ମନୋରଂଜନ

ବିଗ ବସରେ ସମିତା ସେଟ୍ଟୀଙ୍କୁ ମିଳୁଛି ବ୍ୟକ୍ତିଗତ ସପୋର୍ଟ, ଅଭିଯୋଗ ଆଣିଲେ ମୁସେ ଜଟ୍ଟନା

ବିଗ ବସ-୧୫ ତମ ସିଜିନରେ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଟକ୍କର ଦିନକୁ ଦିନ ଜୋରଦାର ହେବାରେ ଲାଗିଛି । ଏଥରର ସିଜିନରେ ବିଗବସ ଓଟିଟିର ପ୍ରତିଦ୍ବନ୍ଦୀ ରାକେଶ ବାପତ ଓ ନେହା ଭାସିନ ୱାଇଲଡ କାର୍ଡ ଜରିଆରେ ଶୋ’ରେ ପୁଣି ଥରେ ଏଣ୍ଟ୍ରି କରିଛନ୍ତି । ଆଉ ଏହି ଦୁହିଁଙ୍କ ଏଣ୍ଟ୍ରି ବି ଶୋ’ରେ ଏକ ଧମାକା ଆଣିଦେଇଛି । ଅନ୍ୟପକ୍ଷରେ ବିବି ଓଟିଟି ଫେମ ମୁସେ ଜଟ୍ଟନା ଏହି ଦୁହିଁଙ୍କ ଏଣ୍ଟ୍ରିକୁ ନେଇ ବିଗବସ ନିର୍ମାତା ମାନଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି । ମୁସେଙ୍କ ଅନୁଯାୟୀ ବିଗବସ କତ୍ତୃପକ୍ଷ ଶିଳ୍ପାଙ୍କ ଭଉଣୀ ସମିତାଙ୍କୁ ଖୁବ ସପୋର୍ଟ ତଥା ସହଯୋଗ କରୁଛନ୍ତି । ହୁଏତ ଆଗକୁ ସେମାନେ ସମିତାଙ୍କୁ ବିଗ ବସର ବିଜେତା ଭାବରେ ଘୋଷଣା କରିପାରନ୍ତି । ଅନ୍ୟ ପକ୍ଷରେ ମୁସେ ନେହା-ରାକେଶ ଯୋଡ଼ିଙ୍କୁ ଖୁବ ବୋରିଙ୍ଗ ପ୍ରତିଯୋଗୀ କହିଥିବା ବେଳେ ତାଙ୍କ ପୋଷ୍ଟରେ ବି ଏମିତି କିଛି ଲେଖିଛନ୍ତି । ଖାଲି ସେତିକି ନୁହେଁ ବିଗ ବସ ଇତିହାସରେ ଏଦୁହେଁ ଯେ ସବୁଠାରୁ ବୋରିଙ୍ଗ ପ୍ରତିଯୋଗୀ ବୋଲି ମୁସେ କହିଛନ୍ତି । ମୁସେ ନିଜ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତିକି- ବିଗ ବସ ମହଲରେ ସମିତା ନିଜ ଭାଇ ଓ ସାଙ୍ଗମାନଙ୍କ ସହିତ ଖୁବ ମଜା କରୁଛନ୍ତି । ଆଉ ଆଗକୁ ତାଙ୍କୁ ନେହା- ରାକେଶ ବି ବୋଧ ହୁଏ ସହଯୋଗ କରିବେ । ଏମାନଙ୍କ ହାବଭାବରୁ ଏମିତି କିଛି ଜଣାପଡୁଛି । ପବିତ୍ର ଦୀପାବଳି ଅବସରରେ ତାଙ୍କୁ ଆୱାର୍ଡ ଦେଇ ଶୋ’କୁ ବନ୍ଦ କରିଦେବା ଉଚିତ ।

 

 

ଏତେ ସବୁ ଅଣଦେଖା କରିବା ଆଉ ଦରକାର ନାହିଁ । ନେହା ଓ ରାକେଶ ଶୋ’ ରେ ପୁଣି ଥରେ ଭର୍ତ୍ତି ହେବା ପରେ ହିଁ ମୁସେ ଜଟ୍ଟନା ଏହି ଟ୍ୱିଟ କରିଛନ୍ତି । ଏହାର ପୂର୍ବ ଏପିସୋଡ଼ରେ, ରାକେଶ ଓ ନେହା ୱାଇଲର୍ଡ କାର୍ଡ ପ୍ରତିଯୋଗୀ ଭାବରେ ଭର୍ତ୍ତି ହୋଇଛନ୍ତି । ଏମାନେ ଆସିବା ପରେ ସମିତାଙ୍କୁ ଶୋ’ ରେ ଅନେକ ସପୋର୍ଟ ମିଳିଯାଇଛି । ଏହା ପୂର୍ବରୁ ସମିତାଙ୍କ ରାକ୍ଷୀ ଭାଇ ଭାବରେ ଜଣା ରାଜୀବ ଅଦାତିଆ ବି ନିକଟରେ ଜଣେ ୱାଇଲର୍ଡ କାର୍ଡ ପ୍ରତିଯୋଗୀ ଭାବରେ ଶୋ’ ରେ ଏଣ୍ଟ୍ରି କରିଛନ୍ତି । ସମିତାଙ୍କର ଦୁଇ ଭାଇ ପୂର୍ବରୁ ଶୋ’ ରେ ଥିବାବେଳେ ଏବେ ତାଙ୍କ ବୟଫ୍ରେଣ୍ଡ ରାକେଶ ଓ ବେଷ୍ଟଫ୍ରେଣ୍ଡ ନେହା ଭାସିନ ବି ଶୋ’ ରେ ଭର୍ତ୍ତି ହୋଇଛନ୍ତି ।

