Below header

ରାତିରେ ଅଧିକ ଥଣ୍ଡା ଲାଗୁଥିବାରୁ ନିଦ ଆସୁନି କି? ଆପଣାନ୍ତୁ ଏହି ସହଜ ଉପାୟ

ପ୍ରତ୍ୟେକ ମଣିଷ ଶରୀରର ପ୍ରକାର ଅଲଗା ଅଲଗା ହୋଇଥାଏ। କାହାକୁ ବହୁତ ଗରମ ଲାଗିଥାଏ ତ ଆଉ କାହାକୁ ଅଧିକ ଥଣ୍ଡା। ଆଜି ଆମେ ଆପଣଙ୍କୁ ସେହି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କୁ ରାତିରେ ଥଣ୍ଡା ଲାଗିଥାଏ। ଆଉ ଏହି କାରଣରୁ ସେମାନଙ୍କୁ ନିଦ ମଧ୍ୟ ଠିକ୍‌ ଭାବେ ହୋଇ ନ ଥାଏ, ଯାହାକି ସେମାନଙ୍କ ପାଇଁ ଏକ ବଡ଼ ସମସ୍ୟା ବନିଯାଏ। ତେବେ ଏହି ସମସ୍ୟାରୁ ମୁକୁଳିବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଖାସ୍‌ ଟିପ୍ସ ବତାଇବାକୁ ଯାଉଛୁ।

କିଛି ଲୋକଙ୍କୁ ବହୁତ ଥଣ୍ଡା ଲାଗିବା କାରଣରୁ ସେମାନଙ୍କ ଗୋଡ଼, ହାତ ଥଣ୍ଡା ପଡ଼ିଯାଏ। ରାତିରେ ନିଦ ନ ହେବା ଫଳରେ ମୁଣ୍ଡ ବିନ୍ଧିଥାଏ ଏବଂ ଆଳସ୍ୟ ଲାଗିଥାଏ। ଯେଉଁ ଲୋକଙ୍କ ଶରୀରରେ ରକ୍ତର ପରିମାଣ କମ୍‌ ଥାଏ, ସେମାନଙ୍କୁ ଅଧିକ ଥଣ୍ଡା ଲାଗିଥାଏ। ତେଣୁ ଯେତେ ହୋଇପାରିବ, ରକ୍ତ ବଢ଼ାଉଥିବା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ଯେତେବେଳେ ଲାଗିବ, ରାତିରେ ଆପଣଙ୍କ ନିଦ ଖରାପ ହେଉଛି ବା ଠିକ୍‌ ଭାବେ ନିଦ ହେଉନାହିଁ, ସେତେବେଳେ କେସର ଗୁଜୁରାତି କିମ୍ବା ହଳଦୀ ପକା କ୍ଷୀର ସେବନ କରନ୍ତୁ। କାରଣ ଏହା ଆପଣଙ୍କ ଶରୀରକୁ ଗରମ ରଖିବାରେ ସହାୟକ ହୋଇଥାଏ। ଗୋଡ଼ରେ ସୋରିଷ ତେଲ ମାଲିସ କଲେ ଏହି ସମସ୍ୟା ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.