Categories: ମନୋରଂଜନ

ଡ୍ରିମ୍‌ଗର୍ଲର ସଫଳତା ପରେ ଆୟୁଷ୍ମାନ୍‌ଙ୍କ ବଡ଼ ନିଷ୍ପତ୍ତି, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଡ୍ରିମ୍‌ଗର୍ଲର ସଫଳତା ପରେ ଆୟୁଷ୍ମାନ୍‌ ଏବେ ନୂଆ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ମିଡିଆକୁ ସୂଚନା ଦେଇଛନ୍ତି। ଆୟୁଷ୍ମାନ୍‌ ଏବେ ଫିଲ୍ମରେ ଅଭିନୟ କରିବା ପାଇଁ ଟଙ୍କା ନେବାକୁ ମନା କରିଛନ୍ତି। ଟଙ୍କା ବଦଳରେ ସେ ଫିଲ୍ମରୁ ଲାଭାଂଶ ନେବାକୁ ଘୋଷଣା କରିଛନ୍ତି। ତେବେ ଆୟୁଷ୍ମାନ୍‌ଙ୍କ ଏହି ଘୋଷଣା ପରେ ପ୍ରଯୋଜକଙ୍କ ଲାଭ ହେବ ବୋଲି ସୂଚନା ମିଳିଛି। ସେମାନଙ୍କ ଉପରେ ଆଉ ଅଭିନେତାଙ୍କ ଆକାଶଛୁଆଁ ଦାମ୍‌ର ଚାପ ରହିବ ନାହିଁ ବୋଲି ଜଣାଯାଇଛି।

ଆୟୁଷ୍ମାନ୍‌ଙ୍କ କହିବାନୁସାରେ, ମୁଁ ଏବେ ପ୍ରଫିଟ୍‌ ସେୟାରିଂ କ୍ଳବ୍‌ରେ ଯୋଗଦେଇଛି। ଡ୍ରିମ୍‌ଗର୍ଲର ଅଦ୍ଭୁତପୂର୍ବ ସଫଳତା ପରେ ମୁଁ ଏହି ନିଷ୍ପତ୍ତି ନେଇଛି। ମୋ ମତରେ ବେସିକ୍‌ ଫିସ୍‌ କମ୍‌ ଥିଲେ ଲାଭାଂଶରୁ ଭାଗ ନିଆଯାଇପାରିବ। ତେବେ ଏଥିପାଇଁ ସ୍କ୍ରିପ୍ଟର ମାନ ମଧ୍ୟ ଗୁରୁତ୍ୱ ବହନ କରିଥାଏ। ଯଦି ସ୍କ୍ରିପ୍ଟ ଦମ୍‌ଦାର ଥିବ ତେବେ ଫିଲ୍ମ ନିର୍ମାଣରେ ମଧ୍ୟ ଖର୍ଚ୍ଚ ଅଧିକ ରହିବ। ଏଭଳି ସ୍ଥିତିରେ ଷ୍ଟାରମାନେ ଫିସ୍‌ ବଦଳରେ ଲାଭାଂଶ ନେବା ଭଲ ବୋଲି ସେ କହିଛନ୍ତି।

ଇତିମଧ୍ୟରେ ଆୟୁଷ୍ମାନ୍‌ଙ୍କ ବରେଲି କି ବର୍ଫି, ଶୁଭ ମଙ୍ଗଳ ସାବଧାନ୍‌, ଅନ୍ଧାଧୂନ୍‌, ବଧାଇ ହୋ, ଆର୍ଟିକଲ ୧୫ ଓ ଡ୍ରିମ୍‌ଗର୍ଲ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ବଧାଇ ହୋ ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇଛି।

ଏହାସହ ପଢ଼ନ୍ତୁ: ଫିଲ୍ମ ‘ଅଜନବୀ’ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ ବିପାଶା, ଭାବବିହ୍ଵଳ ହୋଇ ଲେଖିଲେ ଏମିତି ପୋଷ୍ଟ