ଆଉ ମଧ୍ୟ ସେ ଲେଖିଛନ୍ତିକି ଏମିତି ଲାଗୁଛି ବିଗ ବସ-୧୫ ରେ ଯେମିତି ଗୋଟିଏ ହିଁ ନାଁ ଅଛି ଆଉ ସେହେଉଛି ସମିତା ସେଟି । ଖାଲି ମୁସେ ନୁହନ୍ତି, ଅନ୍ୟ ମାନେ ବି ସମିତାଙ୍କୁ ବିଗ ବସରେ, ବିଗବସ ଓଟିଟି ପରି ଖୁବ ସପୋର୍ଟ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ।  ରାକେଶ ଓ ନେହା ଆସିବା ପରେ ସମିତାଙ୍କ ପକ୍ଷ ଆହୁରି ଅଧିକ ଷ୍ଟ୍ରଙ୍ଗ ହେବକି ନାହିଁ ତାହା ସମୟ ହିଁ କହିବ । ଯେବେକି ଗତ ଏପିସୋଡ଼ରେ ମାଇସା ଆୟାର ଶୋ’ରୁ ଆଉଟ ହୋଇଯାଇଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶି ଲୋକେ ଆଜି କ୍ୟାରିୟରକୁ ନେଇ ଖୁସି ଖବର ପାଇବେ

ମେଷ: ଆଜି ଆପଣଙ୍କର କିଛି ସମ୍ପର୍କୀୟଙ୍କ ସହିତ ଭେଟ ହୋଇପାରେ । ଧନ ମାମଲାରେ ଆଜିର ଦିନ କୁମ୍ଭ ରାଶି…

55 seconds ago

ବଜ୍ରପାତ ନେଲା ଜୀବନ, ଝିଅର ମୃତ୍ୟୁ, ବାପା ଗୁରୁତର

କରଞ୍ଜିଆ : ବଜ୍ରପାତ ନେଲା ଜୀବନ  । ଏପରି ଅଘଟଣ ସାମ୍ନାକୁ ଆସିଛି ମହୁଲଡିହା ଥାନା ଅନ୍ତର୍ଗତ କୁଇଲିପାଳ ଗ୍ରାମରେ…

17 mins ago

ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ନେପାଳ ପ୍ରଧାନମନ୍ତ୍ରୀ, ଭାରତରେ ରହିବେ ୩ ଦିନ

ଭାରତ ଆସୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ…

21 mins ago

ଏହି ଦେଶରେ ମୋଟା ହେବା ବେଆଇନ, ଓଜନ ବଢିବା ପାଇଁ ମିଳିଥାଏ ଦଣ୍ଡ

ଆପଣମାନେ ଜାଣିଥିବେ ଯେ ଦେଶର ସମସ୍ତ ସ୍ଥାନରେ ଭିନ୍ନ ପ୍ରକାରର ଆଇନ ରହିଥାଏ । କିନ୍ତୁ ଅନେକ ଦେଶରେ କିଛି…

21 mins ago

କଣ କଣ ସବୁ ସୁବିଧା ପାଆନ୍ତି ସାଂସଦ, ଏବଂ କେତେ ଟଙ୍କା ସାଲାରୀ ମିଳେ ଜାଣନ୍ତୁ

ଘୋଷଣା ହୋଇସାରିଛି ୨୦୨୪ର ଫଳ । ଶେଷ ହୋଇଛି ଭାରତରେ ଗଣତନ୍ତ୍ରର ମହାପର୍ବ । ନିର୍ବାଚନ ଆୟୋଗ ୫୪୨ ସିଟ୍‌…

31 mins ago

ପବିତ୍ର ତୀର୍ଥ କ୍ଷେତ୍ର ପାଲଟିଛି ପାରାବନ୍ଧ ଠାରେ ଥିବା ମା’ ସାବିତ୍ରୀ ଆଡି ପୀଠ

ଭଦ୍ରକ (କେନ୍ୟୁଜ): ଓଡିଶାର ବିଭିନ୍ନ ପ୍ରାନ୍ତରେ ଅନେକ ପ୍ରସିଦ୍ଧ ଶକ୍ତି ପୀଠ ରହିଛି । ଯାହା ଶ୍ରଦ୍ଧାଳୁମାନଙ୍କ ପାଇଁ ପବିତ୍ର…

47 mins ago