ମା ବିରଜାଙ୍କ ପିଠରେ ଷେଡ଼ଶ ପୂଜା ଆରମ୍ଭ, ଆଗେଇ ଚାଳଛି  ଦେବୀଙ୍କ ରଥକାମ

ଯାଜପୁର(କେନ୍ୟୁଜ୍): ଧରାପୃଷ୍ଠକୁ ଅବତରଣ କରିବେ ମା । ଏଥିପାଇଁ ପ୍ରତ୍ୟେକ ଶକ୍ତିପୀଠ ରେ ଦେଖାଦେଲାଣି ଚଳଚଞ୍ଚଳ ପରିବେଶ । ମାଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି ।ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା। ଏହି ପୂଜା ଆଗାମୀ ୧୬ ଦିନ ଧରି ଲାଗି ରହିବ । ଆଶ୍ୱିନ ମାସ ଦ୍ୱିତୀବାହାନ ଓଷା ଠାରୁ ମାଙ୍କ ୧୬ ଦିବସୀୟ ପୂଜା ହେବାର ପରମ୍ପରା ରହିଛି ।ଗତକାଲି ବିରାଜଙ୍କ ଆବିର୍ଭାବ ସ୍ଥାନ ବ୍ରହ୍ମାକୁଣ୍ଡରୁ ଜଳ ଅଣାଯାଇ ନବରତ୍ନ ବେଦୀରେ ଘଟ ସ୍ଥାପନ କରାଯାଇଥିଲା। ମାଙ୍କର ଘଟ ସହିତ ଅନ୍ୟ ନଅଟି ଘଟ ମଧ୍ୟ ସ୍ଥାପନ କରାଯାଇଥିଲା।

ଏହା ପରେ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଅଣାଯାଇ ମାଙ୍କୁ ମାହାସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ବିଳମ୍ବିତ ରାତିରେ ମା’ଙ୍କର  ନିତ୍ୟ ପୂଜାତ୍ସବ ହୋମ ଯଜ୍ଞ କରାଯାଇଥିଲା। ଆଜିଠାରୁ ମା’ଙ୍କର ଦୁଇବେଳା ନିତ୍ୟ ପୂଜା ସହ ସ୍ଥାପନା କରାଯାଇଥିବା ୧୦ଟି କଳସର ମଧ୍ୟ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି।

ସେପଟେ ଶୁଭ ସୁନିଆଁ ଠାରୁ ଆରମ୍ଭ ହୋଇଥିବା ମାଙ୍କ ରଥ କାମ ଆଗେଇ ଚାଲିଛି। ଆସନ୍ତା ମହାଳୟା ଦିନ ରଥ ଅଧିବାସ ଓ ତାପର ଦିନ ରଥା ଟଣା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ମହାନବମୀ ପର୍ଯ୍ୟନ୍ତ ବେଢା ପରିକ୍ରମା କରିବ।  ମାଙ୍କ ପୀଠରେ ଶାରଦୀୟ ଦୁର୍ଗାତ୍ସବରେ ରଥଯାତ୍ରା ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳିନଥାଏ। ଏହି ଷୋଡ଼ଶ ଦିବସୀୟ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ ନେଇଛି।