ପୂର୍ବରୁ ପ୍ରଫିଟ୍‌ ସେୟାର କ୍ଳବରେ ସଲମାନ ଖାନ୍‌, ଅମିର ଖାନ୍‌, ଖାହାରୁଖ ଖାନ୍‌, ଅକ୍ଷୟ କୁମାର, ଅଜୟ ଦେବଗନ୍‌ ଓ ହ୍ରିତିକ୍‌ ରୋଶନ୍‌ ସାମିଲ ହୋଇସାରିଛନ୍ତି। ଅମିର ଖାନ୍‌ ସାଧାରଣତଃ ୮୦ ପ୍ରତିଶତ ଲାଭାଂଶ ନେଇଥାନ୍ତି। ସୁପରଷ୍ଟାର ଅକ୍ଷୟ କୁମାର ୬୦ ପ୍ରତିଶତ ଲାଭ ନେଇଥାନ୍ତି। ସେହିପରି ସଲମାନ୍‌ ଖାନ୍‌ ୫୦ ପ୍ରତିଶତ ଲାଭ ନେଇଥାନ୍ତି। ଅନ୍ୟପଟେ ଶାହାରୁଖ ଖାନ୍‌ ଓ ଅଜୟ ଦେବଗନ୍‌ ସହ-ପ୍ରଯୋଜକଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

WCW 11

Recent Posts

ଟି୨୦ ବିଶ୍ୱକପ ୨୦୨୪: ପପୁଆ-ନ୍ୟୁ ଗିନିକୁ ହରାଇ ସୁପର-୮ରେ ପହଞ୍ଚିଲା ଆଫଗାନିସ୍ତାନ, ଭାଙ୍ଗିଲା ନ୍ୟୁଜିଲାଣ୍ଡ ସ୍ୱପ୍ନ

ଆଫଗାନିସ୍ତାନ ପପୁଆ-ନ୍ୟୁ ଗିନି ବିପକ୍ଷ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଛି । ଷ୍ଟାର ଅଲରାଉଣ୍ଡର ରାଶିଦ ଖାନଙ୍କ ନେତୃତ୍ୱରେ…

10 mins ago

ମଧ୍ୟପ୍ରଦେଶ : ଶ୍ରଦ୍ଧାଳୁଙ୍କ ଭର୍ତ୍ତି ଟ୍ରାକ୍ଟର ଓଲଟିଲା, ୫ ମୃତ, ୧୫ ଗୁରୁତର

ମଧ୍ୟପ୍ରଦେଶର ଦାତିୟା ଜିଲ୍ଲାରେ ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାକ୍ଟର ଓଲଟି ପଡିବାରୁ ୫ ଜଣଙ୍କର ମୃତ୍ୟୁ…

36 mins ago

ଆଜି ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଉପରେ ହେବ ଆଲୋଚନା

ପୁରୀ (କେନ୍ୟୁଜ): ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ସନ୍ଧ୍ୟା ୬ଟାରେ ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର…

2 hours ago

କୁଏତରୁ ଭାରତକୁ ଆସୁଛି ୪୫ ଜଣଙ୍କ ମୃତଦେହ, ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ

ନୂଆଦିଲ୍ଲୀ ; କୁଏତ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଥିବା ୪୫ ଭାରତୀୟଙ୍କ ମୃତଦେହ ଭାରତକୁ ଅଣାଯାଉଛି  ।  ଏଥିରେ ଦୁଇଜଣ ଓଡ଼ିଆ…

2 hours ago

ଅଧା ରହିଗଲା ରଜ ମଉଜ: ଅଟୋ ବାଇକ ମୁହାଁମୁହିଁ ଧକ୍କାରେ ଝିଆରୀ ମୃତ ଦାଦା ଆହତ

ଯାଜପୁର (କେନ୍ୟୁଜ); ପହିଲି ରଜରେ ଅଘଟଣ ।  ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ଅଟୋ…

2 hours ago

ରଜ ଖଳାରେ ଜମୁଛି ରଜ ଦୋଳି, ମହ ମହ ବାସୁଛି ପୋଡ଼ ପିଠା

ସାଲେପୁର(କେନ୍ୟୁଜ): କୁଆଁରୀଙ୍କ ପର୍ବ ହେଉଛି ରଜ ପର୍ବ । ଓଡ଼ିଶାର ଏହି ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର…

2 hours ago