Below header

୪୪ ବର୍ଷରେ ଏକତା କପୂର: ଜୀବନରେ ଏତେ ସଫଳତା ପାଇବା ପରେ ମଧ୍ୟ ଆଜି ସେ ସିଙ୍ଗିଲ୍, ଜାଣନ୍ତୁ ଏହା ପଛର କାରଣ

ଟେଲିଭିଜନ ଜଗତର ରାଣୀ କୁହାଯାଉଥିବା ଏକତା କପୂର ଆଜି ତାଙ୍କର ୪୪ ତମ ଜନ୍ମ ଦିବସ ପାଳନ କରୁଛନ୍ତି। ଏକତା କପୂର ଗୋଟିଏରୁ ଅଧିକ ଲୋକପ୍ରିୟ ଟିଭି ସିରିଏଲରେ ଅଭିନୟ କରି ସାରିଛନ୍ତି। ସେ ଟିଭି ପରଦାରେ ଶାସ-ବୋହୂ-ଡ୍ରାମା ଏବଂ ବିବାହ ଉପରେ ଖାସ୍ ଧ୍ୟାନ ଦେଇଥାନ୍ତି। କିନ୍ତୁ ଏକତା ନିଜେ ବିବାହରେ ବିଶ୍ବାସ କରୁନଥିବାରୁ ସେ ଏପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି।

ଏକତା କପୂର ଗତ ବର୍ଷ ସରୋଗେସୀ ଜରିଆରେ ଗୋଟିଏ ପୁତ୍ର ସନ୍ତାନର ମା ହୋଇଛନ୍ତି। ସେ ତାଙ୍କ ପୁଅର ନା ରବି କପୂର ରଖିଛନ୍ତି। ସିଙ୍ଗଲ୍ ରହିବା ପଛରେ ତାଙ୍କ ପିତା ଜିତେନ୍ଦ୍ରଙ୍କର ଏକ ସର୍ତ ରହିଛି ବୋଲି ଏକତା ସାକ୍ଷାତକାର ମାଧ୍ୟମରେ କହିଛନ୍ତି।

ektaସାକ୍ଷାତକାରରେ ଏକତାଙ୍କୁ କେବେ ବିବାହ କରୁଛନ୍ତି ବୋଲି ପଚରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ଏକତା କପୂର ତାଙ୍କ ବାପାଙ୍କର ଗୋଟିଏ ସର୍ତ ପାଇଁ ସେ ବିବାହ କରିନାହାନ୍ତି ବୋଲି କହିଥିଲେ। ଏକତା କପୂରଙ୍କ କହିବା ଅନୁଯାୟୀ, ‘ମୋ ବାପା କହିଥିଲେ ତୁମେ ବିବାହ କରିବ ନା କାମ କରିବ। ଏଥିରେ ମୁଁ କାମ କରିବାକୁ ବାଛି ନେଇଥିଲି।’ ଏହା ବ୍ୟତୀତ ତାଙ୍କର ଅନେକ ସାଙ୍ଗସାଥୀ, ଯେଉଁମାନେ ବିବାହ କରିବା ପରେ ଆଜି ମଧ୍ୟ ସିଙ୍ଗଲ ଥିବା ଦେଖି ଏକତା ବିବାହ କରିବା ପାଇଁ ଇଛା ପ୍ରକାଶ କରନ୍ତି ନାହିଁ।

ekta kapoorରିପୋର୍ଟ ଅନୁଯାୟୀ ଏକତା କପୂରଙ୍କ ଭାଇ ତୁଷାର କପୂର ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି। ତୁଷାର ମଧ୍ୟ ସିଙ୍ଗଲ ଫାଦର। ୨୦୧୬ରେ ତୁଷାର ସରୋଗେସୀ ଜରିଆରେ ବାପା ହୋଇସାରିଛନ୍ତି। ସେ ତାଙ୍କ ପୁଅର ନାମ ଲକ୍ଷ୍ୟ ରଖିଛନ୍ତି। ଦୁଇ ଭାଇ-ଭଉଣୀ ଏକୁଟିଆ ବାପା ଏବଂ ମା ଜୀବନରେ ଖୁବ୍ ଖୁସି ଅଛନ୍ତି ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.