ଦାଦନ ଖଟିବାକୁ ଯାଇ ଗୁଜୁରାଟରେ ଫଶିଛନ୍ତି ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ସୋସିଆଲ ମିଡିଆରେ କଲେ ଆକୁଳ ନିବେଦନ

ବାଲେଶ୍ୱର(କେନ୍ୟୁଜ୍): ଦାଦନ ଖଟିବାକୁ ଯାଇ ଗୁଜୁରାଟରେ ଫଶି ରହିଛନ୍ତି ଓଡ଼ିଆ ଯୁବକ । ଉଦ୍ଧାର ପାଇଁ ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କୁ କରିଛନ୍ତି ଆକୁଳ ନିବେଦନ । ବାଲେଶ୍ୱର ବାଲିଆପାଳ ଥାନା କାଉମାରୀ ଗାଁର ଦିନବନ୍ଧୁ ଦାସଙ୍କୁ ଗୁଜୁରାଟରେ ଏକ କମ୍ପାନୀରେ କାମ କରାଇ ଦେବାକୁ କହି କଟିସାହିର ରାଜେନ୍ଦ୍ର ଦାସ ତାଙ୍କୁ ନେଇଯାଇଥିଲେ । ମାତ୍ର ପୂର୍ବରୁ ରାଜେନ୍ଦ୍ର ସେଠାରେ ରହୁଥିବା ଏକ ଦୋକାନୀଠୁ ୫୦ ହଜାର ଟଙ୍କାର ସାମଗ୍ରୀ ଆଣି ଦିନବନ୍ଧୁଙ୍କୁ ବିକ୍ରି କରିଦେଇ ଫେରାର ହୋଇଯାଇଥିଲେ । ସେବେଠୁ ଦୋକାନୀ ଜଣଙ୍କ ଦିନବନ୍ଧୁଙ୍କୁ ଶାରିରୀକ ନିର୍ଯାତନା ଦେଇଆସୁଛନ୍ତି । ସୋସିଆଲ ମିଡିଆରେ ଦିନବନ୍ଧିଙ୍କ ସମ୍ପର୍କରେ ଜାଣିବା ପରେ ତାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିବା ସହ ଦଲାଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଏତଲା ଦେଇଛନ୍ତି ।

 

Leave A Reply

Your email address will not be published.