ବ୍ୟାକ୍ଲେସ ଡ୍ରେସରେ ଫୁଲ ଭିତରେ ପୋଜ୍ ଦେଲେ ଦିଶା, ଫଟୋ ଦେଖି ପାଗଳ ହେଲେ ଫ୍ୟାନ୍ସ

ଦିଶା ପଟାନୀ ନିଜ ଫିଲ୍ମ ଠାରୁ ଲୁକ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ଦିଶାଙ୍କର ଜବରଦସ୍ତ ଫ୍ୟାନ୍ସ ରହିଛନ୍ତି। ଦିଶାଙ୍କ ଗୋଟେ ଫଟୋ ହେଉ ଅବା ଭିଡିଓ ସଙ୍ଗେ ସଙ୍ଗେ ଭାଇରଲ ହୋଇଯାଏ। ସୋସିଆଲ ମିଡିଆରେ ଦିଶା ସବୁବେଳେ ଆକ୍ଟିଭ ରୁହନ୍ତି। ଦିଶା ଏମିତି କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କ ଫ୍ଯାନ୍ ପାଗଳପ୍ରାୟ ହୋଇଯାଇଛନ୍ତି। ଦିଶା ନିଜର ଏକ ଫଟୋଶୁଟର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ଦିଶା ବହୁତ ସୁନ୍ଦର ଦେଖାଯାଛନ୍ତି।
ଏହି ଫଟୋଶୁଟରେ ଦିଶା ହ୍ଵାଇଟ ରଙ୍ଗର ଡ୍ରେସ ପିନ୍ଧିଛନ୍ତି। ହାଲକା ଏବଂ ଅଳ୍ପ ଗହଣା ପିନ୍ଧି ନିଜ କେଶକୁ ଖୋଲା ରଖିଛନ୍ତି। ଦିଶାଙ୍କ ପଛରେ ଗୋଲାପ ଫୁଲ ଲାଗିଛି। ଆଉ ସେ ହାତରେ ଏକ ଫୁଲ ଧରିଛନ୍ତି। ଦିଶା ଅଲଗା ଅଲଗା ଅନ୍ଦାଜରେ ପୋଜ୍ ଦେଇଛନ୍ତି।
View this post on Instagram
ଭିଡିଓକୁ ଲକ୍ଷେରୁ ଅଧିକ ଲୋକ ଲାଇକ୍ କରିସାରିଛନ୍ତି। ଦିଶା ଏହି ପୋଷ୍ଟ ସହିତ କିଛି କ୍ୟାପସନ ଲେଖିନାହାନ୍ତି। ଏହାକୁ ଦେଖି ଫ୍ୟାନ୍ କହିଛନ୍ତି ‘ସୋ ପ୍ରିଟି ଦିଶା’। ଆଉ କିଏ ଗର୍ଜିଏସ କରିଥିବା ବେଳେ ଆଉ କିଏ ବିୟୁଟି କୁଇନ କହିଛି।
ସୂଚନାଯୋଗ୍ୟ, ଦିଶା ପଟାନୀ ଅପକମିଂ ଫିଲ୍ମ ‘ଏକ ଭିଲେନ ରିଟନର୍ସ’ ରହିଛି। ଏଥିରେ ଦିଶାଙ୍କ ସହିତ ଅର୍ଜୁନ କପୁର ଏବଂ ଜନ ଆବ୍ରାହମ ନଜର ଆସିବେ। ଏହି ଫିଲ୍ମ ‘ଏକ ଭିଲେନ’ର ସିକ୍ୱେଲ।
ପୂର୍ବରୁ ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ବିକିନୀ ଫଟୋ, ବିଚ୍ ଫଟୋ, ମିରର ସେଲଫି, ବ୍ୟାୟାମ ବେଳର ଫଟୋ ଅପଲୋଡ୍ କରି ଚର୍ଚ୍ଚାରେ ରହିଥାନ୍ତି। ମାତ୍ର ୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥିଲେ ଦିଶା । ଯେତେ ସମସ୍ୟା ଆସିଲେ ମଧ୍ୟ ସେ ଘରୁ ସାହାଯ୍ୟ ନେଇନଥିଲେ । ଦିଶାଙ୍କର ସବୁଠାରୁ ବଡ଼ କ୍ରଶ୍ ହେଉଛନ୍ତି ରଣବୀର କପୁର । ପ୍ରତିଦିନ ସ୍କୁଲ୍ ଯିବା ସମୟରେ ସେ ସେହି ବାଟ ଦେଇ ଯାଆନ୍ତି ଯେଉଁପଟେ ରଣବୀରଙ୍କ ପୋଷ୍ଟର ଲାଗିଥାଏ । ଆଉ ସେହି ପୋଷ୍ଟରକୁ ସେଯାଏ ବୁଲି ବୁଲି ଦେଖନ୍ତି ଯେଉଁଯାଏ ତାହା ଲୁଚି ନଯାଇଛି । ଆଉ ଏହି ଚକ୍କରରେ ଅନେକ ଥର ତାଙ୍କର ଦୁର୍ଘଟଣା ମଧ୍ୟ ହୋଇଛି ।