Below header

କ୍ୟାନ୍‌ସର ସମେତ ଏହି ସବୁ ରୋଗକୁ ମାତ୍‌ ଦେବ ଅଲିଭ୍‌ ଅଏଲ

ଘରଠୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ଦୌଡ଼ାଦୌଡ଼ିରେ ବ୍ୟସ୍ତ ରହି ଖାସ୍‌ କରି ମହିଳାମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିନଥାନ୍ତି। ପରିବର୍ତ୍ତନଶୀଳ ଜୀବନଶୈଳୀ ଯୋଗୁ ମହିଳାମାନେ ବୟସ ପୂର୍ବରୁ ବିଭିନ୍ନ ରୋଗରେ ପୀଡ଼ିତ ହୋଇଥାନ୍ତି। ଖୁବ୍‌ କମ୍‌ ବୟସରୁ ସେମାନେ ରକ୍ତଚାପ, ଡାଇବେଟିସ୍‌, ଦୁଃଶ୍ଚିନ୍ତା,ବଦହଜମି ଆଦି ସମସ୍ୟା ଦେଇ ଗତି କରିଥାନ୍ତି। ତେବେ ଖାଦ୍ୟରେ କେବଳ ଗୋଟିଏ ଜିନିଷ ସାମିଲ କରିବା ଦ୍ୱାରା ଏସବୁ ସମସ୍ୟାରୁ ମୁକ୍ତି ପାଇହେବ। ତାହା ହେଉଛି ଅଲିଭ୍‌ ଅଏଲ୍‌।

୧.ଅଲିଭ୍‌ ଅଏଲ୍‌ରେ ପ୍ରଚୁର ପରିମାଣରେ ଓମେଗା ୬ ଓ ଓମେଗା ୩ ଫ୍ୟାଟି ଏସିଡ୍‌ ରହିଥାଏ। ହୃଦ୍‌ ସମ୍ବନ୍ଧୀୟ ରୋଗ ପାଇଁ ଯାହା ଔଷଧ ଭଳି କାର୍ଯ୍ୟକରେ।
୨. ଅଲିଭ୍‌ ଅଏଲ୍‌ରେ ଥିବା ଓଲିକ୍‌ ଏସିଡ୍‌ ନାମକ ଫ୍ୟାଟି ଏସିଡ୍‌ କ୍ୟାନସରରୁ ମୁକ୍ତି ଦେଇଥାଏ।

୩.ଏଥିରେ ଥିବା ଆଣ୍ଟିଅକ୍ସିଡାଇଜ୍‌ ଗୁଣ ମହିଳାଙ୍କ ଚର୍ମକୁ ସତେଜ ରଖିଥାଏ। ତ୍ୱଚାର ଲୋଚାକୋଚାପଣ ଦୂର କରିବାରେ ଏହା ସହାୟକ ହୋଇଥାଏ।

 

ଏହାସହ ପଢନ୍ତୁ: ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ଥାଆନ୍ତି ଏହି ରାଶିର ବ୍ୟକ୍ତି, ମିଳାନ୍ତୁ ଆପଣଙ୍କ ରାଶି

୪.ଅଲିଭ୍‌ ଅଏଲ୍‌ରେ ଥିବା ମନୋସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ବ୍ରେନ୍‌ ଷ୍ଟ୍ରୋକ୍‌ର ଆଶଙ୍କାକୁ କମ୍‌ କରେ।
୫. ଶରୀରର ମେଦ କମ୍‌ କରିବାରେ ମଧ୍ୟ ଅଲିଭ୍‌ ଅଏଲ୍‌ ସାହାଯ୍ୟ କରେ। କମ୍‌ ଦିନରେ ଓଜନ କମାଇବାକୁ ଚାହୁଁଥିଲେ ଖାଦ୍ୟରେ ଅଲିଭ୍‌ ଅଏଲ୍‌ ସାମିଲ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.