Categories: ମନୋରଂଜନ

୪୪ ବର୍ଷରେ ଏକତା କପୂର: ଜୀବନରେ ଏତେ ସଫଳତା ପାଇବା ପରେ ମଧ୍ୟ ଆଜି ସେ ସିଙ୍ଗିଲ୍, ଜାଣନ୍ତୁ ଏହା ପଛର କାରଣ

ଟେଲିଭିଜନ ଜଗତର ରାଣୀ କୁହାଯାଉଥିବା ଏକତା କପୂର ଆଜି ତାଙ୍କର ୪୪ ତମ ଜନ୍ମ ଦିବସ ପାଳନ କରୁଛନ୍ତି। ଏକତା କପୂର ଗୋଟିଏରୁ ଅଧିକ ଲୋକପ୍ରିୟ ଟିଭି ସିରିଏଲରେ ଅଭିନୟ କରି ସାରିଛନ୍ତି। ସେ ଟିଭି ପରଦାରେ ଶାସ-ବୋହୂ-ଡ୍ରାମା ଏବଂ ବିବାହ ଉପରେ ଖାସ୍ ଧ୍ୟାନ ଦେଇଥାନ୍ତି। କିନ୍ତୁ ଏକତା ନିଜେ ବିବାହରେ ବିଶ୍ବାସ କରୁନଥିବାରୁ ସେ ଏପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି।

ଏକତା କପୂର ଗତ ବର୍ଷ ସରୋଗେସୀ ଜରିଆରେ ଗୋଟିଏ ପୁତ୍ର ସନ୍ତାନର ମା ହୋଇଛନ୍ତି। ସେ ତାଙ୍କ ପୁଅର ନା ରବି କପୂର ରଖିଛନ୍ତି। ସିଙ୍ଗଲ୍ ରହିବା ପଛରେ ତାଙ୍କ ପିତା ଜିତେନ୍ଦ୍ରଙ୍କର ଏକ ସର୍ତ ରହିଛି ବୋଲି ଏକତା ସାକ୍ଷାତକାର ମାଧ୍ୟମରେ କହିଛନ୍ତି।

ସାକ୍ଷାତକାରରେ ଏକତାଙ୍କୁ କେବେ ବିବାହ କରୁଛନ୍ତି ବୋଲି ପଚରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ଏକତା କପୂର ତାଙ୍କ ବାପାଙ୍କର ଗୋଟିଏ ସର୍ତ ପାଇଁ ସେ ବିବାହ କରିନାହାନ୍ତି ବୋଲି କହିଥିଲେ। ଏକତା କପୂରଙ୍କ କହିବା ଅନୁଯାୟୀ, ‘ମୋ ବାପା କହିଥିଲେ ତୁମେ ବିବାହ କରିବ ନା କାମ କରିବ। ଏଥିରେ ମୁଁ କାମ କରିବାକୁ ବାଛି ନେଇଥିଲି।’ ଏହା ବ୍ୟତୀତ ତାଙ୍କର ଅନେକ ସାଙ୍ଗସାଥୀ, ଯେଉଁମାନେ ବିବାହ କରିବା ପରେ ଆଜି ମଧ୍ୟ ସିଙ୍ଗଲ ଥିବା ଦେଖି ଏକତା ବିବାହ କରିବା ପାଇଁ ଇଛା ପ୍ରକାଶ କରନ୍ତି ନାହିଁ।

ରିପୋର୍ଟ ଅନୁଯାୟୀ ଏକତା କପୂରଙ୍କ ଭାଇ ତୁଷାର କପୂର ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି। ତୁଷାର ମଧ୍ୟ ସିଙ୍ଗଲ ଫାଦର। ୨୦୧୬ରେ ତୁଷାର ସରୋଗେସୀ ଜରିଆରେ ବାପା ହୋଇସାରିଛନ୍ତି। ସେ ତାଙ୍କ ପୁଅର ନାମ ଲକ୍ଷ୍ୟ ରଖିଛନ୍ତି। ଦୁଇ ଭାଇ-ଭଉଣୀ ଏକୁଟିଆ ବାପା ଏବଂ ମା ଜୀବନରେ ଖୁବ୍ ଖୁସି ଅଛନ୍ତି ବୋଲି କହିଛନ୍ତି।

KNews Bureau

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 mins ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

30 mins ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

51 mins ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

1 hour ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

1 hour ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

1 hour ago