ଡ୍ରିମ୍ଗର୍ଲର ସଫଳତା ପରେ ଆୟୁଷ୍ମାନ୍ଙ୍କ ବଡ଼ ନିଷ୍ପତ୍ତି, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ଡ୍ରିମ୍ଗର୍ଲର ସଫଳତା ପରେ ଆୟୁଷ୍ମାନ୍ ଏବେ ନୂଆ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ମିଡିଆକୁ ସୂଚନା ଦେଇଛନ୍ତି। ଆୟୁଷ୍ମାନ୍ ଏବେ ଫିଲ୍ମରେ ଅଭିନୟ କରିବା ପାଇଁ ଟଙ୍କା ନେବାକୁ ମନା କରିଛନ୍ତି। ଟଙ୍କା ବଦଳରେ ସେ ଫିଲ୍ମରୁ ଲାଭାଂଶ ନେବାକୁ ଘୋଷଣା କରିଛନ୍ତି। ତେବେ ଆୟୁଷ୍ମାନ୍ଙ୍କ ଏହି ଘୋଷଣା ପରେ ପ୍ରଯୋଜକଙ୍କ ଲାଭ ହେବ ବୋଲି ସୂଚନା ମିଳିଛି। ସେମାନଙ୍କ ଉପରେ ଆଉ ଅଭିନେତାଙ୍କ ଆକାଶଛୁଆଁ ଦାମ୍ର ଚାପ ରହିବ ନାହିଁ ବୋଲି ଜଣାଯାଇଛି।
ଆୟୁଷ୍ମାନ୍ଙ୍କ କହିବାନୁସାରେ, ମୁଁ ଏବେ ପ୍ରଫିଟ୍ ସେୟାରିଂ କ୍ଳବ୍ରେ ଯୋଗଦେଇଛି। ଡ୍ରିମ୍ଗର୍ଲର ଅଦ୍ଭୁତପୂର୍ବ ସଫଳତା ପରେ ମୁଁ ଏହି ନିଷ୍ପତ୍ତି ନେଇଛି। ମୋ ମତରେ ବେସିକ୍ ଫିସ୍ କମ୍ ଥିଲେ ଲାଭାଂଶରୁ ଭାଗ ନିଆଯାଇପାରିବ। ତେବେ ଏଥିପାଇଁ ସ୍କ୍ରିପ୍ଟର ମାନ ମଧ୍ୟ ଗୁରୁତ୍ୱ ବହନ କରିଥାଏ। ଯଦି ସ୍କ୍ରିପ୍ଟ ଦମ୍ଦାର ଥିବ ତେବେ ଫିଲ୍ମ ନିର୍ମାଣରେ ମଧ୍ୟ ଖର୍ଚ୍ଚ ଅଧିକ ରହିବ। ଏଭଳି ସ୍ଥିତିରେ ଷ୍ଟାରମାନେ ଫିସ୍ ବଦଳରେ ଲାଭାଂଶ ନେବା ଭଲ ବୋଲି ସେ କହିଛନ୍ତି।
ଇତିମଧ୍ୟରେ ଆୟୁଷ୍ମାନ୍ଙ୍କ ବରେଲି କି ବର୍ଫି, ଶୁଭ ମଙ୍ଗଳ ସାବଧାନ୍, ଅନ୍ଧାଧୂନ୍, ବଧାଇ ହୋ, ଆର୍ଟିକଲ ୧୫ ଓ ଡ୍ରିମ୍ଗର୍ଲ ସୁପରହିଟ୍ ସାବ୍ୟସ୍ତ ହୋଇଛି। ବଧାଇ ହୋ ଫିଲ୍ମ ୧୦୦ କୋଟି କ୍ଲବ୍ରେ ସାମିଲ୍ ହୋଇଛି।
ଏହାସହ ପଢ଼ନ୍ତୁ: ଫିଲ୍ମ ‘ଅଜନବୀ’ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ ବିପାଶା, ଭାବବିହ୍ଵଳ ହୋଇ ଲେଖିଲେ ଏମିତି ପୋଷ୍ଟ
ପୂର୍ବରୁ ପ୍ରଫିଟ୍ ସେୟାର କ୍ଳବରେ ସଲମାନ ଖାନ୍, ଅମିର ଖାନ୍, ଖାହାରୁଖ ଖାନ୍, ଅକ୍ଷୟ କୁମାର, ଅଜୟ ଦେବଗନ୍ ଓ ହ୍ରିତିକ୍ ରୋଶନ୍ ସାମିଲ ହୋଇସାରିଛନ୍ତି। ଅମିର ଖାନ୍ ସାଧାରଣତଃ ୮୦ ପ୍ରତିଶତ ଲାଭାଂଶ ନେଇଥାନ୍ତି। ସୁପରଷ୍ଟାର ଅକ୍ଷୟ କୁମାର ୬୦ ପ୍ରତିଶତ ଲାଭ ନେଇଥାନ୍ତି। ସେହିପରି ସଲମାନ୍ ଖାନ୍ ୫୦ ପ୍ରତିଶତ ଲାଭ ନେଇଥାନ୍ତି। ଅନ୍ୟପଟେ ଶାହାରୁଖ ଖାନ୍ ଓ ଅଜୟ ଦେବଗନ୍ ସହ-ପ୍ରଯୋଜକଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।