତି ଯେଉଁଯାଏ ତାହା ଲୁଚି ନଯାଇଛି । ଆଉ ଏହି ଚକ୍କରରେ ଅନେକ ଥର ତାଙ୍କର ଦୁର୍ଘଟଣା ମଧ୍ୟ ହୋଇଛି ।

Swagatika

Recent Posts

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

18 mins ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

1 hour ago

ଶ୍ରୀମନ୍ଦିରରେ ଲାଗିଲା ଫୋକସ୍‌ ଲାଇଟ୍‌, ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପୁଣି ଫୋକସ୍‌ ଲାଇଟ୍‌ ରେ ଝଟକିବ ଶ୍ରୀମନ୍ଦିର । ଆଲୁଅରେ ଝଲସି ଉଠିବ ବଡ଼ ଦେଉଳ । ଆଲୋକମାଳାରେ…

1 hour ago

୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ…

3 hours ago

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି।…

3 hours ago

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଧର୍ମେନ୍ଦ୍ର ଓ ମନମୋହନ

ଭୁବନେଶ୍ୱର :  କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ…

4 hours ago