ରାତିରେ ଖାଲି ପେଟରେ ଶୋଇବାରେ କମି ନ ଥାଏ ଓଜନ!
ଯେଉଁ ଲୋକ ରାତିରେ ଖାଲି ପେଟରେ ଶୋଇଥାଆନ୍ତି, ସେମାନଙ୍କ ଶରୀରରେ ଭିଟାମିନ୍ର ମାତ୍ରା କମ୍ ହେବାରେ ଲାଗିଥାଏ। ଏହାଦ୍ୱାରା ସେମାନଙ୍କୁ ନିଦ ମଧ୍ୟ ହୋଇ ନ ଥାଏ। ରାତିରେ ଖାଲି ପେଟରେ ଶୋଉଥିବା ଲୋକ ସବୁବେଳେ ଥକ୍କାପଣ ଅନୁଭବ କରନ୍ତି। ସେମାନଙ୍କୁ ଲାଗିଥାଏ, ତାଙ୍କ ଶରୀର ଦୁର୍ବଳ ହୋଇଯାଉଛି। ତେଣୁ ପେଟ ଖାଲି ରଖିବା ଅପେକ୍ଷା ରାତିରେ ଗ୍ଲାସେ କ୍ଷୀର ପିଇ ଶୋଇଯାଆନ୍ତୁ। ନ ଖାଇ ଶୋଇଲେ ଶରୀରର ଏନର୍ଜି ଲେବୁଲ୍ କମ୍ ହେବାରେ ଲାଗିଥାଏ, ଯାହା ଶରୀରକୁ ଦୁର୍ବଳ କରିଦେବାରେ ସାହାଯ୍ୟ କରିଥାଏ।
ଯଦି ଆପଣ ସବୁବେଳେ ଖାଲି ପେଟରେ ଶୋଉଛନ୍ତି, ତା’ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଏମିତି କଲେ, ଶରୀରରେ ମେଟାବାଲିଜମ୍ ଦୁର୍ବଳ ହୋଇଯାଏ, ଯେଉଁ କାରଣରୁ ରୋଗ ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଡାଇବେଟିସ୍ ଏବଂ ମୋଟାପଣର ଶିକାର ସେହିମାନେ ହୋଇଥାଆନ୍ତି, ଯେଉଁମାନଙ୍କ ମେଟାବାଲିଜମ୍ ଦୁର୍ବଳ ହୋଇଥାଏ।
ନ ଖାଇ ରାତିରେ ଶୋଇବାରେ ଆପଣଙ୍କୁ ନିଦ ସମସ୍ୟା ହୋଇପାରେ। କେବଳ ଏତିକି ନୁହେଁ, ଗ୍ୟାସ୍ ସମସ୍ୟା ବି ଦେଖାଯିବାର ସମ୍ଭାବନା ଥାଏ। ନିଦ ନ ହେଲେ ମସ୍ତିଷ୍କ ଉପରେ ଚାପ ପଡ଼ିଥାଏ। ଆଉ ମଣିଷ ଅନେକ ପ୍ରକାର ରୋଗର ଶିକାର ହୋଇଥାଏ। ତେବେ କିଛି ଲୋକଙ୍କୁ ଲାଗିଥାଏ, ରାତିରେ ନ ଖାଇ ଶୋଇଲେ, ଓଜନ ହ୍ରାସ ହୋଇଥାଏ। କିନ୍ତୁ କେବେ ବି ଆପଣ ଏଭଳି ଭାବନ୍ତୁ ନାହିଁ। ରାତିରେ ଖାଲି ପେଟରେ ଶୋଇଲେ ଓଜନ ବହୁତ ବଢ଼ିବାରେ ଲାଗିଥାଏ। ତେଣୁ ରାତିରେ ନ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ।