Below header

ଆଜି ସିଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ (କେନ୍ୟୁଜ): ଭଦ୍ରକରେ ଚାଲିଛି କାଳୀପୂଜା । ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହେଉଛି । ଆଜି ମା’ ଭଦ୍ରକାଳୀ ସିଂହ ବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କୋଭିଡ କଟକଣା ପାଇଁ ପୀଠରେ ଭକ୍ତଙ୍କ ସମାଗମ ହୋଇନାହିଁ। ତଥାପି କିଛି ଭକ୍ତ ମା’ଙ୍କ ପୀଠ କୁ ଆସି କଟକଣା ମଧ୍ୟରେ ଦର୍ଶନ କରୁଛନ୍ତି। ମା’ଙ୍କ ଏହି ବେଶ ଦର୍ଶନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେପଟେ ମା’ଙ୍କ ପୀଠରେ ଚାଲିଛି ସପ୍ତଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ଓ ଚଣ୍ଡିପାଠ ।

ତେବେ ମା ଭଦ୍ରକାଳୀ ସପ୍ତମାତୃକା ବେଶ ରୂପରେ ପୂଜା ପାଉଥିବା ବେଳେ, କରୋନା କଟକଣା ପାଇଁ ମାଙ୍କୁ ପାଖରୁ ଦର୍ଶନ କରି ନ ପାରି ଭାବ ବିହ୍ୱୋଳ ହୋଇଛନ୍ତି ଶ୍ରଦ୍ଧାଳୁ। ତେବେ ଦୂରରୁ ଥାଇ ମାଙ୍କୁ ଦୁଃଖ ଜଣାଇବା ସହ, ଏହି ମହାମାରୀ କରୋନା ଦୁରେଇଯାଉ ବୋଲି ଗୁହାରି କରିଛନ୍ତି ଭକ୍ତ। ମା’ ଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମା ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ, ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.